ହାଇଦ୍ରାବାଦ:ଆର୍ଥ୍ରାଇଟିସ୍, ହୃଦ୍ରୋଗ ଏବଂ ଆସ୍ଥମା ଭଳି ସମସ୍ୟା ଥିବା ଲୋକଙ୍କ ପାଇଁ ଗ୍ରୀଷ୍ମ ଋତୁ ବର୍ଷର ସବୁଠାରୁ କଷ୍ଟକର ସମୟ ଅଟେ । ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି ପାଇବା ସହିତ ଲୋକମାନେ ପେଟ ଜନିତ ସମସ୍ୟା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ହୃଦଘାତର ସମ୍ମୁଖୀନ ହୋଇପାରନ୍ତି । ତଥାପି ଗ୍ରୀଷ୍ମ ବିଷୟରେ ସର୍ବୋତ୍ତମ କଥା ହେଉଛି ଏହାର ଫଳ । ଜାମୁନ ବା ଜାମୁକୋଳି ଏକ କଳା ରଙ୍ଗର ଫଳ । ଏହା ଅତ୍ୟଧିକ ପୁଷ୍ଟିକର ଏବଂ ଗ୍ରୀଷ୍ମ ମାସରେ ବଜାରରେ ବହୁଳ ଭାବରେ ଉପଲବ୍ଧ । ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ଖରାଦିନେ ଜାମୁକୋଳି ଖାଇବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।
ଜାମୁକୋଳି ଏକ ରସଯୁକ୍ତ ଫଳ ଅଟେ । ଏହାକୁ ଖାଇବା ଦ୍ବାରା କିଛି ମାତ୍ରାରେ ତୃଷା ମଧ୍ୟ ନିବାରଣ ହୋଇଥାଏ । ଏହାସହିତ ଏହା ଚର୍ମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ଏହି କୋଳି ବହୁତ ଲାଭଦାୟକ ଅଟେ । ପ୍ରକୃତରେ କହିବାକୁ ଗଲେ ଜାମୁକୋଳିରେ କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ସୋଡିୟମ୍, ଭିଟାମିନ୍ ସି ଏବଂ ପ୍ରଚୁର ପରିମାଣର ବି ଭିଟାମିନ୍ ଯେପରିକି ଥିଆମିନ୍, ରାଇବୋଫ୍ଲାଭିନ୍, ଫୋଲିକ୍ ଏସିଡ୍, ନିୟାସିନ୍, ଭିଟାମିନ୍ B6 ଇତ୍ୟାଦି ରହିଥାଏ ।
ଜାମୁକୋଳି ଖାଇବାର ଫାଇଦା:
1. ହିମୋଗ୍ଲୋବିନର ମାତ୍ରାକୁ ବଢାଇଥାଏ: ଜାମୁକୋଳି ଖାଇବା ଶରୀରରେ ହେମୋଗ୍ଲୋବିନର ସ୍ତର ବୃଦ୍ଧି ପାଇଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ଏବଂ ଆଇରନ୍ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହେମୋଗ୍ଲୋବିନର ମାତ୍ରା ବୃଦ୍ଧି ପାଇବା ସହିତ ଜାମୁକୋଳି ଶରୀରର ସମସ୍ତ ଅଙ୍ଗକୁ ରକ୍ତ ଏବଂ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ । ଜାମୁକୋଳିରେ ଥିବା ଆଇରନ ମଧ୍ୟ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ ।
2. ଓଜନ କମ କରିବାରେ ସାହାଯ୍ୟ କରେ: ଜାମୁକୋଳି ପତ୍ର ଏବଂ ଏହାର ଛାଲି ମାଢିରେ ରହିଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ମାଢି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏଥିରେ କ୍ୟାଲୋରୀ କମ୍ ଥିବାରୁ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।