ଓଡିଶା

odisha

ETV Bharat / sukhibhava

Stress: ସବୁବେଳେ ଚାପ ଲାଗି ରହୁଛି କି, ରୋଷେଇ କଲେ ଦୂର ହେବ ସମସ୍ୟା ! - ରୋଷେଇ କଲେ ଦୂର ହେବ କ୍ଲାନ୍ତି

ଆଜିକା ସମୟରେ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ସମସ୍ତେ ଥକ୍କି ଯାଇଥାଆନ୍ତି । ତେବେ ଆପଣ ମଧ୍ୟ କ୍ଲାନ୍ତ କିମ୍ବା ଚାପରେ ରହୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

Feeling stressed
Feeling stressed

By ETV Bharat Odisha Team

Published : Oct 26, 2023, 12:57 PM IST

ହାଇଦ୍ରାବାଦ:ଛୋଟରୁ ଘରେ ରହି ପାଠ ପଢିବା ପରେ ଅଧିକ ପାଠ ପଢିବା ପାଇଁ ଅଥବା ଚାକିରି କରିବା ପାଇଁ ସମସ୍ତେ ଘରୁ ବାହାରକୁ ଆସିଥାଆନ୍ତି । ସମାଜରେ ସମସ୍ତେ ସ୍ବାବଲମ୍ବୀ ହେବାକୁ ଚାହିଁଥାଆନ୍ତି । ତେବେ କର୍ମକ୍ଷେତ୍ରରେ ଚାପ ଅଧିକ ଯୋଗୁଁ ଚାପ ବୃଦ୍ଧି ପାଇଥାଏ। ଅଫିସ ସାରି ଘରିବା ବେଳେ ସମସ୍ତେ କ୍ଲାନ୍ତ ଅନୁଭବ କରିଥାଆନ୍ତି । ଗୋଟିଏ ପଟେ ଚାପ ସହ ଅନ୍ୟପଟେ କ୍ଲାନ୍ତ ଯୋଗୁଁ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୁଏ ନାହିଁ । ଏଭଳି ପରିସ୍ଥିତିରେ ଘରକୁ ଫେରିଲା ବେଳେ ଶକ୍ତିହୀନ ଲାଗିଥାଏ । କର୍ମକ୍ଷେତ୍ରରୁ ଫେରିଲା ପରେ ଭୋକ ଲାଗିଲେ ରୋଷେଇ କରିବା ବଦଳରେ ସମସ୍ତେ ବାହାରୁ ଖାଇବା ଅର୍ଡର କରି ଖାଇ ଥାଆନ୍ତି କିମ୍ବା ସାଙ୍ଗମାନଙ୍କ ସହ ବାହାରକୁ ଯାଇଥାଆନ୍ତି । ରୋଷେଇ କରିବା ପାଇଁ ଇଚ୍ଛା ହୋଇନଥାଏ ।

ତେବେ ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, " ଏହି ସବୁ କାରଣ ପାଇଁ ଲୋକେ କହନ୍ତି ଯେ, ଏହି କାମ ଏବେ ନୁହେଁ ପରେ କରିବା । କିନ୍ତୁ ଏଭଳି କାର୍ଯ୍ୟ ଦ୍ବାରା ଚିନ୍ତା ଦୂର ହୋଇନଥାଏ ବୋଲି କୁହାଯାଇଛି । ଏଭଳି ପରିସ୍ଥିତିରେ ଯେଉଁ କାର୍ଯ୍ୟ କରିବା ପାଇଁ ମନେ ହେଉଛି ସେହି କାର୍ଯ୍ୟ କରିବା ଉଚିତ ବୋଲି କୁହାଯାଇଛି । ପେଟ ଭର୍ତ୍ତି ହେଲେ ଚିନ୍ତାଧାରାରେ ଉନ୍ନତି ଆସିବା ସହିତ ମନରେ ସନ୍ତୋଷ ଆସିବ । ଯାହା ନିଜକୁ ଖୁସି ଦେବା ସହିତ କ୍ଲାନ୍ତ ଦୂର ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: Depression: ଡିପ୍ରେସନର ଶିକାର ହୋଇଛନ୍ତି କି? ଖାଆନ୍ତୁ ଏହି ଫଳ

ବଳକା ସମୟରେ ଚିତ୍ରାଙ୍କନ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିବା ଯେପରି ଭଲ ଲାଗେ, ସେହି ଭଳି ଭାବେ ରୋଷେଇକୁ ମଧ୍ୟ ଉକ୍ତରେ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ଜରୁରୀ ବୋଲି କୁହାଯାଇଛି । ତେବେ ରୋଷେଇ କରିବା ସମୟରେ ଆଖି ଲାଖିଗଲା ଭଳି ଗଠନ, ରଙ୍ଗ ଏବଂ ବାସ୍ନା କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଯେତେବେଳେ କିଛି ନୂଆ କରିବା ପାଇଁ ଚିନ୍ତା କରିବେ ସେତେବେଳେ ମନରୁ ଚାପ ଦୂର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ତେବେ ଏକ ଅଧ୍ୟୟନରେ କୁହାଯାଇଛି ଯେ, ବନ୍ଧୁତାରେ ସ୍ବାର୍ଥପରତା ହୋଇପାରେ । କିନ୍ତୁ ଖାଦ୍ୟ ସହ ତାହା ହୋଇପାରିବ ନାହିଁ । ନୂଆ ନୂଆ ଖାଦ୍ୟ ତିଆରି କରି ସାଙ୍ଗମାନଙ୍କୁ ଖାଇବାକୁ ଦେବା ଦ୍ବାରା ଅନ୍ୟମାନଙ୍କୁ ଦକ୍ଷତା ଦେଖାଇପାରିବେ । ଏହାସହ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିବେ । ତେବେ ଏହି ସମସ୍ତ ଟିପ୍ସ ଆପଣାଇବା ଦ୍ବାରା ଥକ୍କା, ଚିନ୍ତା, ଚାପ ଏବଂ ଏକୁଟିଆ ଅନୁଭବ ହେବ ନାହିଁ। ପରିବାର ଲୋକ ଖୁସି ହେବା ସହିତ ଚାପ ଦୂର ହୋଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details