ହାଇଦ୍ରାବାଦ:ପନିପରିବା ତରକାରୀ ଠାରୁ ପିଜା, ନୁଡଲ୍ସ ଏବଂ ପାସ୍ତା ପର୍ଯ୍ୟନ୍ତ ଅନେକ ପ୍ରକାରର ଖାଦ୍ୟରେ କ୍ୟାପ୍ସିକମ୍ ବ୍ୟବହୃତ ହୋଇଥାଏ । ଖାଦ୍ୟରେ କ୍ୟାପ୍ସିକମ୍ କେବଳ ସ୍ବାଦକୁ ଦ୍ବିଗୁଣିତ ନୁହେଁ ବରଂ ଦେଖିବା ପାଇଁ ମଧ୍ୟ ଆକର୍ଷଣୀୟ କରିଥାଏ । ପନିପରିବା ସହିତ ନାଲୀ, ସବୁଜ, ହଳଦିଆ ଏବଂ କମଳା ରଙ୍ଗର କ୍ୟାପ୍ସିକନର ମିଶ୍ରଣ ଦ୍ବାରା ଏହା ଖାଦ୍ୟ ଲୋଭକୁ ବଢାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କ୍ୟାପ୍ସିକମରେ ଅନେକ ପୋଷକ ତତ୍ତ୍ବ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହିତ ଅନେକ ଭିଟାମିନ ମିଳିଥାଏ । ସବୁଜ, ନାଲି, ହଳଦିଆ, କମଳା କ୍ୟାପସିକମରେ ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ।
କ୍ୟାପ୍ସିକମର ସ୍ବାସ୍ଥ୍ୟ ଉପକାରିତା:
- ଲାଲ ରଙ୍ଗର କ୍ୟାପ୍ସିକମ: ଏଥିରେ କ୍ୟାପ୍ସେସିନ ଏବଂ କ୍ୟାରୋଟିନେଇଡ୍ସ ରହିଥାଏ । ଏହା ଶରୀରରେ ଇମ୍ୟୁନିଟି ବୃଦ୍ଧି କରିବା ସହିତ ଆଣ୍ଟିଅକ୍ସିଡେଣ୍ଟ ଭାବେ କାର୍ଯ୍ୟ କରିଥାଏ ।
- ସବୁଜ ରଙ୍ଗର କ୍ୟାପ୍ସିକମ: ଏଥିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
- ହଳଦିଆ ରଙ୍ଗର କ୍ୟାପ୍ସିକମ: ଏଥିରେ କେରୋଟିନୋଇଡ୍ସ ରହିଥାଏ । ଯାହା ଆଖି ପାଇଁ ଜରୁରୀ ବୋଲି ବିବେଚନା କରାଯାଏ । ଏହାସହ ରେଟିନାର ସୁରକ୍ଷା ମଧ୍ୟ କରିଥାଏ ।
- କଳା ରଙ୍ଗର କ୍ୟାପ୍ସିକମ: ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଯାହା କ୍ୟାନ୍ସର ସହ ଲଢିବାରେ ସାହାଯ୍ୟ କରିଥାଏ ।
- କମଳା ରଙ୍ଗର କ୍ୟାପ୍ସିକମ:ଏଥିରେ ବିଟା କେରୋଟିନ ରହିଥାଏ । ଏହି କାରଣରୁ ଏହାର ରଙ୍ଗ ନାରଙ୍ଗୀ ହୋଇଥାଏ । ବିଟା କେରୋଟିନ ଆଖି ପାଇଁ ଲାଭଦାୟକ ହୋଇଥାଏ ।