ଓଡିଶା

odisha

ETV Bharat / sukhibhava

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ପନିପରିବା - ଶୀତଦିନରେ ସ୍ବାସ୍ଥ୍ଯର ଯତ୍ନ

ଶୀତଋତୁରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାରୁ ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ । ତେଣୁ ଶୀତଋତୁ ଆସି ପହଞ୍ଚି ଯାଇଥିବାରୁ କିପରି ରୋଗ ପ୍ରତିରୋଧକ ଶକ୍ତିକୁ(Immune System) ବୃଦ୍ଧି କରିବେ, ଜାଣନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ପନିପରିବା
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ପନିପରିବା

By

Published : Nov 1, 2022, 1:23 PM IST

ହାଇଦ୍ରାବାଦ: ଶୀତଋତୁର ଆଗମନ ହୋଇସାରିଛି । ଶୀତ ସାଙ୍ଗକୁ ବିଭିନ୍ନ ରୋଗ, ବେମାରୀ ମଧ୍ୟ ଆରମ୍ଭ ହୋଇଯାଇଛି । ଏହିସମୟରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଆଶଙ୍କା ମଧ୍ୟ ଥାଏ । ଶୀତ ଆରମ୍ଭ ହେବା ମାତ୍ରେ ଅନେକ ଲୋକ ଥଣ୍ଡା, ଜ୍ୱର, ଗଳା ଯନ୍ତ୍ରଣା, ଥଣ୍ଡା-କାଶ ଭଳି ରୋଗରେ ଅଧିକ ପୀଡିତ ହୁଅନ୍ତି । କୋରୋନା ମାମଲାରେ ମଧ୍ୟ ବୃଦ୍ଧି ଘଟିଛି, ଯାହାକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବା ଆବଶ୍ୟକ । ତେଣୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଧିକ ଯତ୍ନବାନ ହବା ଉଚିତ୍ ।

ରୋଗ ପ୍ରତିରୋଧକ ଶକ୍ତି କିପରି ବୃଦ୍ଧି କରିବେ(How to increase immunity):-

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବା ଆବଶ୍ୟକ । ଖାଦ୍ୟ, ପାନୀୟ ଏବଂ ସୁସ୍ଥ ଖାଦ୍ୟରେ ପରିବର୍ତ୍ତନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ । ଏଥିପାଇଁ କୌଣସି ବିଶେଷ କାର୍ଯ୍ୟ କରିବାକୁ ପଡିନଥାଏ, କିମ୍ବା ଡାକ୍ତରଖାନା ଯିବାକୁ ମଧ୍ୟ ପଡିନଥାଏ । କେବଳେ ଘରେ ରଖାଯାଇଥିବା ଫଳ ଏବଂ ପନିପରିବା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରିପାରିବେ ।

ତେବେ ଖାଦ୍ୟରେ ଭିଟାମିନ୍-ସି, ପରିମାଣ ପର୍ଯ୍ୟାପ୍ତ ରହିଲେ ଶରୀରକୁ ଅନେକ ଲାଭ ମିଳିଥାଏ । ତେଣୁ ଭିଟାମିନ୍-ସି ଥିବା ଖାଦ୍ୟ ଗ୍ରହଣ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ସବୁଠୁ ବଡ କଥା ହେଉଛି କି, କେଉଁ ଖାଦ୍ୟରୁ ଭିଟାମିନ୍-ସି ମିଳିଥାଏ ଜାଣିବେ କେମିତି ? ନିମ୍ନରେ କେତେକ ଫଳ ଓ ପନିପରିବା ବାବଦରେରେ ଆଲୋଚନା କରାଯାଇଛି, ଯେଉଁଥିରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ଥାଏ(vegetables to boost immunity)।

କମଳା:- ଏହି ଫଳ ଭିଟାମିନ୍-ସି ର ସର୍ବୋତ୍ତମ ଉତ୍ସ । 100 ଗ୍ରାମ କମଳାରେ ପ୍ରାୟ 53.2mg(ମିଲିଗ୍ରାମ) ଭିଟାମିନ୍-ସି ଥାଏ ବୋଲି ବିଶ୍ୱାସ କରାଯାଏ । ଏହା କୋଷଗୁଡିକର କ୍ଷତିକୁ ରୋକିଥାଏ, ଚର୍ମକୁ ଉନ୍ନତ କରିଥାଏ ଏବଂ କୋଲାଜେନ୍ ବୃଦ୍ଧି କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ବ୍ରୋକଲି:- ଏଥିରେ ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନ୍ ଥାଏ । 100 ଗ୍ରାମ ବ୍ରୋକୋଲିରେ 89.2 ମିଲିଗ୍ରାମ ଭିଟାମିନ୍ ସି ଥାଏ । ଶରୀରକୁ ଅଧା କପ୍ ସିଝା ବ୍ରୋକୋଲିରୁ 57 ପ୍ରତିଶତ ଭିଟାମିନ୍ ସି ମିଳିଥାଏ ।

କ୍ୟାପସିକମ୍:- କ୍ୟାପସିକମ୍ ସ୍ବାସ୍ଥ୍ଯ ଉପକାରୀ ଗୁଣର ଏକ ଭଣ୍ଡାର । ଏଥିରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ । ଏଥିରୁ ଦୈନିକ ଖାଦ୍ୟ ଆବଶ୍ୟକତାର 169 ପ୍ରତିଶତ ପୂରଣ ହୋଇଥାଏ ।

ଷ୍ଟ୍ରବେରି:- ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍‌ର ଏକ ଉତ୍ତମ ଉତ୍ସ ଷ୍ଟ୍ରବେରି । ଏଥିସହିତ ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ଥାଏ । ଏହା ମଧୁମେହ, ଷ୍ଟ୍ରୋକ୍ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ଗୋଟିଏ କପ୍ ଷ୍ଟ୍ରବେରିରେ 90 ମିଲିଗ୍ରାମ ଭିଟାମିନ୍ ସି ଥାଏ ।

ଟମାଟୋ:- ଟମାଟୋରେ ଅନେକ ଲାଭଦାୟକ ଗୁଣ ଭରି ରହିଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ । ଭିଟାମିନ୍ ବି, ଇ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ଟମାଟୋରେ ଥାଏ । ଏହା ଏକ ପରିବା ଭାବରେ ବ୍ୟବହୃତ ହୁଏ । ତଥାପି, ଆପଣ ଏହାକୁ କଞ୍ଚା ମଧ୍ୟ ଖାଇପାରିବେ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।

ABOUT THE AUTHOR

...view details