ଓଡିଶା

odisha

ETV Bharat / sukhibhava

ସାବଧାନ ! ଭୁଲ୍‌ରେ ବି ଖାରାଦିନେ ଏସବୁ ଖାଦ୍ୟ ଖାଆନ୍ତୁ ନହିଁ - ଚା

ଗ୍ରୀଷ୍ମଋତୁରେ ହାଇଡ୍ରେଟ୍ ରହିବା ସହ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଭୁଲ୍‌ରେ ବି ଏହି ସବୁ ଖାଦ୍ୟ ସେବନ କରନ୍ତୁ ନାହିଁ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 14, 2023, 5:15 PM IST

ହାଇଦ୍ରାବାଦ: ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି । ଯଦି ଏହି ଋତୁରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଆନଯାଏ, ତେବେ ଅନେକ ପ୍ରକାରର ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଏହି ସମୟରେ ହଜମ ଜନିତ ସମସ୍ୟା ନଚେତ୍ ଫୁଡ୍ ପଏଜନ୍ ଅଧିକ ହୋଇଥାଏ । ଆଜିର ଏହି ଆର୍ଟିକିଲରେ କିଛି ଖାଦ୍ୟ ପଦାର୍ଥରୁ ଦୂରେଇ ରହିବା ବାବଦରେ ସୂଚନା ଦିଆଯାଇଛି, ଯାହା ଅନୁସରଣ କରିପାରିଲେ ଗ୍ରୀଷ୍ମଋତୁରେ ଅନ୍ତଃ ସ୍ବାସ୍ଥ୍ୟକୁ ସୁସ୍ଥ ରଖାଯାଇ ପାରିବ ।

ବାସୀ ଖାଦ୍ୟ:- ଏହି ଋତୁରେ ଭୁଲ୍‌ରେ ମଧ୍ୟ ବାସୀ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ବର୍ତ୍ତମାନ ସମୟରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହୁଛି । ଏହି କାରଣରୁ ରୋଷେଇ ପରେ ଦୀର୍ଘ ସମୟ ବାହାରେ ରିହିଥିବା ଖାଦ୍ୟ ହୋଇପାରେ । ତେଣୁ ସର୍ବଦା ତାଜା ଖାଦ୍ୟ ଖାଆନ୍ତୁ ।

ନନ୍-ଭେଜ୍:- ଯେଉଁମାନେ ନନ୍-ଭେଜ୍ ଖାଇବାକୁ ଭଲ ପାଆନ୍ତି, ସେମାନେ ଏହାକୁ ହ୍ରାସ କରିବା ଉଚିତ୍ କିମ୍ବା ଗ୍ରୀଷ୍ମ ଋତୁରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ୍ । ତନ୍ଦୁରି ଚିକେନ୍, ମାଛ, ସାମୁଦ୍ରିକ ଖାଦ୍ୟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ କାରଣ ଏହା ଅତ୍ୟଧିକ ଝାଳ ସୃଷ୍ଟି କରିଥାଏ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା କରିଥାଏ । ତେଣୁ ଗ୍ରୀଷ୍ମ ସମୟରେ ଶାକାହାରୀ ଖାଦ୍ୟ ଖାଆନ୍ତୁ ।

ଆଚାର:-ଖାଦ୍ୟ ସହ ସାମାନ୍ୟ ଆଚାର ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ହେଲେ ଯଦି ଏହାର ପରିମାଣ ବୃଦ୍ଧିପାଏ ତେବେ ସ୍ବାସ୍ଥ୍ୟ ବିଗିଡିପାରେ । ତେଲ ଏବଂ ମସଲା ସହିତ ପ୍ରସ୍ତୁତ ହୋଇଥିବା ଆଚାର ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଏଥିରେ ବହୁତ ସୋଡିୟମ୍ ମଧ୍ୟ ଅଛି, ଯାହା ପେଟ ସମସ୍ୟା କରିପାରେ । ତେଣୁ ଗ୍ରୀଷ୍ମଋତୁରେ ଆଚାର ଖାଇବାଠାରୁ ଦୂରେଇ ରୁହନ୍ତୁ ।

ଅଧିକ ଫ୍ରାଏଡ୍‌ ବା ରୋଷେଇ ହୋଇଥିବା ଖାଦ୍ୟ:- ଗ୍ରୀଷ୍ମଋତୁରେ ଅଧିକ ତେଲ ଏବଂ ମସଲା ଥିବା ଖାଦ୍ୟଠାରୁ ଦୂରରେ ରହିବା ଉଚିତ୍ । କାରଣ ଏହି ସବୁ ଖାଦ୍ୟ ମେଟାବୋଲିଜିମ୍‌କୁ ଖରାପ କରିପାରେ, ଏବଂ ଅସୁସ୍ଥ କରାଇପାରେ ।

ଚା ଏବଂ କଫି:- ଗ୍ରୀଷ୍ମଋତୁରେ ଚା ଏବଂ କଫିରୁ ଦୂରେଇ ରୁହନ୍ତୁ । ବହୁତ ଲୋକ ଅଛନ୍ତି ଯେଉଁମାନେ ଚା ଏବଂ କଫି ବିନା ଦିନ ଆରମ୍ଭ କରିପାରିବେ ନାହିଁ । ଯଦି ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ଅଛି, ତେବେ ଯଥାଶୀଘ୍ର ଏହାକୁ ପରିବର୍ତ୍ତନ କରନ୍ତୁ । କାରଣ କଫି ଏବଂ ଚା ଗ୍ରୀଷ୍ମଋତୁରେ ଡିହାଇଡ୍ରେସନ୍ ବୃଦ୍ଧି କରେ । ଏହା ବଦଳରେ ମୌସୁମୀ ଅନୁଯାୟୀ ମିଳୁଥିବା ଫଳ ଜୁସ୍, ଗ୍ରୀନ୍ ଟି ପିଇବା ଅଭ୍ୟାସ କରନ୍ତୁ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details