ହାଇଦ୍ରାବାଦ:ଆଜିକାଲି ସମସ୍ତ ବ୍ୟକ୍ତିଙ୍କର କେଶ ସମସ୍ୟା ଦେଖାଯାଉଛି । ବୟସ ପୂର୍ବରୁ ଚୁଟି ପାଚିବା ସହିତ ଝଡ଼ିଯାଉଛି । ଖାଦ୍ୟପେୟରେ ଅନିୟମିତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କେଶ ଉପରେ ଅଧିକ ପ୍ରଭାବ ପଡ଼ୁଛି । ବର୍ଷକ 6ଟି ଋତୁ। କିନ୍ତୁ ସାଧାରଣ ଲୋକେ ବର୍ଷା, ଶୀତ ଏବଂ ଗ୍ରୀଷ୍ମ ଋତୁ ଅନୁଭବ କରିଥାଆନ୍ତି । ଏହାର ପ୍ରଭାବ ଶରୀର ଉପରେ ଅଧିକ ପଡୁନଥିଲେ ହେଁ କେଶ ଉପରେ ଏହାର ପ୍ରଭାବ ଅଧିକ ରହିଥାଏ। କେଶ ରୁକ୍ଷ ହେବା ସହିତ ପାଚିଯାଇଥାଏ । ଶୀତ ଋତୁରେ କେଶ ଶୁଷ୍କ ହୋଇଥାଏ । ଅନ୍ୟପଟେ ବର୍ଷା ଋତୁ କଥା ଯଦି କହିବା ଏହି ଋତୁରେ କେଶ ଅଧିକା ଝଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ...
ଦହି-ଜଡାତେଲ: ଦୁଇ ଚାମଚ ଜଡ଼ା ତେଲକୁ ନେଇ ଗୋଟିଏ କପ ଦହି ସହ ମିଶାନ୍ତୁ। ଏହାକୁ କେଶର ମୂଳରେ ଏବଂ ଅଗରେ ଭଲ ଭାବେ ଲଗାନ୍ତୁ । ଏହାପରେ ଅଧଘଣ୍ଟା ଶୁଖିବାକୁ ଛାଡ଼ି ଦିଅନ୍ତୁ। ଶୁଖିଲା ପରେ ସାମ୍ପୁ ଲଗାଇ ଭଲ ଭାବେ କେଶ ସଫା କରିଦିଅନ୍ତୁ। ସପ୍ତାହକୁ ଥରେ ଏଭଳି କରିବା ଦ୍ବାରା ରୂପି ସମସ୍ୟା ଦୂର ହେବା ସହିତ କେଶ ସିଲ୍ମ ଏବଂ ସାଇନ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ:କଣ ପ୍ରତିଦିନ ମୁଣ୍ଡ ଧୋଇବା ଉଚିତ କି? କଣ କହୁଛନ୍ତି ବିଶେଷଜ୍ଞ
ଅଣ୍ଡାର ଧଳାଅଂଶ:ସିଧା ଘନ କେଶ ସମସ୍ତ ଝିଅଙ୍କୁ ପସନ୍ଦ ଥାଏ । କିନ୍ତୁ ପାଣିପାରେ ପରିବର୍ତ୍ତନ ଯୋଗୁଁ କେଶ ଫାଟି ଯାଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଏହି ଟ୍ପିସ ଆପଣାନ୍ତୁ । 2ଟା ଭିଟାମିନ E କ୍ୟାପସୁଲ ନେଇ ଅଣ୍ଡାର ଧଳାଅଂଶ ସହିତ ମିଶାନ୍ତୁ। ଏହାକୁ କେଶରେ ଭଲ ଭାବେ ଲହାଇ ଅଧାଘଣ୍ଟା ଛାଡି ଦିଅନ୍ତୁ । ଏହାପରେ କେମିକାଲ ଫ୍ରି ସାମ୍ପୁରେ କେଶକୁ ଭଲ ଭାବେ ସଫା କରନ୍ତୁ । ଏହା ଦ୍ବାରା କେଶ ସିଲକି ହୋଇଥାଏ ।