ଓଡିଶା

odisha

ETV Bharat / sukhibhava

ଭୁଲ୍‌ରେ ବି ଏକାଠି ଖାଆନ୍ତୁନି ଏହି ସବୁ ଖାଦ୍ୟ ! ହୋଇପାରେ ଆଲର୍ଜି - କାହିଁକି ହୁଏ ଆଲର୍ଜି

ଆଲର୍ଜି ଶ୍ୱାସକ୍ରିୟା ସମେତ ଚର୍ମ କିମ୍ବା ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିପାରେ । ଏହାର କାରଣ ଭିନ୍ନ ଭିନ୍ନ ହୋଇଥିଲେ ବି ଆମେ ସେବନ କରୁଥିବା କେତେକ ଖାଦ୍ୟ ମଧ୍ୟ ଆଲର୍ଜି କରିପାରନ୍ତି । କେଉଁ ସବୁ ଖାଦ୍ୟ ଏଥିପାଇଁ ଦାୟୀ, ଜାଣନ୍ତୁ

allergic
allergic

By

Published : May 6, 2023, 12:05 PM IST

ହାଇଦ୍ରାବାଦ: ଶରୀରରେ ଅନେକ ପ୍ରକାରର ଆଲର୍ଜି ଥାଏ । ଏହି ଆଲର୍ଜି ବାହ୍ୟ କିମ୍ବା ଅନ୍ତର୍ନିହିତ ହୋଇପାରେ । କିନ୍ତୁ ଅନେକ ପ୍ରକାରର ଲକ୍ଷଣ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଆଲର୍ଜିରେ ଦେଖାଯାଏ । ଏପରି ପରିସ୍ଥିତିରେ, ଆଲର୍ଜିରେ ମଧ୍ୟ ବହୁତ ସତର୍କତା ଅବଲମ୍ବନ କରିବାର ଆବଶ୍ୟକ ରହିଛି । ପରିବେଶରେ ସୃଷ୍ଟି ହେଉଥିବା ଆଲର୍ଜି ମାନବ ଶରୀରକୁ ପ୍ରଭାବିତ କରିଥାଏ । ଏହା ଶ୍ୱାସକ୍ରିୟା ସମେତ ଚର୍ମ କିମ୍ବା ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିପାରେ । ଆଜିର ଆର୍ଟିକିଲରେ ଜାଣନ୍ତୁ, କେଉଁ ସବୁ ଖାଦ୍ୟ ରହିଛି ଯାହା ଆଲର୍ଜି କରିଥାଏ ।

ଖାଦ୍ୟ ଆଲର୍ଜି କ'ଣ:- ଯେତେବେଳେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ନିର୍ଦ୍ଦିଷ୍ଟ ଖାଦ୍ୟରେ କ୍ଷତିକାରକ ପ୍ରୋଟିନ୍ ଉପରେ ଅତ୍ୟଧିକ ପ୍ରତିକ୍ରିୟା କରେ, ସେତେବେଳେ ଖାଦ୍ୟର ଆଲର୍ଜି ହୁଏ । ଏହା ଆନାଫାଇଲକ୍ସିସ୍, ଗଳାର ଫୁଲା, ଚର୍ମ ଦାଗ କିମ୍ବା ଘା’, ଡାଇରିଆ, ପେଟ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ସୃଷ୍ଟି କରିପାରେ ।

ଲକ୍ଷଣ ଗୁଡିକ କିପରି ଚିହ୍ନିବେ

ପାଟି ଭିତରେ କୁଣ୍ଡେଇ ହେବା କିମ୍ବା ଟାଣିବା ଭଳି ଲାଗିବା, ବାନ୍ତି ହେବା କିମ୍ବା ବାନ୍ତି ହେବା ଭଳି ଲାଗିବା, ପାଟି, ମୁହଁ ଏବଂ ଜିଭ ସହିତ ଶରୀରର ଅନ୍ୟ ଅଙ୍ଗରେ ଫୁଲା ଦେଖାଯିବା ସହ ଯଦି ସଂକ୍ରମଣ ହେତୁ ନାକ ଅବରୋଧ ହେବାକୁ ଆରମ୍ଭ କରେ, ତେବେ ଏହା ଆଲର୍ଜିର ଲକ୍ଷଣ ହୋଇଥାଏ ।

କାହିଁକି ହୁଏ ଆଲର୍ଜି

ଏହା ମଧ୍ୟ ପଢନ୍ତୁ:-କ୍ୟାଡବରୀ ଚକୋଲେଟ୍‌କୁ ନେଇ ବ୍ରିଟେନରେ ଭୟ, ଲିଷ୍ଟେରିଓସିସ୍ ବ୍ୟାପିବା ଆଶଙ୍କା

ସୋୟା ସହିତ ଅଣ୍ଡା ଖାଆନ୍ତୁ ନାହିଁ

ସୋୟାବିନ୍ ସହ ଅଣ୍ଡା ଖାଆନ୍ତୁ ନାହିଁ । ଏହାର ଅସୁବିଧା ହେଉଛି ସୋୟାବିନ୍ ସହିତ ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଏକ ସମୟରେ ଅତ୍ୟଧିକ ପ୍ରୋଟିନ୍ କାର୍ଯ୍ୟକ୍ଷମ ହୋଇପାରେ ନାହିଁ । କାରଣ ଉଭୟ ଅଣ୍ଡା ଏବଂ ସୋୟାବିନ୍ ପ୍ରୋଟିନ୍‌ରେ ଭରପୂର । ଯେକୌଣସି ଖାଦ୍ୟ ବା ସପ୍ଲିମେଣ୍ଟ ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ହେଲେ ମଧ୍ୟ ସର୍ବଦା ସୀମିତ ପରିମାଣ ଉପାଦେୟ । ପରିମାଣ ଅଧିକ ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ।

ଏକାଠି ମାଛ ଏବଂ ଅଣ୍ଡା ଖାଆନ୍ତୁ ନାହିଁ

ମାଛ ଏବଂ ଅଣ୍ଡାକୁ ଏକାଠି ସେବନ କରିବା ଉଚିତ୍ ନୁହେଁ । ଏହା ଆଲର୍ଜି ସମ୍ବନ୍ଧୀୟ ସମସ୍ୟା ବଢାଇପାରେ । ମାଛ ସହିତ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ମାଛ ସହିତ ପନିର୍ ସେବନ ମଧ୍ୟ ସ୍ବାସ୍ଥ୍ୟକୁ ବିଗାଡିପାରେ ।

ଚା' ପିଇବା ପରେ ଅଣ୍ଡା ଖାଆନ୍ତୁ ନାହିଁ

ଚା' ପିଇବା ସମୟରେ ଅନେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଅଣ୍ଡାକୁ ଆଦୌ ଚା' ସହିତ ଖାଇବା ଉଚିତ୍ ନୁହେଁ । ଏହା ଅନେକ ପ୍ରକାରର କ୍ଷତି ଘଟାଇପାରେ । ଚା' ପିଇବା ପରେ ପରେ ଅଣ୍ଡା ଖାଇବା ଅଭ୍ୟାସ କୋଷ୍ଠକାଠିନ୍ୟ କରିପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details