ଓଡିଶା

odisha

ETV Bharat / sukhibhava

ଏପରି ଜଙ୍ଗଲ, ଗଛକୁ ହଗ୍ କଲେ ଦୂର ହେଉଛି ମାନସିକ ଅବସାଦ ! - ରାଣିଖେତ କାଲିକା ରେଞ୍ଜ

ଗଛକୁ ହଗ୍ କଲେ ଦୂର ହେଉଛି ମାନସିକ ଅବସାଦ । ଉତ୍ତରାଖଣ୍ଡରେ ଏପରି ଏକ ସ୍ଥାନ ଅଛି । ଯେଉଁଠାରେ ଗଛକୁ କୋଳାଇବା ଦ୍ବାରା ସମସ୍ତ ମାନସିକ ଅବସାଦ ଦୂର ହୋଇଯାଉଛି(Depression Relief Tree) । ଅଧିକ ପଢନ୍ତୁ

ଏପରି ଜଙ୍ଗଲ, ଗଛକୁ ହଗ୍ କଲେ ଦୂର ହେଉଛି ମାନସିକ ଅବସାଦ !
ଏପରି ଜଙ୍ଗଲ, ଗଛକୁ ହଗ୍ କଲେ ଦୂର ହେଉଛି ମାନସିକ ଅବସାଦ !

By

Published : Oct 13, 2022, 7:50 PM IST

ଡେରାଡୁନ: ଯେତେ ମାନସିକ ତିକ୍ତତା ଥାଉନା କାହିଁକି, ପ୍ରକୃତିର କୋଳରେ ଆସି ମନ ସର୍ବଦା ଶାନ୍ତ ହୋଇଯାଏ । ଶାନ୍ତ ପରିବେଶରେ ସବୁଠୁ ଅଧିକ 'ଆରୋଗ୍ୟ ଶକ୍ତି' ଥାଏ । ଯେଉଁମାନେ ଉଦାସୀନତାର ଶିକାର ହେଉଛନ୍ତି ସେମାନଙ୍କୁ ପ୍ରକୃତିର କୋଳରେ କିଛି ସମୟ ବିତାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ । ଉତ୍ତରାଖଣ୍ଡର ରାଣିଖେତ କାଲିକା ରେଞ୍ଜରେ ଏପରି ଏକ ପ୍ରାକୃତିକ ଆରୋଗ୍ୟ କେନ୍ଦ୍ର(Natural healing center Kalika forest range Ranikhet) ରହିଛି, ଯେଉଁଠାରେ ଲୋକମାନେ ମନକୁ ଶାନ୍ତ କରିବାକୁ ଏବଂ ଉଦାସୀନତାକୁ ଦୂର କରିବାକୁ ଆସିଥାନ୍ତି ।

ଏପରି ଜଙ୍ଗଲ, ଗଛକୁ ହଗ୍ କଲେ ଦୂର ହେଉଛି ମାନସିକ ଅବସାଦ !

ବିଗତ ଦେଢ ବର୍ଷ ମଧ୍ୟରେ, 200 ରୁ ଅଧିକ ପର୍ଯ୍ୟଟକ ପ୍ରକୃତି ସହ ଜଡିତ ଶାରୀରିକ ଚିକିତ୍ସା ପାଇଁ ଏଠାରେ ପହଞ୍ଚିଛନ୍ତି । କାଲିକା ଫରେଷ୍ଟ ରେଞ୍ଜରେ ଥିବା ଦେଶର ପ୍ରଥମ ଆରୋଗ୍ୟ କେନ୍ଦ୍ର (Indias first Forest and Natural Healing Center ) ଅର୍ଥାତ୍ ଜଙ୍ଗଲ ଏବଂ ପ୍ରାକୃତିକ ଆରୋଗ୍ୟ କେନ୍ଦ୍ରକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଜୈବ ବିବିଧତା ଜଙ୍ଗଲ କାଲିକା ଫରେଷ୍ଟ ରେଞ୍ଜରେ ପରିପୂର୍ଣ୍ଣ ପାଇନ୍ ଗଛକୁ କୋଳେଇ ଲୋକମାନେ ମନକୁ ଶାନ୍ତ ଚିନ୍ତା ମୁକ୍ତ କରୁଥିବା ଦେଖିବାକୁ ମିଳିଛି(Depression Relief Pine Tree) । ପର୍ଯ୍ୟଟନ ସହର ରାଣିଖେତ ଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଥିବା କାଲିକାରେ 13 ଏକର ପରିମିତ ଜଙ୍ଗଲ ଏବଂ ପ୍ରାକୃତିକ ଆରୋଗ୍ୟ କେନ୍ଦ୍ର କାଲିକାର ଚର୍ଚ୍ଚା ବିଶେଷ କରି କୋରୋନା ସମୟରୁ ଆରମ୍ଭ ହୋଇଛି । ଏଠାରେ ଲୋକେ ମାନସିକ ଶାନ୍ତି ଲାଘବ କରୁଥିବା କୁହାଯାଏ ।

ଆରୋଗ୍ୟ କେନ୍ଦ୍ରର ଉପକାରିତା:

କାଲିକା ଜଙ୍ଗଲ ଅନୁସନ୍ଧାନ କେନ୍ଦ୍ର ଆଞ୍ଚଳିକ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଯୋଶୀ କହିଛନ୍ତି ଯେ, "ପାଇନ୍ ବୃକ୍ଷ ଅବସାଦ ଦୂର କରିବାରେ ସହାୟକ ହୋଇଥାଏ ବୋଲି ବୈଜ୍ଞାନିକ ଭାବରେ ପ୍ରମାଣିତ ମଧ୍ୟ ହୋଇଛି । ଯେତେବେଳେ ଆମର ପ୍ରକୃତି ସହିତ ସିଧାସଳଖ ସାକ୍ଷାତକାର ହୁଏ, ସେତେବେଳେ ମନୋବିଜ୍ଞାନ ସହିତ ଜଡିତ ସବୁଠାରୁ ଜଟିଳ ସମସ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଇଥାଏ । ମୋଟ ଉପରେ, ରାଣିଖେତର କାଲିକା ଆରୋଗ୍ୟ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିଛି ଏବଂ ଅନେକ ଲୋକ ଏହି ଆରୋଗ୍ୟ କେନ୍ଦ୍ରର ସୁଯୋଗ ନେଇଛନ୍ତି ।"

ABOUT THE AUTHOR

...view details