ହାଇଦ୍ରାବାଦ:ଆମ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଏ । କେତେକ ସାଧାରଣ ହୋଇଥାଏ, ଅନ୍ୟ କେତେକ ଜଟିଳ ହୋଇଯାଏ । ସେଥିମଧ୍ୟରୁ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ଅନ୍ୟତମ । ଏହା ଏକ ପ୍ରକାର କିଡନୀ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ଛୋଟ ପିଲାମାନଙ୍କ ଠାରେ ଦେଖାଯାଏ । କିଡନୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଡିଟକ୍ସିଫାଏ କରିଥାଏ । କିନ୍ତୁ ଯେତେବେଳେ କିଡନୀ ଫିଲ୍ଟରରେ ଥିବା ଛିଦ୍ର ଗୁଡ଼ିକ ବଡ଼ ହୋଇଯାଏ, ସେତେବେଳେ ଏହା ପରିସ୍ରା ସହିତ ପ୍ରୋଟିନ୍ ନିଷ୍କାସନ କରିଦିଏ । ନେଫ୍ରୋଟିକ୍ ସିଣ୍ଡ୍ରୋମ ସଂକ୍ରମଣ ଏବଂ ରକ୍ତ ଜମାଟ ବାନ୍ଧିବାର ଆଶଙ୍କାକୁ ବଢାଇପାରେ ।
ଏହା ମଧ୍ୟ ପଢନ୍ତୁ:-Weight Loss Tips: ଓଜନ ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ
ଅଧିକାଂଶ ଲୋକ ମୂତ୍ରରେ ଫୋମ୍ ସମସ୍ୟା କିମ୍ବା ପରିସ୍ରାର ରଙ୍ଗ ଗାଢ ହୋଇଯିବାକୁ ଅଣଦେଖା କରନ୍ତି । ଯଦି ଏହି ସମସ୍ୟା କ୍ରମାଗତ ଭାବରେ ଘଟୁଛି, ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ କିଡନୀ ଅକ୍ଷମତା ଅର୍ଥାତ୍ ଠିକ୍ ଭାବରେ କାମ ନ କଲେ ଏହି ସମସ୍ୟା ଦେଖାଯାଏ ।
ଏହି ପ୍ରକାର ସମସ୍ୟା ଯେକୌଣସି ବୟସରେ ହୋଇପାରେ, କିନ୍ତୁ ଅଧିକାଂଶ ସମୟରେ ଏହି ସମସ୍ୟା ପିଲାମାନଙ୍କ ଠାରେ ଦେଖାଯାଏ । ଶରୀରରେ ପ୍ରୋଟିନ୍ ଅଭାବ ହେଲେ ନେଫ୍ରୋଟିକ୍ ସିଣ୍ଡ୍ରୋମ ହୁଏ । ଏହି ରୋଗ ହେଲେ ଆଖି ଏବଂ ଗୋଡ ଫୁଲିଯାଇପାରେ । ହଠାତ୍ ଓଜନ ବୃଦ୍ଧି, ଥକାପଣ, ଭୋକ ହ୍ରାସ ଆଦି ଲକ୍ଷଣ ମଧ୍ୟ ଦେଖାଦିଏ ।
ଏହା ମଧ୍ୟ ପଢନ୍ତୁ:-Headache Treatment: ଅସହ୍ୟ ମୁଣ୍ଡବ୍ୟଥା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର
ଯଦି ଏପରି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ପିଲାମାନଙ୍କଠାରେ ନେଫ୍ରୋଟିକ୍ ସିଣ୍ଡ୍ରୋମର ଏହା ସବୁଠାରୁ ସାଧାରଣ କାରଣ । କେତେକ ରୋଗ ଏବଂ ଅବସ୍ଥା ନେଫ୍ରୋଟିକ୍ ସିଣ୍ଡ୍ରୋମ ହେବାର ଆଶଙ୍କାକୁ ବଢାଇଥାଏ, ଯେପରିକି ଡାଇବେଟିସ୍, ଲୁପସ୍, ଆମିଲଏଡୋସିସ୍, ରିଫ୍ଲକ୍ସ ନେଫ୍ରୋପାଥି ଏବଂ ଅନ୍ୟାନ୍ୟ କିଡନୀ ରୋଗ । କେତେକ ପ୍ରକାର ଔଷଧ ମଧ୍ୟ ରହିଛି, ଯାହା ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ନେଫ୍ରୋଟିକ୍ ସିଣ୍ଡ୍ରୋମ ସୃଷ୍ଟି କରିପାରେ । ତେଣୁ ଲକ୍ଷଣକୁ ଆଦୌ ଅବହେଳା କରନ୍ତୁ ନାହିଁ ।
Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।