ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି । କାମ, ପରିବାର, ସମୟର ଅଭାବ ଏବଂ ବିଭିନ୍ନ ଦାୟିତ୍ବ ଯୋଗୁଁ ଲୋକଙ୍କ ଚାପସ୍ତର ବଢିବାରେ ଲାଗିଥାଏ । ସାଧାରଣତଃ ଏଥିରେ ଯୁବବର୍ଗ ବେଶ ପ୍ରଭାବିତ ହୋଇଥାନ୍ତି କାରଣ ସେମାନଙ୍କ ପାଖରେ ଅନେକ ବିକଳ୍ପ ରହିଥାଏ ଏବଂ ଭବିଷ୍ୟତକୁ ନେଇ ସେମାନଙ୍କର ଅନେକ ଆଶା ମଧ୍ୟ ରହିଥାଏ । ଏହା ବ୍ୟତୀତ ଚାକିରି, ସମ୍ପର୍କ ଏବଂ ସାମାଜିକ ମାନଦଣ୍ଡ ବି ସେମାନଙ୍କ ଉପରେ ଚାପ ପକାଇଥାଏ । ତେବେ ଏପରି ପରିସ୍ଥିତିରେ ଏଥିରୁ ଦୂର ରହିବାକୁ ହେଲେ ନିଜ ଡାଏଟରେ କିଛି ଫଳ ସାମିଲ କରିବା ଦରକାର । କେତେକ ଫଳରେ ଆଣ୍ଟି-ଷ୍ଟ୍ରେସ ଗୁଣ ରହିଛି । ଏଥିସହ ସେଥିରେ ଥିବା ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନଗୁଡିକ ଚାପ ହରମୋନ ହ୍ରାସ କରିଥାଏ । ଫଳରେ ଶାରିରୀକ ଏବଂ ମାନସିକ ଚାପ ଦୂର ହୋଇଥାଏ ।
କଦଳୀ
କଦଳୀରେ ପୋଟାସିୟମ, ମ୍ୟାଗେନିସିୟମ ଏବଂ ଭିଟାମିନ B6 ପରି ପୋଷକ ତତ୍ତ୍ବ ରହିଥାଏ । ଯାହା ଚାପ ହରମୋନ ହ୍ରାସ କରିଥାଏ । ପୋଟାସିୟମ ହେଉଛି ଏକ ମିନେରାଲ ଯାହା ଶରୀର କୋଷ ଗୁଡିକୁ ସୁସ୍ଥ କାର୍ଯ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଚାପ ହରମୋନ ନିୟନ୍ତ୍ରଣ କରି ଚାପକୁ ହ୍ରାସ କରିଥାଏ । ମ୍ୟାଗ୍ନେସିୟମ ମଧ୍ୟ ଚାପ ଏବଂ ଅବସାଦ ଦୂର କରିଥାଏ ବୋଲି ବିବେଚନା କରାଯାଏ । ଏଥିସହ ଏହା ମସ୍ତିଷ୍କକୁ ଶାନ୍ତ ରଖିଥାଏ । ଭିଟାମିନ B6 ସୋରୋଟୋନିନ ନାମକ ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନକୁ ପ୍ରତ୍ସୋହିତ କରେ, ଯାହା ମନୋବଳକୁ ଉନ୍ନତ କରିଥାଏ ।
ସେଓ
ସେଓରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ C ଏବଂ ଫାଇବର ଥାଏ । ଯାହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏକ ସେଓ ଖାଇବା ଦ୍ବାରା ଚାପ କମିଯାଏ । ସେଓ ଏକ ଲାଭଦାୟକ ଫଳ । ଏଥିରେ ଅନେକ ପୋଷକ ତତ୍ତ୍ବ ମିଳିଥାଏ ଯାହା ଚାପକୁ ହ୍ରାସକରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଆକ୍ସିଡାଣ୍ଟ ଶରୀରର କୋଷଗୁଡିକୁ କ୍ଷତିରୁ ରକ୍ଷା କରିଥାଏ । ଭିଟାମିନ C ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଓ ପ୍ରତିଦିନ ଖାଇବା ଦ୍ବାରା ଆମକୁ ଚାପ ସୃଷ୍ଟି ହୁଏ ନାହିଁ । ଏହା ସର୍ବଦା ଆମକୁ ସତେଜ ଏବଂ ଖୁସି ରଖେ ।