ହାଇଦ୍ରାବାଦ:ଡିପ୍ରେସନ ଏକ ପ୍ରକାର ମାନସିକ ବ୍ୟାଧି ଅଟେ । ବର୍ତ୍ତମାନ ସମୟରେ ଛୁଆଙ୍କ ଡିପ୍ରସନ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ପିଲାଙ୍କ କ୍ଷେତ୍ରରେ ଡିପ୍ରେସନର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ କେତେକ ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ଗତ କିଛି ବର୍ଷ ମଧ୍ୟରେ ଛୁଆ ଏବଂ କିଶୋରମାନଙ୍କ ଠାରେ ଡିପ୍ରେସନ ସମସ୍ୟା ଦ୍ବିଗୁଣିତ ହୋଇଛି । ଗତ 5ରୁ 6 ବର୍ଷ ମଧ୍ୟରେ 10 ରୁ 14 ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଉଦାସୀନତା ପ୍ରାୟ ଦ୍ୱିଗୁଣିତ ହୋଇଛି । ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏହି ଚିନ୍ତାଜନକ ପରିସ୍ଥିତି ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି । ତେବେ ଜାଣନ୍ତୁ ଛୋଟ ଛୁଆଙ୍କ ମଧ୍ୟର ଡିପ୍ରେସନ ସମସ୍ୟା କଣ ଏବଂ କିଭଳି ଏହାର ମୁକାବିଲା କରିବେ ଜାଣନ୍ତୁ ।
ଛୁଆମାନେ କାହିଁକି ଡିପ୍ରେସନର ଶିକାର ହୁଅନ୍ତି: ପରିବେଶ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ପିଲାମାନଙ୍କ ଉପରେ ମାନସିକ ଚାପ ବଢିବାରେ ଲାଗିଛି । ଏହା ବ୍ୟତୀତ ମୋବାଇଲ୍ ଏବଂ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଚାପଗ୍ରସ୍ତ ପାରିବାରିକ ପରିବେଶ ଏବଂ ଅଭିଭାବକ ଠାରୁ କମ ସମୟ ପାଇବା, ପରୀକ୍ଷା ଭୟ, ପିଲାମାନଙ୍କର ଭାବପ୍ରବଣତାକୁ ଅବହେଳା କରିବା, ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ କମ ବୟସରୁ ଛୁଆ ଡିପ୍ରେସନର ଶିକାର ହେଉଛନ୍ତି । ଏହା ଯୋଗୁଁ ପରିବାରରରେ ଗାଳିଗୁଲଜ ସହିବା ସହିତ ନିର୍ଯାତନର ଶିକାର ହେଉଛନ୍ତି । ଫଳରେ ଡିପ୍ରେସନକୁ ଚାଲିଯାଆନ୍ତି ଛୁଆ।