ହାଇଦ୍ରାବାଦ:ଖରାପ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ହେତୁ ଆଜିକାଲି ଲୋକମାନେ କିଡନୀ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । କିଡନୀରେ ଛୋଟ ଛୋଟ ପଥର ଗଠନ ଆରମ୍ଭ ହୁଏ । ଯନ୍ତ୍ରଣା ଏତେ ଅନୁଭବ ହୁଏ ଯେ ବ୍ୟକ୍ତି ଏହାକୁ ସହିବା କଷ୍ଟକର ହୋଇଯାଏ । ଯେତେବେଳେ ଶରୀରରେ ମିନେରାଲ୍ସ ଏବଂ ସୋଡିୟମ୍ ମିଶ୍ରିତ ହୁଏ, ଏହା କ୍ରିଷ୍ଟେଲ ସୃଷ୍ଟି କରେ । ଏହି ପଥର ଗୁଡିକର ଆକାର ଭିନ୍ନ ହୋଇପାରେ । କିଡନୀରେ ଷ୍ଟୋନ ସୃଷ୍ଟି ହେବାର ଅନେକ କାରଣ ରହିଛି । କମ୍ ପାଣି ପିଇବା, କ୍ୟାଲସିୟମ ଅକ୍ସାଲେଟର ପରିମାଣ ଅଧିକ ଥିବା ଖାଦ୍ୟ ଖାଇବା ଦ୍ବାରା ଏହା କିଡନୀରେ ଧୀରେ ଧୀରେ ପଥର ସୃଷ୍ଟି କରିବା ଆରମ୍ଭ କରେ । ବିଶେଷଜ୍ଞଙ୍କ ସୂଚନା ଅଅନୁସାରେ ଏପରି ପରିସ୍ଥିତିରେ, ଗ୍ରୀନ୍ ଟି ଏବଂ ଲେମନ ଟି ପିଇବା ଦ୍ୱାରା କିଡନୀ ଷ୍ଟୋନର ଆଶଙ୍କା ବଢିଯାଏ । ଜାଣନ୍ତୁ ଏହାର କାରଣ କ'ଣ ?
ଆଜିକାଲି ଲୋକମାନେ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା ପାଇଁ ଗ୍ରୀନ୍ ଟି ଏବଂ ଲେମନ ଟି ପିଅନ୍ତି । କାରଣ ଏହା ମେଟାବୋଲିଜିମକୁ ବଢାଇଥାଏ ଏବଂ ହଜମ ପ୍ରକ୍ରିୟା ସଠିକ୍ ରଖିଥାଏ । ଏଥିରେ ଏକ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଅଛି ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହି କାରଣରୁ ଲୋକମାନେ କ୍ଷୀର ଚା' ବଦଳରେ ଲେମ୍ବୁ ଏବଂ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି । ଯଦି ଏହାକୁ ଅତ୍ୟଧିକ ପିଅନ୍ତି, ତେବେ ଏହାଦ୍ବରା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହାରି ମଧ୍ୟରେ କିଡନୀ ଷ୍ଟୋନ ହେବା ସମସ୍ୟା ଅଧିକ ରହିଛି । ଲୋକମାନେ ଗ୍ରୀନ ଟି କିମ୍ବା ବ୍ଲାକ୍ ଟି ଦିନକୁ ଅନେକ ଥର ପିଇଥାନ୍ତି । ଏହି କାରଣରୁ, ଶରୀରରେ ଅକ୍ସଲେଟର ସ୍ତର ବଢିପାରେ । ଗ୍ରୀନ୍ ଟିରେ ଅକ୍ସଲେଟ୍ ନାମକ ଏକ ଏନଜାଇମ୍ ଥାଏ ଯାହା କିଡନୀଷ୍ଟୋନ ପାଇଁ ଦାୟୀ ହୋଇପାରେ ।