ଓଡିଶା

odisha

ଅଧିକ ପାଣି ପିଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୁଏ କି ? ହାର୍ଟ ପାଇଁ ପାଣି କେତେ ଜରୁରୀ ଜାଣନ୍ତୁ

By ETV Bharat Odisha Team

Published : Sep 20, 2023, 3:40 PM IST

ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ଅନେକ ରୋଗର କାରଣ ହୋଇଥାଏ । ରକ୍ତରେ ସର୍ବଦା କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣରେ ରହିବା ଉଚିତ ବୋଲି କୁହାଯାଇଛି । ତେବେ ଜାଣନ୍ତୁ ପାଣି ସହ କୋଲେଷ୍ଟ୍ରଲର କଣ ରହିଛି ସମ୍ପର୍କ

dehydrated raise cholesterol levels
dehydrated raise cholesterol levels

ହାଇଦ୍ରାବାଦ:ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟ ଏବଂ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ହୃଦୟକୁ ସୁସ୍ଥ ରଖିବା ପାଇଁ ହେଲେ ଧମନୀ ଏବଂ ଶିରା ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଲୋକ ଏହା ଜାଣିବା ସତ୍ତ୍ବେ ମଧ୍ୟ ପ୍ରାୟତଃ ଲୋକେ ଖାଦ୍ୟ ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ଭୁଲ କରିଥାଆନ୍ତି । ଯାହାର ପ୍ରଭାବ ସିଧାସଳଖ ହାର୍ଟ ଉପରେ ପଡିଥାଏ। ହୃଦରୋଗ ଆଶଙ୍କା ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । କୋଲେଷ୍ଟ୍ରଲ ହାର୍ଟ ଉପରେ ପ୍ରଭାବ ପକାଇବା ସହିତ ଅନେକ ରୋଗର କାରଣ ସାଜିଥାଏ ।

ତେବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, କୋଲେଷ୍ଟ୍ରଲ ସହିତ ପାଣିର ସମ୍ବନ୍ଧ ରହିଛି କି? ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି କମ ପାଣି ପିଇଥାଏ ତାହେଲେ କୋଲେଷ୍ଟ୍ରଲ୍ ଶିରାରେ ଜମା ହେବା ଆରମ୍ଭ କରେ । ଯେଉଁ କାରଣରୁ ଧମନୀ ଏବଂ ରକ୍ତ ସଞ୍ଚାଳନ ଶୀଘ୍ର ପ୍ରଭାବିତ ହୋଇଥାଏ । କେବଳ ଏତିକି ନୁହେଁ, ଏହା ଉଚ୍ଚ ରକ୍ତଚାପର କାରଣ ମଧ୍ୟ ସାଜିଥାଏ । ଜାଣନ୍ତୁ ପାଣି ସହିତ କୋଲେଷ୍ଟ୍ରଲର ସମ୍ପର୍କ କଣ ଥାଏ ।

କମ ପାଣି ପିଇବା ଦ୍ବାରା କୋଲେଷ୍ଟ୍ରଲ ବୃଦ୍ଧି ପାଏ କି ?କମ୍ ପାଣି ପିଇବା କୋଲେଷ୍ଟ୍ରଲ୍କୁ ବହୁତ ପରିମାଣରେ ପ୍ରଭାବିତ କରିଥାଏ । ପାଣିକୁ ମଧ୍ୟ ଏକ ପ୍ରକାର ଡିଟକ୍ସାଇସିଙ୍ଗ ଏଜେଣ୍ଟ କୁହାଯାଏ ଏବଂ ଏହା ଶରୀରକୁ ଡିଟକ୍ସାଇଫ କରିଥାଏ । ଯାହା ଶରୀରରେ LDL କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସରାଇଡର ସ୍ତରକୁ ମଧ୍ୟ ବୃଦ୍ଧି କରାଇଥାଏ । ଡିହାଇଡ୍ରେସନ୍ ହେତୁ ମଧ୍ୟ କୋଲେଷ୍ଟ୍ରଲ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ଏହାର କାରଣ ଅଟେ । ଯେଉଁଥିପାଇଁ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: କୋଲେଷ୍ଟ୍ରଲର ମାତ୍ରାକୁ କମ କରିବାକୁ ଚାହୁଁଛନ୍ତି କି ? ଦୈନନ୍ଦିନ କାର୍ଯ୍ୟରେ ସାମିଲ କରନ୍ତୁ ଏହି ଆକ୍ଟିଭିଟି

ହାର୍ଟକୁ ସୁସ୍ଥ ରଖିବା ପାଇଁ ପାଣି କେତେ ଜରୁରୀ: କୁହାଯାଏ ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ପାଣି ପିଇବା ଜରୁରୀ ଅଟେ। ଅଧିକ ପାଣି ପିଇବା ଦ୍ବାରା ହାର୍ଟରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଏହା ବ୍ୟତୀତ ହୃଦୟର ସମସ୍ତ ଚାମ୍ବର ବା ସ୍ତରରେ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ ଏହା ଦ୍ବାରା ରକ୍ତଚାପ ସନ୍ତୁଳନରେ ରହିବା ସହିତ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ ।

ହାର୍ଟ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ କତେ ପାଣି ଜରୁରୀ: ହାର୍ଟ ଷ୍ଟ୍ରୋକ ବା ହୃଦୟ ସମ୍ବନ୍ଧୀୟ ରୋଗ ହୋଇଥିଲେ ହେଲଦି ଖାଦ୍ୟ ଖାଇବା ଜରୁରୀ ଅଟେ । ଏହା ସହିତ 2ରୁ ଅଢେଇ ଲିଟର ପାଣି ପିଇବା ଜରୁରୀ ଅଟେ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏକ ରିପୋର୍ଟ ଉପରେ ଆଧାରିତ ଖବର।

ABOUT THE AUTHOR

...view details