ହାଇଦ୍ରାବାଦ: ଜଳ ହିଁ ଜୀବନ ବୋଲି ଶୁଣିଥିବେ ନିଶ୍ଚୟ । ଆଜ୍ଞା ହଁ, ଏହା ମଧ୍ୟ ସତ୍ୟ । କାରଣ ଜଳ ଏକ ଜରୁରୀ ପୋଷକ ତତ୍ତ୍ୱ । ଶରୀର ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ନିହାତି ଆବଶ୍ୟକ । କାରଣ ହାଇଡ୍ରେସନ୍ ବା ଆଦ୍ର ରହିବା ଉତ୍ତମ ସ୍ୱାସ୍ଥ୍ୟର ଅନ୍ୟତମ ମୌଳିକ ଉପାଦାନ । କିନ୍ତୁ ଅନେକ ଲୋକ ସାଦା ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଏହି ଶ୍ରେଣୀର ଥିବା ଲୋକଙ୍କ ପାଇଁ ଖୁସି ଖବର । ନିମ୍ନରେ ସାଦା ପାଣି ପିଇବାକୁ ପସନ୍ଦ କରୁନଥିବା ଲକଙ୍କ ପାଇଁ କେତେକ ଟିପ୍ସ ରହିଛି ।
ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଶୀତଦିନରେ ପାଣି ପିଇବାରେ ଅବହେଳା କରନ୍ତୁ ନାହିଁ
ଚିନିମୁକ୍ତ ସ୍ୱାଦ ମିଶାନ୍ତୁ: କିଛି ସୁଗାର-ଫ୍ରି ଫଳ ପାଣିରେ ମିଶାନ୍ତୁ । ଏହାକୁ ଏକ ଜଗରେ ରେଫ୍ରିଜେରେଟରରେ ରଖନ୍ତୁ । ଘରୁ ବାହାରକୁ ଯିବା ସମୟରେ ଏହି ପାଣିକୁ ସାଙ୍ଗରେ ନେଇଯାଆନ୍ତୁ ।
କିଛି ତାଜା ଫଳ ମିଶାନ୍ତୁ: କିଛି ପ୍ରାକୃତିକ ସ୍ୱାଦ ପାଇଁ ଆପଣଙ୍କ ପାଣି ବୋତଲରେ ଲେମ୍ବୁ, ବେରି, ଅନାରସ କିମ୍ବା କମଳାର କିଛି ଖଣ୍ଡ ମିଶାନ୍ତୁ । ଯଦି ବୋତଲକୁ ଫ୍ରିଜରେ ରଖାଯାଏ, ତେବେ ଫଳ ପ୍ରାୟ ତିନି ଦିନ ପର୍ଯ୍ୟନ୍ତ ସତେଜ ରହିବ ।