ହାଇଦ୍ରାବାଦ: ନବଜାତ ଶିଶୁ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଆ କ୍ଷୀର ଉପରେ ନିର୍ଭର କରିଥାଏ । ଶିଶୁ ପାଟିରେ ବେଳେବେଳେ ମା' କ୍ଷୀର ଅଠାରେ ପରିଣତ ହୁଏ ଫଳରେ ଏହା ଶିଶୁର ଜିଭରେ ଲାଗିଯାଏ । ଆଉ ପରବର୍ତ୍ତୀ ସମୟରେ ପାଟି ଭିତରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଏଥିଲାଗି ନବଜାତ ଶିଶୁଙ୍କର ପାଟି ସ୍ବାସ୍ଥ୍ୟ(Oral Health)ର ଯତ୍ନ ନେବା ନିହାତି ଆବଶ୍ୟକ ।
- ଆଙ୍ଗୁଠିରେ କପଡ଼ା ନେଇ ପାଟି ସଫା କରନ୍ତୁ:-
ଦିଲ୍ଲୀ ସ୍ମାଇଲ କ୍ଲିନିକର ପେଡିଆଟ୍ରିକ ଡେଣ୍ଟିଷ୍ଟ ଡକ୍ଟର ଅପର୍ଣ୍ଣା ସେନ କହିଛନ୍ତି ଯେ ନବଜାତଙ୍କ ପାଟି ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଶିଶୁଙ୍କ ବୟସ ଅନୁଯାୟୀ ପାଟି ସ୍ବାସ୍ଥ୍ୟ ଯତ୍ନ ଭିନ୍ନ ହୋଇଥାଏ । ନବଜାତଙ୍କ ଦାନ୍ତ ଉଠିନଥିବାରୁ ସେମାନଙ୍କ ପାଟିକୁ ପେଷ୍ଟ ଓ ବ୍ରସ ପରିବର୍ତ୍ତେ ନରମ କପଡା ଦ୍ବାରା ସଫା କରାଯିବା ଉଚିତ । ପ୍ରଥମେ ଆଙ୍ଗୁଠିରେ କପଡ଼ା ଗୁଡ଼ାଇ ଏହା ଦ୍ବାରା ଶିଶୁର ପାଟିକୁ ସଫା କରିବା ଉଚିତ । ଏପରି ସଫା କରିବା ଦ୍ବାରା ଶିଶୁର ପାଟିରେ ଥିବା ଅଠାଗୁଡ଼ିକ ସଫା ହୋଇଥାଏ ।
ଡକ୍ଟର ଅପର୍ଣ୍ଣା ଆହୁରି କହିଛନ୍ତି ଯେ ଶିଶୁ ୪ ମାସର ହୋଇଯିବା ପରେ ସେ ତାର ହାତକୁ ପାଟିରେ ପୁରାଇଥାଏ । ଏହାସହ ତା' ଆଖିରେ ଯାହା ପଡ଼େ ତାକୁ ପାଟିରେ ପୁରାଇବାକୁ ଚେଷ୍ଟା କରେ । ଏହାଦ୍ବାରା ପାଟିରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଏହା ଧୀରେ ଧୀରେ ପେଟରେ ପହଞ୍ଚି ରୋଗ ସୃଷ୍ଟି କରିଥାନ୍ତି । କେବଳ ଖାଇବା ପରେ ନୁହେଁ, ବରଂ ଶିଶୁଙ୍କ ପାଟିକୁ ୧ ରୁ ୨ ଥର ଦିନରେ ସଫା କରିବା ଆବଶ୍ୟକ ।
- ମାଢିକୁ ଧୀରେ ଧୀରେ ମାଲିସ କରନ୍ତୁ:-