ହାଇଦ୍ରାବାଦ: ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ବ୍ରେଷ୍ଟ କ୍ୟାନସର(Breast Cancer) ବା ସ୍ତନ କର୍କଟ ଆଉ ଏକ ଜଟିଳ ସମସ୍ୟା । ଅଧିକାଂଶ ମହିଳା ଏହି ରୋଗର ଶିକାର ହୁଅନ୍ତି । ବେଳେବେଳେ ଚିକିତ୍ସା ଅଭାବ ଓ ରୋଗ ଚିହ୍ନଟ ବିଳମ୍ବ କାରଣରୁ ଜୀବନ ମଧ୍ୟ ଚାଲିଯାଏ । ତେଣୁ ରୋଗର କାରଣ, ଲକ୍ଷଣ ବାବଦରେ ପ୍ରତିଟି ମହିଳାଙ୍କୁ ଅବଗତ ହେବା ଉଚିତ୍ । କେଉଁ ଲକ୍ଷଣ ବ୍ରେଷ୍ଟ କ୍ୟାନସରର ଲକ୍ଷଣ, ଜାଣନ୍ତୁ...
ସ୍ତନ କର୍କଟ ଲକ୍ଷଣ :ସ୍ତନ କର୍କଟ ରୋଗର ଲକ୍ଷଣ ଆରମ୍ଭରେ ଦୃଶ୍ୟମାନ ହୁଏ ନାହିଁ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ ହୋଇପାରେ, ଯାହା ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...
- ସ୍ତନ ଯନ୍ତ୍ରଣା କିମ୍ବା ଫୁଲା
- ସ୍ତନର ନିପଲ୍ ଆକୃତି କିମ୍ବା ଚର୍ମରେ ପରିବର୍ତ୍ତନ
- ସ୍ତନ ଟାଣ ହୋଇଯିବା
- ସ୍ତନ ଉପରେ କୁଣ୍ଡେଇ ହେବା
- ସ୍ତନରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା
କାରଣ :ସ୍ତନ କର୍କଟ କାରଣରୁ ଶାରୀରିକ ଅସୁସ୍ଥତା ଏବଂ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । କେବଳ 5-10% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ । ସ୍ତନ କର୍କଟ ରୋଗର ଲକ୍ଷଣ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
- ସ୍ତନ କୋଷଗୁଡ଼ିକର ଅସ୍ୱାଭାବିକ ଭାବେ ବୃଦ୍ଧି ଘଟିବା
- ହରମନ୍ ଅସନ୍ତୁଳନ
- ଅନିୟମିତ ଜୀବନଶୈଳୀ
- ମେଦବହୁଳତା ବା ମୋଟାପଣ
- ଅସନ୍ତୁଳିତ ଖାଦ୍ୟ
- ଗର୍ଭନିରୋଧକ ଔଷଧ ସେବନ
- ମଦ୍ୟପାନ ଏବଂ ଧୂମପାନ ଅଭ୍ୟାସ
- ବ୍ୟାୟାମ ନକରିବା
- ଅଧିକ ବୟସରେ ଗର୍ଭଧାରଣ କରିବା