ହାଇଦ୍ରାବାଦ:ମଦ୍ୟପାନ ଆଜିକା ସମୟରେ ଏକ ଟ୍ରେଣ୍ଡ ସାଜିଛି । ପିଲାଠୁ ବୁଢା ସମସ୍ତ ମଦ୍ୟପାନ କରୁଛନ୍ତି । ତେବେ ଅତ୍ୟଧିକ ମଦ୍ୟପାନ କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଏହା ସ୍ୱାସ୍ଥ୍ୟ ଉପରେ ବିପଜ୍ଜନକ ପ୍ରଭାବ ପକାଇପାରେ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ଆକାର ଛୋଟ ହୋଇଯାଇଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । ଅଧିକ ମଦ୍ୟପାନର କେବଳ ଶରୀର ଉପରେ ନୁହଁ ବରଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ବୋଲି ଜଣାପଡିଛି ।
ମସ୍ତିଷ୍କ ଉପରେ ମଦର ପ୍ରଭାବ: ଆମ ଶରୀରର ମେଟାବୋଲିଜିମ୍ କ୍ଷମତା ରହିଥାଏ । ମେଟାବୋଲିଜିମ ଅର୍ଥ ପାଚନ ବା ହଜମ ପ୍ରକ୍ରିୟା ହୋଇଥାଏ । ତେବେ ଅଧିକ ମଦ୍ୟପାନ ଦ୍ବାରା ମେଟାବୋଲିଜିମ୍ ପ୍ରକ୍ରିୟା ସଠିକ୍ ଭାବରେ ହୋଇନଥାଏ । ଶରୀର ଉପରେ ମଦ୍ୟପାନର ପ୍ରଭାବ ଶୀଘ୍ର ପଡିଥାଏ । ଏହାର ପ୍ରଭାବ ପ୍ରଥମେ ରକ୍ତରେ ଦେଖାଯାଥାଏ । ଏହା ପରେ ଏହା ଶରୀରର ଟିସୁରେ ବିସ୍ତାର ହେବା ଆରମ୍ଭ କରେ । ମଦ 5 ମିନିଟରେ ମସ୍ତିଷ୍କରେ ପହଞ୍ଚେ ଏବଂ ଏହାର ପ୍ରଭାବ ମାତ୍ର 10 ମିନିଟରେ ଦୃଶ୍ୟମାନ ହୋଇଥାଏ ।
କେତେ ସମୟ ପର୍ଯ୍ୟନ୍ତ ଶରୀରରେ ମଦ ରହିପାରେ: ମଦ ପିଇବାର 20 ମିନିଟ ପରେ ଯକୃତ ମଦ୍ୟପାନର ପ୍ରକ୍ରିୟାକରଣ କରିଥାଏ। ଯକୃତ ଏକ ଘଣ୍ଟାରେ ଏକ ଆଉନ୍ସ ମଦକୁ ମେଟାବୋଲାଇଜ କରିପାରେ । ମଦ ନିଶା ଶରୀରରୁ ଛାଡିବା ପାଇଁ ପାଖାପାଖି 5 ଘଣ୍ଟା ଲାଗିଥାଏ । ମଦ 80 ଘଣ୍ଟା ପର୍ଯ୍ୟନ୍ତ ପରିସ୍ରାରେ ଏବଂ 3 ମାସ ପର୍ଯ୍ୟନ୍ତ ହେୟାର ଫୋଲିକଲରେ ରହିପାରେ । ଯତେବେଳେ ମେଟୋବୋଲିଜିମ କ୍ଷମତା ଠାରୁ ଅଧିକ ମଦ ହୋଇଥାଏ ସେତେବେଳେ ଶରୀରରେ ନିଶା ଦେଖାଯାଇଥାଏ ।