ଓଡିଶା

odisha

ETV Bharat / sukhibhava

Cancer: ଏଭଳି ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ କ୍ୟାନ୍ସର

ବିଶ୍ବରେ କ୍ୟାନ୍ସର ଏକ ଜଟିଳ ସମସ୍ୟା ହୋଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ମଧ୍ୟ ହେଉଛି। ତେବେ ଏଭଳି ଲକ୍ଷଣ ଥିଲେ ଅଣଦେଖା କରନ୍ତୁ ନାହିଁ। ଅଧିକ ପଢନ୍ତୁ

By

Published : Jun 24, 2023, 3:49 PM IST

Cancer symptoms
Cancer symptoms

ହାଇଦ୍ରାବାଦ:ଅନେକ ସମୟରେ ଶରୀରରେ ଘଟୁଥିବା ସାଧାରଣ ପରିବର୍ତ୍ତନ କିମ୍ବା ଲକ୍ଷଣକୁ ସମସ୍ତେ ଅଣଦେଖା କରିଦେଇଥାନ୍ତି। କିନ୍ତୁ ଏହି ପରିବର୍ତ୍ତନ ଏକ ବଡ ରୋଗର କାରଣ ହେବାର କାରଣ ହୋଇପାରେ। ଶ୍ବାସକ୍ରିୟାରେ ଅସୁବିଧା, ଥକାପଣ, ଓଜନ ହ୍ରାସ, କେଶ ଝଡିବା ହେଉଛି କେତେକ ଲକ୍ଷଣ ଯାହାକୁ ଆମେ ସାଧାରଣ ଭାବେ ନେଇଥାଉ। ଏହାକୁ ଜୀବନଶୈଳୀରେ ପରିବର୍ତ୍ତନ ଏହଂ ଋତୁରେ ପରିବର୍ତ୍ତନ ବୋଲି କହିଥାଉ। କୌଣସି ଲକ୍ଷଣ ଗମ୍ଭୀର ନହେବା ଯାଏଁ ଲୋକେ ତାହାକୁ ଗୁରୁତ୍ବର ସହ ନେଇନଥାନ୍ତି। ଯଦି ଆମେ କ୍ୟାନ୍ସର କଥା କହିବା ତାହେଲେ ଏହି ରୋଗ ମଧ୍ୟ କିଛି ସାଧାରଣ ଲକ୍ଷଣରୁ ଆରମ୍ଭ ହୋଇଥାଏ। ଅନେକ ପ୍ରକାରର କର୍କଟ ଅଛି, ଯାହାକୁ ଚିହ୍ନିବା କଷ୍ଟକର। ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କର୍କଟ ରୋଗୀଙ୍କ ସଂଖ୍ୟା। ତେବେ ଏଭଳି କିଛି ଲକ୍ଷଣ ରହିଛି ଯାହାକୁ ଅଣଦେଖା କରିବା ଉଚିତ ନୁହେଁ।

WHO(ହୁ)ର ମତ: ବିଶ୍ବରେ କର୍କଟ ରୋଗରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି। କର୍କଟ ରୋଗରେ ମୃତ୍ୟୁ 2ୟ ସ୍ଥାନରେ ରହିଛି। WHO ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ବରେ ପ୍ରତିବର୍ଷ 10 ମିଲିୟନ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। WHO ଅନୁଯାୟୀ, ଭାରତର ପ୍ରତି 10 ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ସେମାନଙ୍କ ଜୀବନ କାଳରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ ଏବଂ 15 ଜଣଙ୍କ ମଧ୍ୟରୁ ଜଣେ କର୍କଟ କାରଣରୁ ମୃତ୍ୟୁ ବରଣ କରନ୍ତି।

1. ଭାରତରେ ପ୍ରତିବର୍ଷ 16 ମିଲିୟନ କର୍କଟ ରୋଗି ପଞ୍ଜିକୃତ କରିଥାଆନ୍ତି

2. କର୍କଟ ରୋଗ ହେତୁ ପ୍ରାୟ 7,84,800 ଲୋକ ମୃତ୍ୟୁ ବରଣ କରନ୍ତି

3. ସ୍ତନ କର୍କଟ, ମୁଖ କର୍କଟ, ଗର୍ଭାଶୟ କର୍କଟ, ଫୁସଫୁସ କର୍କଟ, ପେଟରେ କର୍କଟ ଏବଂ କଲୋରେକ୍ଟାଲ୍ କର୍କଟ ଭାରତରେ ହେଉଥିବା 6ଟି ମୁଖ୍ୟ କର୍କଟ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ।

କ୍ୟାନ୍ସର ପ୍ରଥମ ଲକ୍ଷଣ:

1.ବିନା କାରଣରେ ଓଜନ ହ୍ରାସ ହେବା: ଯଦି ବିନା କାରଣରେ ଓଜନ ହ୍ରାସ ହେଉଛି, ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। କିଛି ଦିନ ମଧ୍ୟରେ 4-5 କିଲୋଗ୍ରାମ କିମ୍ବା ତା’ଠାରୁ ଅଧିକ ହ୍ରାସ କରିଛନ୍ତି, ତେବେ ଆପଣ ସତର୍କ ହେବା ଉଚିତ କାରଣ ଅନେକ କ୍ଷେତ୍ରରେ ଏହା କ୍ୟାନ୍ସରର ପ୍ରଥମ ଲକ୍ଷଣ ହୋଇଥାଏ।

2.ଶରୀରେ ଗଣ୍ଠି ଦେଖାଯିବା: ପ୍ରିଭେନସନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଶରୀରରେ ହଠାତ୍ ଗଣ୍ଠି ଦେଖାଯାଏ ତେବେ ଏହା ବିପଜ୍ଜନକ ହୋଇପାରେ। ଏହି ଗଣ୍ଠି ପରବର୍ତ୍ତି ସମୟରେ କ୍ୟାନ୍ସର ବା ସିଷ୍ଟର ରୂପ ନେଇପାରେ। ବେଳେବେଳେ ଗଣ୍ଠି ଆପେ ଭଲ ହୋଇଯାଏ, କିନ୍ତୁ ଯଦି ଏଥିରେ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

3.ତ୍ବଚାର ରଙ୍ଗ ପରିବର୍ତ୍ତନ: ଚର୍ମ ଶରୀରର ସବୁଠାରୁ ବଡ ଅଂଶ ଏବଂ ଏହା ଅନେକ ଉପାୟରେ ପ୍ରଭାବିତ ହୋଇପାରେ। ଜଣ୍ଡିସ ହେଉଛି ଏକ ଲକ୍ଷଣ ଯାହା କର୍କଟ ରୋଗକୁ ସୂଚାଇପାରେ। ଯଦି ଜଣ୍ଡିସର କୌଣସି ଲକ୍ଷଣ ଦେଖାଯାଏ, ତେବେ ଅଣଦେଖା କରିବା ଉଚିତ ନୁହେଁ।

4. କାଶ ଲାଗିରହିବା: ପାଣିପାଗର ପରିବର୍ତ୍ତନ ହେତୁ ଲୋକମାନେ କାଶ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏଭଳି ପରିସ୍ଥିତିରେ କ୍ରମାଗତ କାଶ ହେତୁ ଛାତି ଯନ୍ତ୍ରଣା ହେବା ସହ ଏହା ଫୁସଫୁସ କର୍କଟର ଲକ୍ଷଣ ହୋଇପାରେ। ବେଳେବେଳେ ଏହା ଥାଇରଏଡ କ୍ୟାନ୍ସରରର ଲକ୍ଷଣ ହୋଇପାରେ।

5.ବ୍ଲାଡର କାର୍ଯ୍ୟରେ ପରିବର୍ତ୍ତନ: କୋଷ୍ଠକାଠିନ୍ୟ, ଡାଇରିଆ, ଝାଡାରେ ରକ୍ତ ପଡିବା କଲୋରେକ୍ଟାଲ୍ କର୍କଟ ରୋଗର ଲକ୍ଷଣ ହୋଇପାରେ। ପରିସ୍ରା କରିବା ସମୟରେ ଯନ୍ତ୍ରଣା ସହିତ ରକ୍ତସ୍ରାବ ବ୍ଲାଡର ଏବଂ ପ୍ରୋଷ୍ଟେଟ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

କ୍ୟାନ୍ସରର ଷ୍ଟେଜ:କ୍ୟାନ୍ସରକୁ 5ଟି ଷ୍ଟେଜରେ ବିଭକ୍ତ କରାଯାଇଛି। କ୍ୟାନ୍ସର କେତେ ଗମ୍ଭୀର ରୂପ ନେଇଛି ତାହା କ୍ୟାନ୍ସରର ଷ୍ଟେଜ ହିଁ ସୂଚିତ କରିଥାଏ।

ଷ୍ଟେଜ 0:ଏହା ଦର୍ଶାଏ ଯେ ଶରୀରରେ କର୍କଟ ରୋଗ ନାହିଁ। ତଥାପି, ଶରୀରରେ କିଛି ସେଲ ଉପସ୍ଥିତ ଥାଏ, ଯାହା କର୍କଟ ରୋଗରେ ପରିଣତ ହୋଇପାରେ।

ଷ୍ଟେଜ 1:ଏହି ପର୍ଯ୍ୟାୟରେ, ଟ୍ୟୁମର୍ ଛୋଟ ଥାଏ ଏବଂ କ୍ୟାନ୍ସର ସେଲ ଗୁଡିକ କେବଳ ଗୋଟିଏ ଅଞ୍ଚଳରେ ବିସ୍ତାର ହୋଇ ରହିଥାଆନ୍ତି।

ଷ୍ଟେଜ2 ଏବଂ 3: ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ, ଟ୍ୟୁମରର ଆକାର ବଡ଼ ହୋଇଯାଏ ଏବଂ କ୍ୟାନ୍ସର ସେଲଗୁଡିତ ମଧ୍ୟ ନିକଟସ୍ଥ ଅଙ୍ଗ ଏବଂ ଲସିକା ଗ୍ରନ୍ଥିରେ ବ୍ୟାପିବା ଆରମ୍ଭ କରନ୍ତି।

ଷ୍ଟେଜ4: ଏହା ହେଉଛି କର୍କଟ ରୋଗର ଶେଷ ଏବଂ ଅତ୍ୟନ୍ତ ବିପଜ୍ଜନକ ପର୍ଯ୍ୟାୟ। ଏହାକୁ ମେଟାଷ୍ଟାଟିକ୍ କ୍ୟାନ୍ସର ମଧ୍ୟ କୁହାଯାଏ। ଏହି ପର୍ଯ୍ୟାୟରେ କ୍ୟାନ୍ସର ସେଲ ପ୍ରତି ଅଙ୍ଗକୁ ବ୍ୟାପିବା ସହ ଅଙ୍ଗକୁ ନଷ୍ଟ କରିଦେଇଥାଏ।

କ୍ୟାନ୍ସର ଚିକିତ୍ସା:କର୍କଟ ରୋଗର ପ୍ରକାର ଏବଂ ଷ୍ଟେଜ ଉପରେ ଆଧାର କରି ଡାକ୍ତର ଚିକିତ୍ସା ବିକଳ୍ପ ସ୍ଥିର କରିଥାଆନ୍ତି। ସାଧାରଣତଃ କର୍କଟ ଚିକିତ୍ସାରେ ମୁଖ୍ୟତଃ ଅସ୍ତ୍ରୋପଚାର, କେମୋଥେରାପି, ରେଡିଏସନ, ହରମୋନ୍ ଥେରାପି, ଇମ୍ୟୁନୋଥେରାପି ଏବଂ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details