ହାଇଦ୍ରାବାଦ: ପାର୍ଟି ହେଉକି କୌଣସି କାର୍ଯ୍ୟକ୍ରମ । ସାଧାରଣତ ଲୋକେ ପାର୍ଟିରେ ସାଙ୍ଗମାନଙ୍କ ସହ ମଦ୍ୟପାନ କରନ୍ତି । କାରଣ ମଦ ବିନା ଉତ୍ସବ ଅସମ୍ପୂର୍ଣ୍ଣ ବୋଲି ଲୋକେ ଭାବି ନେଇଛନ୍ତି । କିଛି ଲୋକ ମଦ୍ୟପାନ ସହ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି । ଲୋକମାନେ ପ୍ରାୟତଃ ମଦ୍ୟପାନ ସହ ସାଇଡ୍ ଡିସ୍ ଭାବରେ ସ୍ନାକ୍ସ, ଚିପ୍ସ ଏବଂ ଭଜା କଦଳୀ କିମ୍ବା କାଜୁ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଖାଦ୍ୟରେ ଅଧିକ ସୋଡିୟମ ଏବଂ କୋଲେଷ୍ଟ୍ରଲ ଥାଏ ଯାହା ଆଦୌ ମଦ୍ୟପାନ ସହିତ ଖାଇବା ଉଚିତ ନୁହେଁ । ମଦ୍ୟପାନ ସହ ଭୁଲ ଖାଦ୍ୟ ମିଶ୍ରଣ ଆପଣଙ୍କୁ ଅନେକ ରୋଗର ଶିକାର କରିପାରେ ।
ଯଦି ଆପଣ ଚିପ୍ସ, ପିଜା, ଚିକେନ୍, ମଦ୍ୟପାନ କିମ୍ବା ପାନୀୟ ସହ ତରକାରୀ ଭଳି ଜିନିଷ ଖାଆନ୍ତି, ତେବେ ଆପଣ ନିଜ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି । କହିବାକୁ ଗଲେ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏବଂ ଏହା ସହିତ ଏହି ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଶରୀର ପାଇଁ ଅଧିକ କ୍ଷତି ହୋଇପାରେ । ଲୋକମାନେ ଏହାର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଏହା କରନ୍ତି, କିନ୍ତୁ ମଦ୍ୟପାନ ସହ ଏହି ଖାଦ୍ୟର ମିଶ୍ରଣ ଶରୀରରେ ପୋଷକ ତତ୍ତ୍ୱ ଗ୍ରହଣ କରିବାର ପ୍ରକ୍ରିୟାକୁ ହ୍ରାସ କରିଥାଏ । ପାନୀୟ ସହ ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଗୁଡିକ ମଦ୍ୟପାନ ସହ ଖାଇବା ଉଚିତ୍ ନୁହେଁ ଏବଂ କେଉଁ ଖାଦ୍ୟ ଖାଇବା ଉଚିତ୍ ?
ମଦ୍ୟପାନ ସହିତ ଏହି ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ
- ମଦ ସହ ପନିର ମିଶ୍ରଣ ଭୁଲ ଅଟେ
ପନିର ମଦ ସହ କିମ୍ବା ଏହାକୁ ପିଇବା ପରେ ଖାଇବା ଏହା ଭଲ ମିଶ୍ରଣ ନୁହେଁ । ବିଶେଷକରି ଯେତେବେଳେ ଆପଣଙ୍କର ଅମ୍ଳତା ସମସ୍ୟା ଥାଏ । ଯଦି ମଦ୍ୟପାନ ପରେ ଭୋକିଲା ଅନୁଭବ କରୁଛନ୍ତି କିମ୍ବା କିଛି ଖାଇବା ଭଳି ଅନୁଭବ କରୁଛନ୍ତି, ତେବେ ପ୍ରୋଟିନ୍ ଏବଂ ଫାଇବର ସହ ସୁସ୍ଥ ଖାଦ୍ୟ ଖାଆନ୍ତୁ ।
- ରୁଟି ଏବଂ ପିଠା
କେକ୍, ପେଷ୍ଟ୍ରିସ, ରୁଟି ଏବଂ ରୁଟିରେ ତିଆରି କୌଣସି ଖାଦ୍ୟରେ ଇଷ୍ଟ ଥାଏ, ଯାହା ମଦ୍ୟପାନ କରିବା ସମୟରେ ଖାଇବା ଉଚିତ୍ ନୁହେଁ କାରଣ ମଦ୍ୟପାନରେ ମଧ୍ୟ ଇଷ୍ଟ ଥାଏ । ଯଦି ଅଧିକ ଇଷ୍ଟ ଖାଉଛନ୍ତି, ତେବେ ପେଟ ଏହାକୁ ହଜମ କରିପାରିବ ନାହିଁ, ଯେଉଁ କାରଣରୁ ପେଟ ରୋଗ ଦେଖାଦେଇଥାଏ ।
- ମଦ୍ୟପାନ ପରେ ଦୁଗ୍ଧ ଖାଦ୍ୟ ଖାଆନ୍ତୁ ନାହିଁ
ଯଦି ଜଣେ ଦୈନିକ ପାନକାରୀ, ଯିଏ ପ୍ରତିଦିନ ବିୟର ଏବଂ ମଦ୍ୟପାନ କରୁଛନ୍ତି, ତେବେ ସେ ନିଜ ପେଟ ଉପରେ ଅତ୍ୟଧିକ ଚାପ ପକାଉଛନ୍ତି । ଏଣୁ ପିଇବା ପରେ ଦୁଗ୍ଧଜାତ ଦ୍ରବ୍ୟ ଆଦୌ ଖାଇବା ଉଚିତ୍ ନୁହେଁ । ମଦ୍ୟପାନ ପରେ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଇପାରେ ।
- ମଦ୍ୟପାନପରେ ଚକୋଲେଟ୍ ଖାଆନ୍ତୁ ନାହିଁ
ଚକୋଲେଟରେ ଥିବା କଫିନ୍ ଏବଂ କୋକୋ ମଦ୍ୟପାନ ସହ ମିଶି ପେଟ ଖରାପ କରିଥାଏ । ଯଦି ମିଠା ଖାଇବା ଭଳି ଅନୁଭବ କରୁଛ, ତେବେ ଚକୋଲେଟ୍ ଏବଂ ଘିଅରେ ପ୍ରସ୍ତୁତ ଭରପୂର ମିଠା ବଦଳରେ ଅଟା କିମ୍ବା ମଇଦାରେ ତିଆରି ଫାଇବର ଯୁକ୍ତ ମିଠା ଖାଅ ।
- ସୋଡିୟମ୍ ଯୁକ୍ତ ଖାଦ୍ୟଠାରୁ ଦୂରରେ ରୁହ