ଓଡିଶା

odisha

By

Published : Oct 24, 2022, 10:57 AM IST

ETV Bharat / sukhibhava

Diwali care: ଦୀପାବଳି ମନାଇବା ସମୟରେ ଅଘଟଣ ଘଟିଲେ, କ'ଣ କରିବେ କ'ଣ ନ କରିବେ

ଆଲୋକର ପର୍ବ ଦୀପାବଳିରେ ଦୀପ ଜାଳିବାର ପରମ୍ପରା ରହିଛି, ବର୍ତ୍ତମାନ ସମୟରେ କିନ୍ତୁ ଦୀପ ସହ ବିଭିନ୍ନ ପ୍ରକାରର ଫୁଲଝରି, ବାଣ, ପଟାକା ଇତ୍ୟାଦିରେ ପର୍ବ ପାଳନ କରାଯାଉଛି । ଏସବୁ କୃତ୍ରିମ ବାଣରେ କିନ୍ତୁ, ବିଭିନ୍ନ ପ୍ରକାରର ଶାରୀରିକ ଆଘାତ ଲାଗିବାର ସମ୍ଭାବନା ରହିଛି । ତେଣୁ ଏପରି ସମସ୍ୟା ଉପୁଜିଲେ କିପରି ପ୍ରାଥମିକ ଚିକିତ୍ସା କରିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ(Diwali care)

Diwali care: ଦୀପାବଳି ମନାଇବା ସମୟରେ ଅଘଟଣ ଘଟିଲେ, କ'ଣ କରିବେ-କ'ଣ ନ କରିବେ
Diwali care: ଦୀପାବଳି ମନାଇବା ସମୟରେ ଅଘଟଣ ଘଟିଲେ, କ'ଣ କରିବେ-କ'ଣ ନ କରିବେ

ଚଣ୍ଡିଗଡ଼: ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଦୂର କରିବା ପାଇଁ ଦୀପଟିଏ ଜାଳିଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । କେଉଁ ଆବାହମାନ କାଳରୁ ଏହି ଆଲୋକର ପର୍ବରେ ଦୀପ ଜାଳିବାର ପରମ୍ପରା ରହିଛି, ବର୍ତ୍ତମାନ ସମୟରେ କିନ୍ତୁ ଦୀପ ସହ ବିଭିନ୍ନ ପ୍ରକାରର ଫୁଲଝରି, ବାଣ ସହ ପର୍ବ ପାଳନ କରାଯାଉଛି । ଏସବୁ କୃତ୍ରିମ ବାଣରେ କିନ୍ତୁ, ବିଭିନ୍ନ ପ୍ରକାରର ଶାରୀରିକ ଆଘାତ ଲାଗିବାର ସମ୍ଭାବନା ରହିଛି । ଆପଣଙ୍କ ହାତ ପୋଡି ଯାଇପାରେ, ଅସାବଧାନତା କାରଣରୁ ଆଖିରେ ମଧ୍ୟ ବାଣର ଥିବା ବାରୁଦ ପଡିପାରେ ଇତ୍ୟାଦି ସମସ୍ୟା ସୃଷ୍ଟି ହୋଇପାରେ ।

ତେଣୁ ଏପରି ସମସ୍ୟା ଉପୁଜିଲେ କିପରି ପ୍ରାଥମିକ ଚିକିତ୍ସା କରିବେ ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି(Diwali care)...

ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ(PGIMER) ଦୀପାବଳି ମନାଇବା ସମୟରେ କେତେକ କାର୍ଯ୍ୟ କରିବା ଏବଂ ନ କରିବାକୁ ପରାମର୍ଶ ଦେଇଛି...

କଣ କରିବେ ନାହିଁ:-

  • ଦୀପ, ମହମବତୀ କିମ୍ବା ପଟାକା ଜାଳିବା ସମୟରେ ସିନ୍ଥେଟିକ୍ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ ।
  • ପଟାକା ଏବଂ ଦୀପ ଲଗାଇବା ସମୟରେ ଦୂରତା ଉପରେ ଧ୍ୟାନ ଦିଅନ୍ତୁ ।
  • ବାଣ ସର୍ବଦା ଉଭୟ ବାୟୁ ଏବଂ ଶବ୍ଦ ପ୍ରଦୂଷଣର କାରଣ ହୋଇଥାଏ । ଯଥା ସମ୍ଭବ ଏହାର ବ୍ୟବହାରକୁ ସୀମିତ କରନ୍ତୁ ।
  • ଦୀପାବଳିକୁ ଏପରି ଭାବରେ ପାଳନ କରନ୍ତୁ ଯାହା ଅନ୍ୟମାନଙ୍କ ପାଇଁ ଅସୁବିଧା କିମ୍ବା କ୍ଷତି ଘଟାଇବ ନାହିଁ । ପସନ୍ଦ ଅନୁଯାୟୀ କେବଳ ସବୁଜ ବାଣ(green crackers) ବ୍ୟବହାର କରନ୍ତୁ ଏବଂ ତାହା ମଧ୍ୟ ଜାରି କରାଯାଇଥିବା ସମୟ ସୀମା ମଧ୍ୟରେ ।

କଣ କରିବେ:-

  • ପାଦରେ ଆଘାତ ଲାଗିଲେ ବାଲି କିମ୍ବା ପାଣି ଭର୍ତ୍ତି ବାଲ୍ଟିରେ ବୁଡାଇ ରଖନ୍ତୁ ।
  • ବାଣ ଲଗାଇବା ସମୟରେ ଜୋତା ପିନ୍ଧନ୍ତୁ ।
  • ଫୁଟି ନଥିବା ବାଣକୁ ପାଖକୁ ଯାଆନ୍ତୁ ନାହିଁ କିମ୍ବା ସେଗୁଡିକୁ ଆଣନ୍ତୁ ନାହିଁ । ଏସବୁ ବଡ ବିପଦ ଆଣିପାରେ ।
  • ସାମାନ୍ୟ ପୋଡାଜଳା ହେଲେ ଜଳିଯାଇଥିବା ସ୍ଥାନ ଉପରେ ପର୍ଯ୍ୟାପ୍ତ ପରିମାଣର ଜଳ ଢାଳନ୍ତୁ, ଯେପର୍ଯ୍ୟନ୍ତ ଜ୍ବଳନ ବନ୍ଦ ହୋଇନଥିବ । ପୋଡିଯାଇଥିବା ସ୍ଥାନ ଉପରେ ଟୁଥପେଷ୍ଟ କିମ୍ବା ନୀଳ ଇଙ୍କ୍ ପରି ଏଜେଣ୍ଟ କେବେବି ପ୍ରୟୋଗ କରନ୍ତୁ ନାହିଁ ।
  • ପୋଷାକ ନିଆଁ ଲାଗୁଥିଲେ ତୁରନ୍ତ ଏହାକୁ ଆୟତ୍ତ କରନ୍ତୁ । ଗାମୁଛା କିମ୍ବା ମୋଟା କପଡାରେ ଢାଙ୍କି ହୁଅନ୍ତୁ । ଏହାପରେ ପୁନର୍ବାର ସେ' ସ୍ଥାନକୁ ଯାଆନ୍ତୁ ନାହିଁ, ଘରେ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତୁ ।
  • ଦୀପ କିମ୍ବା ବାଣ ଲଗାଉଥିବା ସ୍ଥାନରେ ଯଥା ସମ୍ଭବ ଏକ ବାଲ୍ଟିରେ ପାଣି କିମ୍ବା ବାଲି ରଖିବା ଭଲ । ଏହାସହ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ।
  • ଆଖିରେ କୌଣସି ଆଘାତ ହେଲେ ଆଖିକୁ ଘଷନ୍ତୁ ନାହିଁ । ବିଶୁଦ୍ଧ ପାଣିରେ ଆଖିକୁ ଧୋଇବା ସହ ଆଖି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।

ABOUT THE AUTHOR

...view details