ଓଡିଶା

odisha

ETV Bharat / sukhibhava

ଡେଙ୍ଗୁ, ଚିକେନଗୁନିଆ ଓ ଜିକା ଭାଇରସ୍‌ରେ ଥାଏ ସମାନ ଲକ୍ଷଣ, ଏହି ପରି ରୁହନ୍ତୁ ସତର୍କ - ଚିକେନଗୁନିଆ ଲକ୍ଷଣ

ଶୀତଋତୁର ଆଗମନ ସତ୍ତ୍ବେ ଡେଙ୍ଗୁ ସମେତ ଜିକା ଭାଇରସ୍ ଏବଂ ଚିକେନଗୁନିଆ ମଧ୍ୟ ବୃଦ୍ଧି ପାଉଛି । ଏସବୁ ରୋଗର ଲକ୍ଷଣ ପ୍ରାୟତଃ ସମାନ ହୋଇଥାଏ(Dengue, Chikungunya and Zika virus have almost similar symptoms), ଏନେଇ କଣ କହୁଛନ୍ତି ଡାକ୍ତର ଜାଣନ୍ତୁ ।

ଡେଙ୍ଗୁ, ଚିକେନଗୁନିଆ ଓ ଜିକା ଭାଇରସ୍‌ରେ ଥାଏ ସମାନ ଲକ୍ଷଣ, ଏହିପରି ରୁହନ୍ତୁ ସତର୍କ
ଡେଙ୍ଗୁ, ଚିକେନଗୁନିଆ ଓ ଜିକା ଭାଇରସ୍‌ରେ ଥାଏ ସମାନ ଲକ୍ଷଣ, ଏହିପରି ରୁହନ୍ତୁ ସତର୍କ

By

Published : Dec 21, 2022, 1:39 PM IST

ହାଇଦ୍ରାବାଦ: ଶୀତଋତୁ ଆରମ୍ଭ ହେବା ସତ୍ତ୍ୱେ ଦେଶର ଅନେକ ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ଜିକା ଭାଇରସ ମାମଲା ମଧ୍ୟ ସାମ୍ନାକୁ ଆସୁଛି, ଯାହା ଲୋକଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ତେଣୁ ରୋଗରୁ ମୁକ୍ତି ପାଇବା ପାଇଁ ଲକ୍ଷଣ ବାବଦରେ ଜାଣିବା ସହ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ସାଧାରଣତଃ ଡେଙ୍ଗୁ, ଚିକେନଗୁନିଆ ଏବଂ ଜିକା ଭାଇରସ୍ ଲକ୍ଷଣ ପ୍ରାୟ ସମାନ ହୋଇଥାଏ(Dengue, Chikungunya and Zika virus have almost similar symptoms) । ତେବେ ଜାଣନ୍ତୁ କେଉଁ ଏହିସବୁ ରୋଗର କାରଣ ଓ ନିରାକରଣ ବାବଦରେ...

ଜଳବାୟୁ ପରିବର୍ତ୍ତନ:-

ଦିଲ୍ଲୀର ହେଲ୍‌ଥ କେୟାର କ୍ଲିନିକର ଜେନେରାଲ୍ ଫିଜିସିଆନ୍ ଡକ୍ଟର ପାଲାଶ ଅଗ୍ନିହୋତ୍ରୀ କହିଛନ୍ତି ଯେ, ସାଧାରଣତଃ ଶୀତଦିନେ ଡେଙ୍ଗୁ କିମ୍ବା ମ୍ୟାଲେରିଆ ସମେତ ମଶା କାମୁଡ଼ିବା କିମ୍ବା ଭେକ୍ଟର ଦ୍ବାରା(ଡେଙ୍ଗୁ ଜ୍ୱର, ଜାପାନିଜ ଏନସେଫାଲାଇଟିସ୍, ମ୍ୟାଲେରିଆ, ସ୍କ୍ରବ୍ ଟାଇଫସ୍ ଇତ୍ୟାଦି) ହେଉଥିବା ରୋଗରେ ହ୍ରାସ ଘଟିଥାଏ । କାରଣ ଶୀତଦିନେ ମଶାଙ୍କ ପ୍ରଭାବ କମ୍ ହୋଇଥାଏ । କିନ୍ତୁ ଏଥର ଶୀତ ଆରମ୍ଭ ହେବା ପରେ ମଧ୍ୟ ବହୁ ସଂଖ୍ୟକ ଡେଙ୍ଗୁ ରୋଗ ସାମ୍ନାକୁ ଆସୁଛି । ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ପରିଷ୍କାର ପରିଚ୍ଛନତାର ଅଭାବ ।

ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅନେକ ସହରରେ ତାପମାତ୍ରା ଅପେକ୍ଷାକୃତ ଗରମ ରହିବା ସହ ଅନ୍ୟାନ୍ୟ ଅନେକ କାରଣ ରହିଛି ଯେଉଁଥିପାଇଁ ଅନେକ ସ୍ଥାନରେ ଡେଙ୍ଗୁ ରୋଗ ହେଉଛି । କେବଳ ଏତିକି ନୁହେଁ, ଦେଶର କେତେକ ରାଜ୍ୟରେ ଜିକା ଭାଇରସ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ମଶା ଦ୍ବାରା ହେଉଥିବା ରୋଗକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ, ଯଦି ଶରୀରରେ କୌଣସି ପ୍ରକାରର ସମସ୍ୟା ଥାଏ, ତା’ହେଲେ ଏହାର ଲକ୍ଷଣକୁ ଅଣଦେଖା କରିବା ପରିବର୍ତ୍ତେ ସଚେତନ ହୁଅନ୍ତୁ ଏବଂ ଡାକ୍ତରୀ ପରାମର୍ଶ ନିଅନ୍ତୁ ବୋଲି ଡାକ୍ତର ଅଗ୍ନିହୋତ୍ରୀ ପରାମର୍ଶ ଦେଇଛନ୍ତି ।

ଡେଙ୍ଗୁ ଏବଂ ଜିକା ଭାଇରସ୍‌ର ପ୍ରଭାବ:-

ଉଭୟ ଡେଙ୍ଗୁ କିମ୍ବା ଜିକା ଭାଇରସ୍‌ ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ଉପଲବ୍ଧ ହୋଇପାରି ନାହିଁ ବୋଲି ଡକ୍ଟର ପଲାଶ ସ୍ପଷ୍ଟ କରିଛନ୍ତି । ଏହି କାରଣରୁ, ରୋଗର ଗମ୍ଭୀରତା ଅଧିକ ବଢିଥାଏ । ଏହି ଦୁଇଟିର ଚିକିତ୍ସା ପାଇଁ, ଔଷଧ ମାଧ୍ୟମରେ ସେମାନଙ୍କର ଲକ୍ଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଏ । ତେଣୁ, ଯଦି ଏହି ରୋଗଗୁଡିକ ଠିକ୍ ସମୟରେ ଚିହ୍ନଟ ହୋଇପାରେ ତେବେ ପ୍ରଭାବକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।

କିନ୍ତୁ ଯଦି ରୋଗର ନିରାକରଣ ଏବଂ ଚିକିତ୍ସାରେ ବିଳମ୍ବ ହୁଏ, ବିଶେଷକରି ଡେଙ୍ଗୁ ରୋଗୀଙ୍କର ରକ୍ତରେ ଥିବା ପ୍ଲେଟଲେଟ୍ ଅତ୍ୟଧିକ କମ୍ ହୋଇପାରେ, ଯାହା ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିବା ସହ ସାଂଘାତିକ ଅବସ୍ଥା ସୃଷ୍ଟି କରିପାରେ । ଏଥି ସହିତ, ଜିକା ଭାଇରସ୍‌ର ପ୍ରଭାବ ହେତୁ ଶରୀରରେ ଅନ୍ୟ କେତେକ ଗୁରୁତର ସମସ୍ୟା ମଧ୍ୟ ଉପୁଜିପାରେ ।

ଉଲ୍ଲେଖନୀୟ କଥା ହେଉଛି, ଜିକା ଭାଇରସ୍ ବିଶେଷକରି ଗର୍ଭବତୀ ମହିଳା, ସେମାନଙ୍କର ଜନ୍ମିତ ଗର୍ଭସ୍ଥ ଶିଶୁ, ନବଜାତ ଶିଶୁ କିମ୍ବା କମ୍ ବୟସର ଶିଶୁ ଏବଂ ସେମାନଙ୍କ ମାଆମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ଏହି ସଂକ୍ରମଣ ଜନ୍ମିତ ଶିଶୁର ସ୍ନାୟୁଗତ ସମସ୍ୟା ଏବଂ ବୟସ୍କମାନଙ୍କ ଠାରେ ଅଟୋୟୁମ୍ୟୁନୋ ରୋଗ ମଧ୍ୟ ସୃଷ୍ଟି କରିପାରେ । ଅନ୍ୟପକ୍ଷରେ, ଯଦି ଗର୍ଭବତୀ ମହିଳାଙ୍କୁ ଏହା ସଂକ୍ରମିତ କରେ, ତେବେ ଏହା ମଧ୍ୟ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।

ସେ ବ୍ୟାଖ୍ୟା କରିଛନ୍ତି ଯେ, ଯଦିଓ ଡେଙ୍ଗୁ ତୁଳନାରେ ଜିକା ଭାଇରସ୍‌ରେ ମୃତ୍ୟୁ ହେବାର ଆଶଙ୍କା କମ୍, ଏହା ଶରୀରରେ ଅନେକ ଗମ୍ଭୀର ପ୍ରଭାବ ଏବଂ ସିଣ୍ଡ୍ରୋମ ଏବଂ ଅବସ୍ଥା ସୃଷ୍ଟି କରିପାରେ । ରୋଗ ଯାହା ହେଉନା କାହିଁକି ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ତେଣୁ ମଶା ଦ୍ବାରା ହେଉଥିବା ରୋଗର ବିସ୍ତାରକୁ ରୋକିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଡାକ୍ତର ପଲାଶ ସ୍ପଷ୍ଟ କରିଛନ୍ତି ।

ଲକ୍ଷଣ:-

ଡକ୍ଟର ପଲାଶ ବ୍ୟାଖ୍ୟା କରିଛନ୍ତି ଯେ, ସାଧାରଣତଃ ଡେଙ୍ଗୁ, ଚିକେନଗୁନିଆ ଏବଂ ଜିକା ଭାଇରସ୍‌ର ଅଧିକାଂଶ ପ୍ରାରମ୍ଭିକ ଲକ୍ଷଣ ସମାନ । ଉଦାହରଣ ସ୍ୱରୂପ, ଉଚ୍ଚ ଜ୍ୱର, ଶରୀରର ଯନ୍ତ୍ରଣା, ଶରୀରରେ ଦାଗ, ବାନ୍ତି, ମୁଣ୍ଡବିନ୍ଧା ଏବଂ ଥକାପଣ ଭଳି ସମସ୍ତ ଲକ୍ଷଣ ଦେଖାଯାଏ । କିନ୍ତୁ ଏଗୁଡିକ ବ୍ୟତୀତ, ବିଶେଷକରି ଡେଙ୍ଗୁ ରୋଗରେ ଅନ୍ୟ କେତେକ ଲକ୍ଷଣ ମଧ୍ୟ ଦେଖାଯାଏ, ଯେପରିକି ମୁଣ୍ଡ ଏବଂ ଆଖିରେ ପ୍ରବଳ ଯନ୍ତ୍ରଣା, ସ୍ୱାଦ ବାରି ନ ପାରିବା ।

ଭୋକ, ଏବଂ DHS ଯଥା ଡେଙ୍ଗୁ ହେମୋରେଜିକ୍ ଜ୍ୱରରେ ମାଢିରୁ ରକ୍ତ ଝରିବା, ଫୁସଫୁସରେ ପାଣି ଜମାଟ ବାନ୍ଧିବା, ଶରୀରର ଚର୍ମର ରଙ୍ଗ ଫିକା ପଡିବା ଏବଂ ଥଣ୍ଡା ଲାଗିବା, ଅତ୍ୟଧିକ ତୃଷା, ନିଶ୍ୱାସ ନେବାରେ ଅସୁବିଧା ଏବଂ ବେଳେବେଳେ ରକ୍ତ ବାନ୍ତି ଇତ୍ୟାଦି । ଅନ୍ୟପକ୍ଷରେ, ଜିକା ଭାଇରସ୍‌ରେ ଡେଙ୍ଗୁର ଅଧିକ କିମ୍ବା କମ ତୀବ୍ର ଲକ୍ଷଣ ସହିତ ଆଖିରେ କଞ୍ଜୁକଟିଭାଇଟିସ୍ ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳେ ।

ସତର୍କତା:-

ଡକ୍ଟର ପଲାଶ ସ୍ପଷ୍ଟ କରିଛନ୍ତି ଯେ, କୌଣସି ମଶା ଦ୍ବାରା ହେଉଥିବା ରୋଗକୁ ରୋକିବା ପାଇଁ କିଛି ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ । ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଘର ଭିତରେ ଏବଂ ଆଖପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ ।
  • ଫ୍ରିଜ୍‌ର ପରିଷ୍କାର ପରିଚ୍ଛନ୍ନତା, ଘରର ବାଥରୁମ, ଘରେ ରଖାଯାଇଥିବା ହାଣ୍ଡି ଏବଂ ଆଖପାଖ ଅଞ୍ଚଳକୁ ସଫା ସୁତୁରା ରଖନ୍ତୁ ।
  • ମଶାକୁ ଦୂରେଇ ରଖିବା ପାଇଁ ନିୟମିତ ଭାବରେ ଘରେ ଏବଂ ଅଫିସରେ କୀଟନାଶକ ଔଷଧ ସ୍ପ୍ରେ କରନ୍ତୁ ।
  • ବିଶେଷକରି ସ୍କୁଲ ଯିବା କିମ୍ବା ଖେଳିବା ସମୟରେ ପିଲାମାନଙ୍କ ପାଇଁ ମଶା ଘଉଡାଇବା କ୍ରିମ୍(ଯଥା ସମ୍ଭବ ହର୍ବାଲ୍) ପ୍ରୟୋଗ କରନ୍ତୁ ।
  • ଯଦି ଘରେ ଏକ ଖୋଲା ଏବଂ ବଡ ବଗିଚା ଅଛି, ତେବେ ଏହାକୁ ସଫା ପଖନ୍ତୁ ।
  • ଯଦି ଘରେ ଏକ ଫିସ୍ ଆକ୍ୱାରିୟମ୍ ଅଛି, ଏହାକୁ ନିୟମିତ ସଫା କରନ୍ତୁ, କିମ୍ବା ଯଦି ପକ୍ଷୀ କିମ୍ବା ଅନ୍ୟ କୌଣସି ଗୃହପାଳିତ ପଶୁ ଅଛନ୍ତି, ତେବେ ସେମାନଙ୍କ ଚାରିପାଖରେ ଥିବା ସ୍ଥାନକୁ ନିୟମିତ ସଫା ରଖନ୍ତୁ ।
  • ବିଶେଷକରି ଘରୁ ବାହାରକୁ ଯିବାବେଳେ ଏପରି ପୋଷାକ ପିନ୍ଧନ୍ତୁ ଯେଉଁଥିରେ ହାତ ଏବଂ ପାଦ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇପାରୁଥିବ ।
  • ଯଥାସମ୍ଭବ ସକାଳ ଓ ସନ୍ଧ୍ୟାରେ ଝରକା ଏବଂ କବାଟ ବନ୍ଦ ରଖନ୍ତୁ ।

ଡାକ୍ତର ପଲାଶ ସ୍ପଷ୍ଟ କରିଛନ୍ତି ଯେ, କେବଳ ଲକ୍ଷଣ ଆଧାରରେ ଡେଙ୍ଗୁ, ଚିକେନଗୁନିଆ ଏବଂ ଜିକା ଭାଇରସ୍ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର, କାରଣ ସେମାନଙ୍କର ଲକ୍ଷଣ ପ୍ରାୟ ସମାନ । ଏହି ତିନୋଟି ମଧ୍ୟରୁ ଆକ୍ରାନ୍ତ କେଉଁ ରୋଗରେ ପୀଡିତ ହୋଇଛନ୍ତି ତାହା ଜାଣିବା ପାଇଁ ସ୍ୱତନ୍ତ୍ର ପାଥୋଲୋଜିକାଲ୍ ପରୀକ୍ଷା(ରକ୍ତ ଏବଂ ପରିସ୍ରା) ଆବଶ୍ୟକ । ଡକ୍ଟର ପଲାଶ ବ୍ୟାଖ୍ୟା କରିଛନ୍ତି ଯେ, କୌଣସି ରୋଗର ଲକ୍ଷଣ ଆରମ୍ଭ ହେବା ସମୟରେ ଡାକ୍ତରୀ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ।

ABOUT THE AUTHOR

...view details