ହାଇଦ୍ରାବାଦ: ମଧୁମେହ ଏକ ଗୁରୁତର ଅବସ୍ଥା । ଯଦି ଏହାର ଚିକିତ୍ସା କରା ନଯାଏ, ତେବେ ଏହା ହୃଦ୍ରୋଗ, ସ୍ନାୟୁ ଉପରେ ପ୍ରଭାବ ପକାଇପାରେ, ଯାହା ଆଙ୍ଗୁଠି ଯନ୍ତ୍ରଣା, କିଡନୀ ସମସ୍ୟା, ଆଖି ସମସ୍ୟା, ଖରାପ ରକ୍ତ ପ୍ରବାହ ଏବଂ ପାଦରେ ସ୍ନାୟୁ ନଷ୍ଟ ହୋଇପାରେ । ଏଥିସହ କ୍ଷତ ସ୍ଥାନରେ ଗୁରୁତର ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢାଇଥାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହରେ ପୀଡିତ ହେଉଛନ୍ତି । ଏଥିପାଇଁ ଔଷଧ ଥିଲେ ମଧ୍ୟ ଖାଦ୍ୟରେ କଟକଣା ସବୁଠୁ ଗୁରୁତ୍ବପୂର୍ଣ୍ଣ । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଖାଇବା ପରେ 2ରୁ 5 ମିନିଟ୍ ଚାଲିବା ଦ୍ବାରା ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଥାଏ ।
ରକ୍ତରେ ଶର୍କରା ସ୍ତର ବୃଦ୍ଧି କୋଭିଡ ରୋଗୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା । କାରଣ ଏହା ରୋଗ ବିପଦକୁ ଗମ୍ଭୀର କରିଦିଏ । ତେଣୁ ଡାକ୍ତରମାନେ ସର୍ବଦା ଶର୍କରା କମ୍ ଥିବା ଖାଦ୍ୟ ସେବନ ପାଇଁ ମଧୁମେହ ରୋଗୀମାନଙ୍କୁ ପରାମର୍ଶ ଦେଇଥାନ୍ତି । ତେଣୁ ଏଦିଗରେ ବୈଜ୍ଞାନିକଙ୍କ ନୂତନ ଅନୁସନ୍ଧାନ, "ଯେ ଭୋଜନ ପରେ ଚାଲିବା ଶର୍କରା ହ୍ରାସପାଏ" ନିଶ୍ଚିତ ରୂପେ ମଧୁମେହ ରୋଗୀଙ୍କ ପାଇଁ ସହାୟକ ହେବ । ଖାଇବା ପରେ ବୁଲିବା ବା କିଛିସମୟ ଚାଲିବା ଦ୍ବାରା ହଜମ ଏବଂ ମାନସିକ ସ୍ୱଚ୍ଛତା ବଜାୟ ରହିଥାଏ ବୋଲି କୁହାଯାଏ । ଖାଇବା ପରେ 15 ମିନିଟର ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ହ୍ରାସ କରାଯାଇପାରେ, ଯାହା ଟାଇପ୍-2 ଡାଇବେଟିସ୍ ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନର ଅନୁସନ୍ଧାନ ଏହା ସ୍ପଷ୍ଟ କରିଛି ଯେ, ଖାଇବା ପରେ ସ୍ବଳ୍ପ ଚାଲିବା ମଧ୍ୟ ଫଳପ୍ରଦ ହୋଇପାରେ ।