ହାଇଦ୍ରାବାଦ: ମଧୁମେହ ଏକ ରୋଗ, ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧିପାଏ । ଯଦି ଏହି ରୋଗ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଶରୀରରେ ଅନ୍ୟାନ୍ୟ ଅନେକ ରୋଗ ସୃଷ୍ଟି ହୋଇପାରେ । ଦୀର୍ଘ ସମୟ ଧରି ରକ୍ତରେ ଗ୍ଲୁକୋଜ ବା ଶର୍କରା ବୃଦ୍ଧି ସ୍ବାସ୍ଥ୍ୟ ପାଇଁ ବିପଦଜନକ । ମଧୁମେହ ରୋଗୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଉଚିତ୍ । କାରଣ ମଧୁମେହ ରୋଗୀଙ୍କ ପାଇଁ ଅଧିକ ଶର୍କରା ବିଷ ଠାରୁ କିଛି କମ୍ ନୁହେଁ ।
ମଧୁମେହରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟରେ କଟକଣା । ଏହି ସମୟରେ ଅନେକ ଖାଦ୍ୟ ଖାଇବାକୁ ଏବଂ ନ ଖାଇବାକୁ ପରାମର୍ଶ ଦିଆଯାଏ । ଏଥିପାଇଁ ମଧୁମେହ ରୋଗୀ ଅନେକ ସମୟରେ ଦ୍ବନ୍ଦ୍ବରେ ପଡନ୍ତି । ତେବେ ଆଜିର ଆର୍ଟିକିଲରେ ଏପରି କିଛି ଖାଦ୍ୟ ବାବଦରେ ଆଲୋଚନା କରାଯାଇଛି, ଯାହାକୁ ମଧୁମେହ ରୋଗୀଙ୍କଠାରୁ ଦୂରେଇ ରଖିବା ଉଚିତ୍ । ସେଗୁଡିକ କଣ, ଜାଣନ୍ତୁ ।
ଚକୋଲେଟ୍ ମିଲ୍କ: କ୍ଷୀରର ସ୍ୱାଦ ବଢାଇବାକୁ, ଲୋକମାନେ ପ୍ରାୟତଃ ଏଥିରେ ବିଭିନ୍ନ ଜିନିଷ ଯୋଗ କରନ୍ତି, ଯାହା ମଧ୍ୟରୁ ଗୋଟିଏ ହେଉଛି ଚକୋଲେଟ୍ । ଅନେକ ଲୋକ କ୍ଷୀରରେ ଚକୋଲେଟ୍ ମିଶ୍ରଣ କରି ପିଅନ୍ତି । ହେଲେ ଜାଣନ୍ତି କି ଏଥିରେ ପ୍ରଚୁର ପରିମାଣରେ ଶର୍କରା ଥାଏ ବୋଲି । ଆଜ୍ଞା ହଁ, ଚକୋଲେଟ୍ ମିଲ୍କରେ ପ୍ରଚୁର ପରିମାଣରେ ଶର୍କରା ଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ହାନିକାରକ । ସେଥିପାଇଁ ମଧୁମେହ ରୋଗୀମାନେ ଚକୋଲେଟ୍ କ୍ଷୀର ପିଇବା ଉଚିତ୍ ନୁହେଁ ।
ସ୍ୱାଦଯୁକ୍ତ ଦହି: ଦହି ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ । ଏହା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରକ । ତଥାପି, ଦହିରେ ଯେକୌଣସି ପ୍ରକାରର ସ୍ୱାଦ ମିଶାଇ ଖାଇବା ବିପଜ୍ଜନକ । ସ୍ବାଦଯୁକ୍ତ ଦହି ମଧୁମେହ ରୋଗୀଙ୍କ ସମସ୍ୟାକୁ ବହୁଗୁଣିତ କରିଦିଏ । ସ୍ବାଦଯୁକ୍ତ ଦହିରେ କୃତ୍ରିମ ଚିନି ଥିବା କାରଣରୁ ଏହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେ । ତେଣୁ ମଧୁମେହ ରୋଗୀ ସ୍ବାଦଯୁକ୍ତ ବା ଫ୍ଲେଭର୍ଡ ଦହି ଠାରୁ ଦୂରେଇ ରହିବା ଉଚିତ୍ ।