ଓଡିଶା

odisha

ETV Bharat / sukhibhava

Dhanteras 2022: ଧନତେରସରେ ଅଳଙ୍କାର କିଣୁଥିଲେ ଏହି ସବୁ ଦିଗ ଉପରେ ଦିଅନ୍ତୁ ଧ୍ୟାନ - କେଉଁପରି ଧନତେରସରେ କିଣିବେ ଅଳଙ୍କାର

ଧନତେରସ(Dhanteras)ରେ ସୁନା କିମ୍ବା ଅନ୍ୟ ଅଳଙ୍କାର କିଣିବା ସମୟରେ ଏହିସବୁ ବିଶେଷ ଦିଗ ଉପରେ ଦୃଷ୍ଟି ଦିଅନ୍ତୁ । ଅଧିକ ପଢନ୍ତୁ

Dhanteras 2022: ଧନତେରସରେ ଅଳଙ୍କାର କିଣୁଥିଲେ ଏହିସବୁ ଦିଗ ଉପରେ ଦିଅନ୍ତୁ ଧ୍ୟାନ
Dhanteras 2022: ଧନତେରସରେ ଅଳଙ୍କାର କିଣୁଥିଲେ ଏହିସବୁ ଦିଗ ଉପରେ ଦିଅନ୍ତୁ ଧ୍ୟାନ

By

Published : Oct 22, 2022, 9:23 AM IST

ହାଇଦ୍ରାବାଦ:ଦୀପାବଳି 5 ଦିନ ଧରି ପାଳନ କରାଯାଏ ବୋଲି କହିପାରିବା । କାହିଁକିନା ଦୀପାବଳି ମହୋତ୍ସବର ପ୍ରଥମ ଦିନ ଧନତେରସ୍(Dhanteras) ବା ଧନତ୍ରୟୋଦଶୀ ଭାବରେ ପାଳନ କରାଯାଏ । ଏହାକୁ ଧନ ଏବଂ ସମୃଦ୍ଧିର ପର୍ବ ଭାବରେ ବିବେଚନା କରାଯାଏ । ଧନତେରସରେ ସୁନା କିଣିବା ପରମ୍ପରା ପୂର୍ବ ସମୟରୁ ରହି ଆସିଛି । ସୁନା, ରୂପା, ପିତ୍ତଳ କିମ୍ବା ଅନ୍ୟ କୌଣସି ଘରୋଇ ଜିନିଷ କିଣିବା ପାଇଁ ଧନତେରସ ଏକ ଶୁଭ ଉତ୍ସ ଭାବରେ ବିବେଚନା କରାଯାଏ, କାରଣ ଏହା ବିଶ୍ବାସ କରାଯାଏ ଯେ, ଏହା କରିବା ଦ୍ୱାରା ସୌଭାଗ୍ୟ ଅର୍ଜନ ସହ ଧନ ସମ୍ପତ୍ତିରେ କୁଦୃଷ୍ଟି ପଡିନଥାଏ ।

ତେବେ ଏହି ଅବସରରେ ସୁନା କିମ୍ବା ଅନ୍ୟ ଅଳଙ୍କାର କିଣିବା ସମୟରେ କେତେକ ବିଶେଷ ଦିଗ ଉପରେ ଦୃଷ୍ଟି ଦେବା ଉଚିତ୍ । ଏନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି(Purchasing gold and instructions to keep in mind while buying gold)...

  1. ସୁନା କିଣିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ସର୍ବଦା ସେମାନଙ୍କ ଉପରେ ହଲମାର୍କ ଚିହ୍ନ ଥିବା ସାମଗ୍ରୀଗୁଡିକ ଚୟନ କରିବା ଉଚିତ୍ । କୌଣସି କ୍ରୟ ସମୟରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ଲୋଗୋ, ହଲମାର୍କ କେନ୍ଦ୍ରର ନାମ କିମ୍ବା ଲୋଗୋ, ଉତ୍ପାଦକଙ୍କ ଲୋଗୋ ଏବଂ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତି ।
  2. ଆପଣଙ୍କ ପରିବାର କିମ୍ବା ମାସିକ ବଜେଟ୍ ଅନୁଯାୟୀ ଧନତେରସରେ କ୍ରୟ ଯୋଜନା କରନ୍ତୁ, ଯେପରି ଏହା ଆପଣଙ୍କର ପରବର୍ତ୍ତୀ ଯୋଜନାରେ ବାଧା ସୃଷ୍ଟି କରିବ ନାହିଁ । ବଜାର ବିଭିନ୍ନ ପ୍ରକାରର ଅଳଙ୍କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ପସନ୍ଦ ଏବଂ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ ବିଭିନ୍ନ ବିକଳ୍ପ ରହିଥାଏ, ତେଣୁ ସେହି ଅନୁଯାୟୀ ଯୋଜନା କରନ୍ତୁ ।
  3. ଦ୍ରବ୍ୟ ଏବଂ ସେବା କର (GST) ପୂର୍ବରୁ ଅଳଙ୍କାରର ଅନ୍ତିମ ମୂଲ୍ୟରେ ମେକିଂ ଚାର୍ଜ ଯୋଡା ଯାଇଥାଏ ଏବଂ ଏହା ବିଭିନ୍ନ ଷ୍ଟୋରରେ ଭିନ୍ନ ଭିନ୍ନ ହୋଇଥାଏ । ମେକିଂ ଚାର୍ଜ ଏବଂ GST କୁ ନଜରରେ ରଖି ଅଳଙ୍କାର କିଣନ୍ତୁ ।
  4. ଅଳଙ୍କାର କିଣିବା ପୂର୍ବରୁ ସୁନା ଏବଂ ବିକ୍ରେତାଙ୍କର ସତ୍ୟତା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ସର୍ବଦା ବିଶ୍ୱସ୍ତ ବିକ୍ରେତାଙ୍କ ଠାରୁ କିଣନ୍ତୁ । ବିକ୍ରେତାଙ୍କ ଦୋକାନରେ ଉପଲବ୍ଧ ମେସିନରେ ସୁନାର ସତ୍ୟତା ଯାଞ୍ଚ କରାଯାଇପାରିବ । ଅନେକ କଳା ବଜାର ବିକ୍ରେତା ଧନତେରସ ସମୟରେ ଅନ୍ୟ ଧାତୁ ସହିତ ମିଶ୍ରିତ ଅଶୁଦ୍ଧ ସୁନା ବିକ୍ରି କରନ୍ତି, ତେଣୁ ଜଣେ ବିଶ୍ୱସ୍ତ ବିକ୍ରେତା ଚୟନ କରିବା ଭଲ ।
  5. ସର୍ବଦା Buy-Back Policy ବିଷୟରେ ଷ୍ଟୋରରୁ ସୂଚନା ସଂଗ୍ରହ କରନ୍ତୁ । ବହୁ ବିକ୍ରେତା ସୁନାର ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ଖର୍ଚ୍ଚ ବହନ କରିବା ପାଇଁ ପୁରୁଣା ଅଳଙ୍କାର କିଣିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣ କାଟନ୍ତି ।

ABOUT THE AUTHOR

...view details