ହାଇଦ୍ରାବାଦ: ମଦ୍ୟପାନ ଆଜିକା ସମୟରେ ଏକ ଟ୍ରେଣ୍ଡ୍ ସାଜିଛି । ବର୍ତ୍ତମାନ ସମୟରେ କିଶୋରଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସଭିଏଁ ଏହାର ଶିକାର । ଏଭଳି ସ୍ଥିତିରେ ଲୋକେ ମଦ୍ୟପାନ ଅଭ୍ୟାସକୁ ଶୀଘ୍ର ଛାଡିପାରନ୍ତି ନାହିଁ । ଅତ୍ୟଧିକ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଅନେକ ଲୋକ ଏହି ନିଶା ଅଭ୍ୟାସକୁ ଛଡାଇବା ପାଇଁ ନିଶା ନିବାରଣ କେନ୍ଦ୍ରର ସାହାଯ୍ୟ ନେଇଥାଆନ୍ତି । ଏହାରି ମଧ୍ୟରେ ମଦ୍ୟପାନ ଅଭ୍ୟାସରୁ ମୁକ୍ତି ପାଇବା ନେଇ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଧୁମେହ ଔଷଧ ମଦ୍ୟପାନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ଏହା ମଧ୍ୟ ପଢନ୍ତୁ: ଅତ୍ୟଧିକ ମଦ୍ୟପାନ ଛୋଟ କରିପାରେ ମସ୍ତିଷ୍କର ଆକାର
ମଦ୍ୟପାନ ଅଭ୍ୟାସ ନିୟନ୍ତ୍ରଣ: ମଧୁମେହ ଔଷଧ ମଦ୍ୟପାନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସେମାଗ୍ଲୁଟାଇଡ ନାମକ ଏକ ଔଷଧ ମଧୁମେହ(ଡାଇବେଟିସ୍) ଚିକିତ୍ସାରେ ବ୍ୟବହୃତ ହୁଏ । ଏହି ଔଷଧ ଓଜନ ହ୍ରାସ ସହ ମଦ୍ୟପାନରୁ ମୁକ୍ତି ଦେଇପାରେ । ମୂଷା ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯଦି କେହି ମଦ୍ୟପାନ ଅଭ୍ୟାସ ଛାଡିବାକୁ ଚାହାନ୍ତି, ତେବେ ଏହି ଔଷଧ (ଡାଇବେଟିସ୍ ମେଡିସିନ୍) ସାହାଯ୍ୟ କରିପାରିବ । ଜାଣନ୍ତୁ କିପରି...
ମଧୁମେହ ଔଷଧ ମଦ୍ୟପାନ ଅଭ୍ୟାସରୁ ମୁକ୍ତି ଦେଇପାରିବ କି?
ଏହି ଗବେଷଣା ଗୋଥେନବର୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଛି । ଏହାର ଫଳାଫଳ eBioMedicine ନାମକ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅନୁସନ୍ଧାନରେ, ମୂଷାଙ୍କ ଏକ ଗ୍ରୁପକୁ 9 ସପ୍ତାହ ପାଇଁ ମଦ୍ୟପାନ କରାଯାଇଥିଲା । ଯେତେବେଳେ ମୂଷାମାନେ ପିଇବା ଆରମ୍ଭ କଲେ, ସେମାନଙ୍କୁ ସେମାଗ୍ଲୁଟାଇଡ୍ ଔଷଧର ଏକ ମାତ୍ରା ଦିଆଗଲା । ଯାହା ମଦ୍ୟପାନ ଅଭ୍ୟାସକୁ ହ୍ରାସ କରୁଥିବା ଦେଖିବାକୁ ମିଳିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସେମାଗ୍ଲୁଟାଇଡ୍ ମଦ୍ୟପାନର ନିଶାକୁ ରୋକିପାରେ । ଏହି ଅନୁସନ୍ଧାନର ଲେଖକ ପ୍ରଫେସର ଏଲିସାବେଟ ଜାର୍ଲହୈଗଙ୍କ ଅନୁଯାୟୀ, ସେମାଗ୍ଲୁଟାଇଡ ଏକ ବା ଏକାଧିକ ଥର ଦିଆଯାଇଥିବା ମହିଳା ମୂଷାମାନଙ୍କରେ ମଦ୍ୟପାନର ନିଶା ଯଥେଷ୍ଟ ହ୍ରାସ ପାଇଥିବାର ଦେଖାଯାଇଥିଲା।