ହାଇଦ୍ରାବାଦ: ବାଇଲ ଡକ୍ଟ କ୍ୟାନସର ବା ପିତ୍ତନଳୀ କର୍କଟ ବିଭିନ୍ନ ବିପଦପୂର୍ଣ୍ଣ କର୍କଟ ମଧ୍ୟରୁ ଅନ୍ୟତମ । ଏହାକୁ ବିଜ୍ଞାନ ଭାଷାରେ କୋଲାଞ୍ଜିୟୋକାର୍ସିନୋମା ମଧ୍ୟ କୁହନ୍ତି । ଏହି କର୍କଟର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥାଏ । ତଥାପି ରୋଗର ଲକ୍ଷଣ ଶୀଘ୍ର ଚିହ୍ନଟ ହେଲେ ବିଶେଷ ବିପଦ ନଥାଏ । ଏଥିପାଇଁ ପିତ୍ତନଳୀ କର୍କଟରେ କେଉଁ ଲକ୍ଷଣ ଦେଖାଯାଏ, ଜାଣିରଖିବା ଉଚିତ୍ । ଇଣ୍ଟ୍ରାହେପାଟିକ୍ କିମ୍ବା ଏକ୍ସଟ୍ରାହେପାଟିକ୍ ଡକ୍ଟାଲ୍ କରସିନୋମାର ଉପସ୍ଥିତି ସାଧାରଣତଃ ନିର୍ଦ୍ଦିଷ୍ଟ ଲକ୍ଷଣ ଦ୍ୱାରା ପିତ୍ତନଳୀ କର୍କଟ ଲକ୍ଷଣକୁ ଚିହ୍ନଟ କରାଯାଏ, ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଜଣ୍ଡିସ୍
ପିତ୍ତନଳୀ କର୍କଟ ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଜଣ୍ଡିସ, ତଥାପି ଅଧିକାଂଶ କ୍ଷେତ୍ରରେ ଏହି ଅବସ୍ଥା କର୍କଟ ସହିତ ଜଡିତ ନଥାଏ । ଜଣ୍ଡିସ୍ ହେଲେ ଶରୀରର ରଙ୍ଗ ହଳଦୀଆ ପଡିଯିବା ସହ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ସ କରିବା ଉଚିତ୍ । ନଚେତ୍ ଏହି ସମସ୍ୟା ଧୀରେ ଧୀରେ ଗମ୍ଭୀର ହୋଇପାରେ ।
ଗାଢ ରଙ୍ଗର ପରିସ୍ରା ଏବଂ ପେଟ ଯନ୍ତ୍ରଣା
ପିତ୍ତରେ ବିଲିରୁବିନ ସ୍ତର କାରଣରୁ ପରିସ୍ରା ଗାଢ ରଙ୍ଗ ହୋଇପାରେ, ଯାହା ପିତ୍ତ ନଳୀ କର୍କଟ ରୋଗର ଲକ୍ଷଣ ହୋଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ ପିତ୍ତନଳୀ କର୍କଟ ପେଟରେ ସାମାନ୍ୟ ଯନ୍ତ୍ରଣା ଦେଇପାରେ, କିନ୍ତୁ ବଡ଼ ଟ୍ୟୁମର୍ ଅଧିକ ଯନ୍ତ୍ରଣା କରେ, ବିଶେଷତଃ ତଳ ଭାଗ ପେଟର ଡାହାଣ ପାର୍ଶ୍ୱରେ ଅଧିକ ଯନ୍ତ୍ରଣା ହୋଇଥାଏ ।