ଓଡିଶା

odisha

ETV Bharat / sukhibhava

ଗଲ୍‌ବ୍ଲାଡର୍ ଅସ୍ତ୍ରୋପଚାର ପରେ କେମିତି ନେବେ ସ୍ବାସ୍ଥ୍ୟର ଯତ୍ନ, ଜାଣନ୍ତୁ

ହଜମ ପ୍ରକ୍ରିୟାରେ ଗଲ୍‌ବ୍ଲାଡର୍ ପ୍ରମୁଖ ଭୂମିକା ନିଭାଇଥାଏ । ମାତ୍ର ବେଳେବେଳେ ଷ୍ଟୋନ୍ କାରଣରୁ ଗଲ୍‌ବ୍ଲାଡରକୁ ସମ୍ପୂର୍ଣ୍ଣ ଅପସାରଣ କରିବାକୁ ପଡିଥାଏ । ତେବେ ଏହି ଅସ୍ତ୍ରୋପଚାର ପରେ ହଜମ ପ୍ରକ୍ରିୟାରେ କି କି ପରିବର୍ତ୍ତନ ଆସେ, କିପରି ଶରୀରର ଯତ୍ନ ନେବେ, ଜାଣନ୍ତୁ

By

Published : Mar 30, 2023, 1:41 PM IST

Etv Bharat
Etv Bharat

ହାଇଦ୍ରାବାଦ: ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେଉଁ ଅଙ୍ଗ କମ୍ କାମ କରୁଛି, ନକରୁଛି ତାହା ପ୍ରଭାବ ପକାଏନାହିଁ । ମାତ୍ର ପ୍ରତିଟି ଅଙ୍ଗର ସାମାନ୍ୟ ପରିବର୍ତ୍ତନ ସ୍ବାସ୍ଥ୍ୟକୁ ଦୁର୍ବଳ କରିଦିଏ । ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଗଲ୍‌ବ୍ଲାଡର୍ । ଏହାକୁ ପିତ୍ତ ଥଳୀ ମଧ୍ୟ କୁହାଯାଏ । ଗଲ୍‌ବ୍ଲାଡର୍ ବାଇଲ୍(ପିତ୍ତ) ସଂଗ୍ରହ କରେ ଏବଂ ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ତାହାକୁ ପାକସ୍ଥଳୀକୁ ପଠାଇଥାଏ । ବେଳେବେଳେ ଗଲ୍‌ବ୍ଲାଡରରେ ଷ୍ଟୋନ୍ ହୋଇଯାଏ । ଏହି କାରଣରୁ ରୋଗୀକୁ ଅନେକ ଅସହ୍ୟ ଯନ୍ତ୍ରଣା ସହ୍ୟ କରିବାକୁ ପଡେ । ଫଳରେ ଡାକ୍ତର ସମ୍ପୂର୍ଣ୍ଣ ଗଲ୍‌ବ୍ଲାଡରକୁକୁ ଅସ୍ତ୍ରୋପଚାର କରି ବାହାର କରିଦିଅନ୍ତି ।

ତେବେ ପାକସ୍ଥଳୀ ହଜମ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ଗଲ୍‌ବ୍ଲାଡରକୁ ଅସ୍ତ୍ରୋପଚାର କରିଦେବ ପରେ ହଜମ ପ୍ରକ୍ରିୟା କାମ ବନ୍ଦ ହୋଇଯାଏ କି, ହଜମ ପ୍ରକ୍ରିୟା ନଷ୍ଟ ହୋଇଯାଏ କି ? ଏପରି ଅନେକ ପ୍ରଶ୍ନ ସୃଷ୍ଟି ହୁଏ । ବାସ୍ତବରେ ଏହି ପ୍ରକ୍ରିୟାରେ ସ୍ବାସ୍ଥ୍ୟରେ କି ପରିବର୍ତ୍ତନ ଆସେ, ଜାଣନ୍ତୁ...

ଗଲ୍‌ବ୍ଲାଡର୍ କଣ:- ଏହା ଯକୃତର ଠିକ୍ ତଳେ ଥାଏ । ଏହାର କାମ ହେଉଛି ଯକୃତରୁ ବାହାରୁଥିବା ପିତ୍ତ ରସକୁ ସଂରକ୍ଷଣ କରିବା, ଯାହା ଦ୍ବାରା ଖାଦ୍ୟ ହଜମ ହେବାବେଳେ ଏହା କ୍ଷୁଦ୍ର ଅନ୍ତନଳୀରେ ପିତ୍ତ ରସରେ ପହଞ୍ଚି ହଜମ କରିବାରେ ସାହାଯ୍ୟ କରିଥାଏ ।

ଗଲ୍‌ବ୍ଲାଡର୍ ଅପସାରଣ ପରେ ଅସୁବିଧା ଥାଏ କି:-

ଗଲ୍‌ବ୍ଲାଡର୍ ବାହାର କରିବା ପରେ ଆମ ଶରୀର ଉପରେ କୌଣସି ବିଶେଷ ପ୍ରଭାବ ପଡ଼େ ନାହିଁ । ଏହି କାରଣରୁ, ଯଦି କୌଣସି ଅସୁବିଧା ଥାଏ ତେବେ ଡାକ୍ତରମାନେ ଏହାକୁ ବାହାର କରିଦେବାକୁ ପରାମର୍ଶ ଦିଅନ୍ତି । ଯଦିଓ କିଛି ସମସ୍ୟା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରି ଦେଖାଯାଏ । ଅସ୍ତ୍ରୋପଚାର ପରେ ପ୍ରଥମ ମାସରେ କିଛି ଲୋକଙ୍କୁ ଚର୍ବିଯୁକ୍ତ ଖାଦ୍ୟ ହଜମ କରିବାରେ ଅସୁବିଧା ହୋଇପାରେ । ଗଲ୍‌ବ୍ଲାଡର୍ ଅପସାରଣ ପରେ ସରଳ ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ ।

ଏଥିସହ ଗଲ୍‌ବ୍ଲାଡର୍ ଅପସାର ପରେ ଅଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ହଜମ ହେବା କଷ୍ଟକର ହୋଇପାରେ । ଗଲ୍‌ବ୍ଲାଡର୍ ଅପସାରଣ ପରେ ଲଗାତାର ଭାବେ ଡାଇରିଆ ହୁଏ । କାରଣ ଏହି ଅସ୍ତ୍ରୋପଚାର ପରେ ଶରୀରରେ ପିତ୍ତ ରସ ନିୟନ୍ତ୍ରଣ ହୋଇପାରେ ନାହିଁ, ତେଣୁ ଅସ୍ତ୍ରୋପଚାର ପରେ ପ୍ରଥମ କିଛି ଦିନ ଡାଇରିଆ ହୋଇପାରେ ।

ଗଲ୍‌ବ୍ଲାଡର୍ ବିନା କିପରି ସୁସ୍ଥ ରହିବେ

ମୌସୁମୀ ପନିପରିବା ଏବଂ ଫଳ ସହିତ ଦିନ ଆରମ୍ଭ କରନ୍ତୁ ।

ମସଲାଯୁକ୍ତ, ଲୁଣିଆ, ମିଠା କିମ୍ବା ଚର୍ବିଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଅସ୍ତ୍ରୋପଚାର ପରେ ଫାଇବର ସମୃଦ୍ଧ ଖାଦ୍ୟ ଖାଆନ୍ତୁ ।

ଶସ୍ୟଜାତୀୟ ଖାଦ୍ୟ, ବାଦାମ, ମଞ୍ଜି, କୋବି, ବ୍ରୋକୋଲି ଏବଂ ଫୁଲକୋବି ଖାଇପାରିବେ ।

ଗଲ୍‌ବ୍ଲାଡର୍ ଅପସାରଣ କରିବା ପରେ, ହାଲୁକା ବ୍ୟାୟାମ କରନ୍ତୁ ।

କିଛି ଦିନ ପାଇଁ ଶରୀରର ବିଶେଷ ଯତ୍ନ ନିଅନ୍ତୁ ।

ଯଦି ପେଟରେ ଯନ୍ତ୍ରଣା ହେଉଛି, ବାନ୍ତି ହେଉଛି, ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

କଫିନ୍ ଗ୍ରହଣକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ ଏବଂ ଗୋଟିଏ ଥର ଖାଇବା ପରିବର୍ତ୍ତେ ବିଭିନ୍ନ ସମୟରେ ଅଳ୍ପ ପରିମାଣରେ ଖାଆନ୍ତୁ ।

ଅଧିକରୁ ଅଧିକ ତରଳ ଖାଇବା ପାଇଁ କିଛି ଦିନ ପାଇଁ ଚେଷ୍ଟା କରନ୍ତୁ, କଠିନ ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details