ଓଡିଶା

odisha

ETV Bharat / sukhibhava

ମଧ୍ୟାହ୍ନ ଭୋଜନ ପରେ ନିଦ ଲାଗୁଛି କି, ଏହି ସବୁ ଅଭ୍ୟାସ ଆପଣାଇଲେ ପାଇବେ ମୁକ୍ତି

ମଧ୍ୟାହ୍ନ ଭୋଜନ ପରେ ନିଦ ଲାଗୁଛି କି ? ଅଫିସ କାମ କରିବା ପାଇଁ ଇଚ୍ଛା ହେଉନି କି ? ଏହି ସବୁ ଅଭ୍ୟାସ ଆପଣାଇଲେ ପାଇବେ ମୁକ୍ତି ।

By ETV Bharat Odisha Team

Published : Sep 19, 2023, 3:27 PM IST

avoid falling asleep after lunch
avoid falling asleep after lunch

ହାଇଦ୍ରାବାଦ:କିଛି ଲୋକ ମଧ୍ୟାହ୍ନ ଭୋଜନ ପରେ ଅଳସୁଆ ଭଳି ଅନୁଭବ କରିଥାଆନ୍ତି। ଖାଇବା ମାତ୍ରେ ସଙ୍ଗେସଙ୍ଗେ ଶୋଇ ପଡିଥାଆନ୍ତି। କିନ୍ତୁ ଯେଉଁମାନେ ଅଫିସରେ ଅଛନ୍ତି ସେମାନଙ୍କ ପାଇଁ ଏହା ସମ୍ଭବ ନୁହେଁ। ଖାଇଲା ପରେ ନିଦ ଲାଗିବା ଦ୍ବାରା କାମରେ ଧ୍ୟାନ ରୁହେ ନାହିଁ। ଏହାସହ ଖାଇବା ପରେ ଶୋଇବା ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି। ଯଦେ ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ

⚛ ଖାଇବା ମାତ୍ରେ ଆଖିକୁ ନିଦ ଆସିଥାଏ..ଏବଂ ଶରୀର ମଧ୍ୟ ବିଶ୍ରାମ ଚାହିଁଥାଏ। ତେଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଇବା ପରେ ତୁରନ୍ତ ନବସି 10 ମିନିଟ ପର୍ଯ୍ୟନ୍ତ ଚାଲିବା ଉଚିତ ଅଟେ। ଏହା ଦ୍ବାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଥାଏ ଏବଂ ଅଙ୍ଗଗୁଡ଼ିକରେ ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ। ଫଳସ୍ୱରୂପ ଥକ୍କା ଲଗିବା ଅସ୍ଥିରତା, ନିଦ୍ରା ଅନୁଭବ ଇତ୍ୟାଦି ଦୂର ହୋଇଥାଏ।

⚛ ତେବେ ଖାଇବା ପରେ ନିଦ ଆସିବା ଦ୍ବାରା ଅନେକ ବିସ୍କୁଟ ଏବଂ ଚିପ୍ସ ଖାଇ ନିଦ ଠାରୁ ଦୂରେଇ ରଖିଥାଆନ୍ତି। କିନ୍ତୁ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ଚିପ୍ସ ଖାଇବା ପରିବର୍ତ୍ତେ ଗମ ଖାଇବା ଉଚିତ। ଏହା ଦ୍ବରା ଆଉ ଅଳସ ଲାଗେ ନାହିଁ। କିନ୍ତୁ 5 ରୁ 10 ମିନିଟ ଗମ ଖାଇବା ଉଚିତ।

⚛ ଶରୀର ଡିହାଇଡ୍ରେଟ ହେବା ଦ୍ବାରା ମଧ୍ୟ କ୍ଲାନ୍ତ ଲାଗିଥାଏ। ତେଣୁ ପ୍ରତ୍ୟେକ ଦିନ ଉପଯୁକ୍ତ ପରିମାଣର ପାଣି ପିଇବା ଉଚିତ। ତେଣୁ ଖାଦ୍ୟ ଗ୍ରହଣ କରିବାର କିଛି ସମୟ ପରେ ପାଣି ପିଅନ୍ତୁ।

⚛ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା ଖାଇବା ଦ୍ବାରା ମଧ୍ୟ ଅଳସୁଆ ବା ନିଦ ଲାଗିଥାଏ। ଯେପରିକି ଚାଉମିନ, ବର୍ଗର, ଛଣାଛଣି, ବିରିୟାନି ଇତ୍ୟାଦି। ଏହି ଖାଦ୍ୟ ଦ୍ବାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ତେଣୁ ଆଇରନ ଯୁକ୍ତ ଖାଦ୍ୟ(ପନିପରିବା), ପ୍ରୋଟିନ(ମାଛ, ମାଂସ, ଅଣ୍ଡା) ଏବଂ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଖାଇବା ଉଚିତ।

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: ନିଦ୍ରାହୀନତା ଆସ୍ଥମାରେ ଆକ୍ରାନ୍ତ କରାଇପାରେ, ଜାଣନ୍ତୁ କେମିତି କରିବେ ଚିକିତ୍ସା

⚛ ପ୍ରାୟ ସମସ୍ତେ ପେଟପୁରା ଭୋଜନ କରିବାକୁ ଚାହିଁଥାଆନ୍ତି। ତେବେ ଖାଇବା ପରେ ନିଦ ଆସିବାର ଏହା ମଧ୍ୟ ଏକ କାରଣ ହୋଇପାରେ। ଅତ୍ୟଧିକ ଖାଇବା ଦ୍ବାରା ପେଟ ଭାରୀ ଲାଗିଥାଏ। ଏଭଳି ପରିସ୍ଥିତିରେ ଶରୀର ବିଶ୍ରାମ ଚାହିଁଥାଏ। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗୋଟିଏ ଥରରେ ଅଧିକ ଖାଦ୍ୟ ନଖାଇ ଅଳ୍ପ ଅଳ୍ପ କରି ଖାଇବା ଉଚିତ।

⚛ ଯେଉଁ ବ୍ୟକ୍ତିମାନେ ରାତିରେ 7ରୁ 8 ଘଣ୍ଟା ଶୋଇଥାଆନ୍ତି, ସେମାନେ ଖାଇବା ପରେ ଅଳସୁଆ ହୁଅନ୍ତି ନାହିଁ। ତେଣୁ ରାତିରେ 8 ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଛି।

⚛ ଯେଉଁମାନେ ଅଧିକ ଥର କଫି ପିଇଥାଆନ୍ତି ସେମାନେ ଖାଦ୍ୟ ଖାଇବା ପରେ ଅଳସୁଆ ଅନୁଭବ କରିଥାଆନ୍ତି ବୋଲି କୁହାଯାଏ। ଏଥିରି ରହିଥିବା କେଫିନ ଏହାର କାରଣ ବୋଲି କୁହାଯାଏ। ତେଣୁ ଦିନକୁ ଗୋଟିଏ କିମ୍ବା 2 କପରୁ ଅଧିକ କଫି ପିଇବା ଉଚିତ ନୁହେଁ ବୋଲି କୁହାଯାଏ।

⚛ ତେବେ ଏହି ସବୁ ଅଭ୍ୟାସ ମନୁଷ୍ୟକୁ ଅଳସୁଆ କରିଥାଏ ବୋଲି କୁହାଯାଏ। କିନ୍ତୁ ଏହା ବ୍ୟତିତ ଆନିମିଆ, ହରମୋନ ଅସନ୍ତୁଳନତା, ଇନସୁଲିନ ଦ୍ବାରା ମଧ୍ୟ ଏହାର କାରଣ ହୋଇପାରେ। ତେଣୁ ଏଭଳି ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details