ନୂଆଦିଲ୍ଲୀ:ବର୍ତ୍ତମାନର ସମୟରେ ଜଙ୍କ ଫୁଡକୁ ସବୁ ଛୋଟ ଛୁଆ ପସନ୍ଦ କରିଥାଆନ୍ତି। ସ୍କୁଲ ଯିବା ସମୟରେ କିମ୍ବା ଆସିବା ପରେ ଜଙ୍କ ଫୁଡ ଖାଇବା ପାଇଁ ଜିଦି କରିଥାଆନ୍ତି। ଏହା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଏହାରି ଭିତରେ ଡାକ୍ତର ଆଉ ଏକ ମନ୍ତବ୍ୟ ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଜଙ୍କଫୁଡ ଖାଇବା ଦ୍ବାରା ସ୍କୁଲ ଯାଉଥିବା ଛୁଆଙ୍କର ମଧ୍ୟ ହାର୍ଟ ସମସ୍ୟା ବୃଦ୍ଧି ହେଉଥିବା ଜଣାପଡିଛି। କୁହାଯାଇଛି ଯେ, ସ୍କୁଲ ଛୁଆଙ୍କୁ ହେଉଥିବା ହାର୍ଟଆର୍ଟାକର କାରଣ ମଧ୍ୟରୁ ଜଙ୍କଫୁଡ ଅନ୍ୟତମ କାରଣ । ତେବେ କିଛି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ଯେ, 10 ବର୍ଷରୁ କମ ବୟସର ଛୁଆଙ୍କ କ୍ଷେତ୍ରରେ ମଧ୍ୟ ହାର୍ଟ ସମସ୍ୟା ଦେଖାଦେଇଛି। ଏହାସହ ସେମାନଙ୍କର ପ୍ରାଣ ମଧ୍ୟ ହୋଇଛି।
ଗଙ୍ଗା ରାମ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନୀରଜ ଅଗ୍ରୱାଲ କହିଛନ୍ତି, "ଆମ ଦେଶରେ ଫାଷ୍ଟଫୁଡ୍ ଖାଦ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମୋତେ ଲାଗୁଛି ଏହାହିଁ ପରବର୍ତ୍ତି ସମୟରେ ମୁଖ୍ୟ ସମସ୍ୟା ହେବ।" ଅନ୍ୟପଟେ ଗୁରୁଗ୍ରାମ ମେଦାନ୍ତର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅମିତ ମିଶ୍ରି କହିଛନ୍ତି, "ପିଲାମାନଙ୍କଠାରେ ହୃଦଘାତର ସଂଖ୍ୟା ବହୁତ ଅଧିକ ନୁହେଁ। ମାତ୍ର ମେଦବହୁଳତା ଏବଂ ବ୍ୟାୟାମର ଅଭାବ ଯୋଗୁଁ ଏହି ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଏହା ପରବର୍ତ୍ତି ସମୟରେ ବିସ୍ଫୋରକ ହୋଇପାରେ ।"
ବିଶେଷଜ୍ଞଙ୍କ କହିବା ଅନୁସେରେ, ସ୍କୁଲରେ ପଢୁଥିବା ଛୋଟ ଛୁଆ ଘରୋଇ ଖାଦ୍ୟ ପରିବର୍ତ୍ତେ ବାହାରୁ ଖାଦ୍ୟ ଗ୍ରହଣ କରନ୍ତି। ସେଥିରେ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ଅଧିକ ରହିଥାଏ। ଫଳରେ ମେଦବହୁଳତା ଅଧିକ ରହିଥାଏ ଯାହାକି ହାର୍ଟ ସମସ୍ୟାର ପ୍ରମୁଖ କାରଣ।
କେମିତି ରୋକିହେବ?