ଓଡିଶା

odisha

ETV Bharat / sukhibhava

ପେଟରେ ଏହିସବୁ ଲକ୍ଷଣ ରହିଛି କି ? ଅବହେଳା କରନ୍ତୁ ନାହିଁ - ପେଟ ଯନ୍ତ୍ରଣାର କାରଣ ଓ ସମସ୍ୟା

ଉପର ପେଟରେ ଯନ୍ତ୍ରଣା ସାଧାରଣ ନୁହେଁ, ଗାଲ୍‌ଷ୍ଟୋନ ସମସ୍ୟାର କାରଣ ହୋଇପାରେ ! ଏହିପରି ଲକ୍ଷଣ ଥିଲେ ତୁରନ୍ତ କରନ୍ତୁ ଡାକ୍ତରୀ ପରୀକ୍ଷା । ଅଧିକ ପଢନ୍ତୁ

ପେଟରେ ଏହିସବୁ ଲକ୍ଷଣ ଥିଲେ ଅବହେଳା କରନ୍ତୁ ନାହିଁ !
ପେଟରେ ଏହିସବୁ ଲକ୍ଷଣ ଥିଲେ ଅବହେଳା କରନ୍ତୁ ନାହିଁ !

By

Published : Oct 15, 2022, 3:57 PM IST

ହାଇଦ୍ରାବାଦ: ଉପର ପେଟରେ ଯନ୍ତ୍ରଣା ସାଧାରଣ ନୁହେଁ, ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ ! ଏହାର କାରଣ ଅନେକ କିଛି ଥାଇପାରେ । ବେଳେବେଳେ ଏହା କିଛି ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ପେଟର ଉପର ଯନ୍ତ୍ରଣା ହେବାର ଦୁଇଟି ବଡ଼ କାରଣ ହେଉଛି ଏସିଡ୍ ରିଫ୍ଲକ୍ସ (acid reflux) ଏବଂ ଗାଲ୍ ବ୍ଲାଡଡର (gallbladder)ରେ କିଛି ସମସ୍ୟା । ଏହି ଦୁଇଟି ରୋଗର ଲକ୍ଷଣ ପ୍ରାୟତ ସମାନ ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି କି, ଲୋକମାନେ ଯନ୍ତ୍ରଣାର ପ୍ରକୃତ କାରଣ କ’ଣ ବୁଝନ୍ତି ନାହିଁ ।

ଏସିଡ୍ ରିଫ୍ଲକ୍ସ କ’ଣ(What is Acid Reflux)

ଯେତେବେଳେ ଜଣେ ବ୍ୟକ୍ତିଙ୍କ ପେଟରେ ଏସିଡ୍ ଏସୋଫ୍ୟାଗସ୍ ହୁଏ, ସେତେବେଳେ ଉତ୍ତାପ ଏବଂ ଛାତିରେ ଜ୍ୱଳନ ପରି ଅନୁଭବ ହୋଇଥାଏ । ଏପରି ବାରମ୍ବାର ହେଲେ, ଏସିଡ୍ ରିଫ୍ଲକ୍ସ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ (gastroesophageal reflux disease, GERD) ର କାରଣ ହୋଇପାରେ ।

ଗାଲ୍‌ଷ୍ଟୋନ୍ କ’ଣ(What is gallstone)

ଏହା ପେଟର ଡାହାଣ ପାର୍ଶ୍ୱରେ ଯକୃତର ତଳେ ଏକ ଛୋଟ ଅଙ୍ଗ । ଏଥିରେ ବାଇଲ ନାମକ ଏକ ହଜମକାରୀ ତରଳ ଥାଏ, ଯାହା କ୍ଷୁଦ୍ର ଅନ୍ତନଳୀରେ ନିର୍ଗତ ହୁଏ । ଗାଲ୍ ଷ୍ଟୋନ୍ ଗାଲ୍‌ବ୍ଲାଡଡରରେ ସୃଷ୍ଟି ହୋଇପାରେ । ଆରମ୍ଭରେ ଏହାର କୌଣସି ଲକ୍ଷଣ ନଥାଏ, ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଅସ୍ତ୍ରୋପଚାରର କରିବାକୁ ପଡିଥାଏ ।

ଗାଲ୍‌ଷ୍ଟୋନ୍ ଲକ୍ଷଣ(gallstone symptoms)

ଗାଲ୍ ଷ୍ଟୋନ୍ ଗଠନ ହେଲେ ଆପଣ ଅନେକ ଲକ୍ଷଣ ଅନୁଭବ କରିପାରନ୍ତି, ଯାହା ଅନ୍ୟ ରୋଗ ସହିତ ସମାନ । ଯଦି ପେଟର ଉପର ଡାହାଣ ଭାଗରେ, ପେଟ ମଝିରେ, ସ୍ତନ ତଳେ କିମ୍ବା କାନ୍ଧ ତଳେ ଯନ୍ତ୍ରଣା ଏବଂ ବାନ୍ତି ହେଲେ ସତର୍କ ରହିବା ଉଚିତ୍ ।

ଏହି ଲକ୍ଷଣ ଏସିଡ୍ ରିଫ୍ଲକ୍ସ କିମ୍ବା ଗାଲ୍‌ବ୍ଲାଡଡର୍ ସମସ୍ୟା ବୋଲି କେମିତି ଜାଣିବେ

ଏସିଡ୍ ରିଫ୍ଲକ୍ସର ହିଟବର୍ନ(ଉତ୍ତାପ ପରି ଅନୁଭବ ହେବା) ହେଉଛି ଏକ ମୁଖ୍ୟ ଲକ୍ଷଣ । ଏଥିରେ ଏକ ଜ୍ୱଳନ୍ତ ସେନ୍ସେସ୍ ଅଛି, ଯାହା ପେଟ ଏବଂ ଛାତିକୁ ଯାଇଥାଏ । ଏହା ଶରୀରର ମଝିରେ ସ୍ତନହାଡ(breastbone) ତଳେ ଅବସ୍ଥିତ । ସେହିଭଳି ଗାଲ୍‌ବ୍ଲାଡର ସମସ୍ୟା କାରଣରୁ ଉପର ପେଟରେ ଯନ୍ତ୍ରଣା ହୋଇପାରେ । ବେଳେବେଳେ ଯନ୍ତ୍ରଣା ଶରୀରର ଅନ୍ୟ ସ୍ଥାନକୁ ଯେପରିକି ଛାତି କିମ୍ବା ପିଠିକୁ ମଧ୍ୟ ବ୍ୟାପିପାରେ ।

ଏସିଡ୍ ରିଫ୍ଲକ୍ସ ଏବଂ ଗାଲ୍‌ବ୍ଲାଡର୍ ଯନ୍ତ୍ରଣା କ’ଣ ?

ଶୋଇବା ସମୟରେ ଏସିଡ୍ ରିଫ୍ଲକ୍ସ ଯନ୍ତ୍ରଣା ହୋଇପାରେ । ପିତ୍ତଳ ନଳୀରେ ଷ୍ଟୋନ୍ କାରଣରୁ ଗାଲ୍‌ବ୍ଲାଡଡରରେ ଯନ୍ତ୍ରଣା ହୁଏ । ଯନ୍ତ୍ରଣା ସାମାନ୍ୟ କିମ୍ବା ଭୟଙ୍କର ହୋଇପାରେ । ଏସିଡ୍ ରିଫ୍ଲକ୍ସରେ ଯନ୍ତ୍ରଣା ସାଧାରଣତ କିଛି ମିନିଟ୍ରୁ କିଛି ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଭୋଜନ ପରେ ଗାଲ୍‌ଷ୍ଟୋନ୍ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ, ଏହା ଶୀଘ୍ର ଆରମ୍ଭ ହୁଏ ନାହିଁ । ଏହା ସାଧାରଣତ 1 ରୁ 5 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।

Disclaimer: ଏହି ଆର୍ଟିକିଲ୍ କେବଳ ସାଧାରଣ ସୂଚନା ପାଇଁ । ସର୍ବଦା ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରୀ ପରାମର୍ଶ ଏକାନ୍ତ ଆବଶ୍ୟକ ।

ABOUT THE AUTHOR

...view details