ହାଇଦ୍ରାବାଦ:ସାଧାରଣତଃ ପ୍ରୋଟିନ କଥା ଆସିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି । ପ୍ରତିଦିନ ସିଝା ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ ହୋଇଥାଏ । ତେବେ ଆପଣ କଣ ଜାଣନ୍ତି କି ଅଣ୍ଡା ଖାଇବା ଦ୍ବାରା ଏହା ହୃଦ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ । ଅଣ୍ଡା ହୃଦ ସ୍ବାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ । ପ୍ରତିଦିନ ମାତ୍ର ଗୋଟିଏ ଅଣ୍ଡା ଖାଇଲେ ଏହା ହୃଦଜନିତ ରୋଗ ଜନିତ ସମସ୍ୟା(cardiovascular disease)ରୁ ମୁକ୍ତି ଦେଇଥାଏ ।
ଅଣ୍ଡା ଡାଏଟାରୀ କୋଲେଷ୍ଟ୍ରଲର ଏକ ସମୃଦ୍ଧ ଉତ୍ସ, କିନ୍ତୁ ସେଗୁଡ଼ିକରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ମଧ୍ୟ ରହିଥାଏ । ପ୍ରତିଦିନ ଅଣ୍ଡା ଖାଇବା ହୃଦ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କି କ୍ଷତିକାରକ ତାହା ଉପରେ ଦ୍ବନ୍ଦ୍ବପୂର୍ଣ୍ଣ ପ୍ରମାଣ ରହିଛି । ୨୦୧୮ରେ ପ୍ରକାଶିତ ଏକ ପତ୍ରିକା(Heart)ରେ ଉଲ୍ଲେଖ ରହିଥିଲା ଯେ ଚୀନରେ ପ୍ରାୟ ଅଢେଇ ଲକ୍ଷ ବ୍ୟକ୍ତି ପ୍ରତିଦିନ ଅଣ୍ଡା ଖାଇଥାନ୍ତି । ଯେଉଁମାନେ ଦୈନିକ ଅଣ୍ଡା ଖାଉଥିଲେ (ପ୍ରତିଦିନ ଗୋଟିଏ ଅଣ୍ଡା)ସେମାନଙ୍କ ଅପେକ୍ଷା ଅଣ୍ଡା ଖାଉନଥିବା ଲୋକଙ୍କ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଥିଲା ।