ହାଇଦ୍ରାବାଦ: କଫି ବିଶ୍ୱରେ ସବୁଠାରୁ ସାଧାରଣ ପାନୀୟ ମଧ୍ୟରୁ ଗୋଟିଏ । ଯଦିଓ କଫିରେ ରୋଗ-ବିରୋଧୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ପଦାର୍ଥ ରହିଥାଏ ଏବଂ ମନୋବଳକୁ ବଢାଇବାରେ ସାହାଯ୍ୟ କରିଥାଏ, ତଥାପି ମାତ୍ରାଧିକ କଫି ଗ୍ରହଣ ସମସ୍ୟା ସୃଷ୍ଟି କରିପାରେ । ଏକ ସଦ୍ୟତମ ଅନୁସନ୍ଧାନ ଅନୁସାରେ ଅତ୍ୟଧିକ କଫି ପିଇବା ଦ୍ବାରା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ(Polycystic Ovary Syndrome, PCOS) ବୃଦ୍ଧି ଘଟିଥାଏ(drinking too much coffee can cause PCOS) ।
ତେବେ PCOS ହେଉଛି ଏକ ପ୍ରସବ ବୟସର ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ହରମୋନ୍ ବ୍ୟାଧି । ତେବେ ଅତ୍ୟଧିକ କଫି ସେବନ କି କି ସମସ୍ୟା ସୃଷ୍ଟି କରେ ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି...
କଫିରେ ଥିବା କ୍ୟାଫେନ୍ ଇନସୁଲିନ୍ ସମ୍ବେଦନଶୀଳତାକୁ ହ୍ରାସ କରିଥାଏ ଏବଂ ରକ୍ତରେ ଗ୍ଲୁକୋଜ୍ ସ୍ତରକୁ ବଢାଇଥାଏ, ଯାହା PCOS ପାଇଁ ଖରାପ ଅଟେ । କ୍ୟାଫେନ୍ ହେଉଛି ଅନ୍ୟତମ ଉପାଦାନ, ଯାହା ଶରୀରର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଏବଂ ଶରୀରର ମେଟାବୋଲିକ୍ ସିଷ୍ଟମକୁ ପ୍ରଭାବିତ କରିଥାଏ ।
ମେଡିକାଲ୍ ୱେବସାଇଟ ଲାନସେଟ୍ରେ ପ୍ରକାଶିତ ତଥ୍ୟ ଅନୁସାରେ, ଅଭ୍ୟାସରତ କଫି ପାନକାରୀ ଏବଂ ଦ୍ବିତୀୟ ବନ୍ଧ୍ୟାତ୍ୱ ମଧ୍ୟରେ ସମ୍ପର୍କ ରହିଛି । କ୍ୟାଫେନ୍ ଓଭାରିଆନ୍ କାର୍ଯ୍ୟର ପରିବର୍ତ୍ତନ କିମ୍ବା ହରମୋନ୍ ମେଟାବୋଲିଜିମ୍ରେ ପରିବର୍ତ୍ତନ ଦ୍ୱାରା ଏଣ୍ଡୋଜେନସ୍ ହରମୋନ୍ ସ୍ତରକୁ ପ୍ରଭାବିତ କରି ପ୍ରଜନନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।