ଓଡିଶା

odisha

ETV Bharat / sukhibhava

Snacks For Rainy Season: ଏହି ଜଳଖିଆ କରିବ ବର୍ଷାର ମଜାକୁ ଦ୍ବିଗୁଣିତ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ - ବର୍ଷା ଋତୁରେ ସ୍ନାକ୍ସ

ବର୍ଷା ଋତୁର ମଜାକୁ ଦ୍ବିଗୁଣିତ କରିବା ପାଇଁ ଖାଆନ୍ତୁ ଏହି ସ୍ନାକ୍ସ । ଅଧିକ ପଢନ୍ତୁ

Snacks For Rainy Season
Snacks For Rainy Season

By

Published : Jun 26, 2023, 10:50 PM IST

Hyderabad: ଗରମ ଏବଂ ମସଲାଯୁକ୍ତ ପକୋଡା ବିନା ବର୍ଷା ଋତୁ ଅଧୁରା। ଗ୍ରୀଷ୍ମ ଋତୁ ପରେ ଏହି ଋତୁ କେବଳ ସୁଖ ଏବଂ ଉତ୍ସାହ ପ୍ରଦାନ କରେ ନାହିଁ, ବରଂ ଏକ କପ୍ ଗରମ ଚା ସହିତ ଆମର ପ୍ରିୟ ଭଜା ନମକିନ୍ ପାଇଁ ଆମର ଇଚ୍ଛାକୁ ମଧ୍ୟ ବୃଦ୍ଧି କରିଥାଏ। ତେବେ ବର୍ଷା ଋତୁରେ ଖାସ କରି ଚଟପଟା ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏହାରି ଭିତରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ବାସ୍ଥ୍ୟକୁ ଭୁଲି ଯାଇଥାଆନ୍ତି । ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ଆବଶ୍ୟକ ନୁହେଁ । ଏହି ବର୍ଷା ଋତୁରେ ଆପଣଙ୍କ ମଧ୍ୟ ପରିବାର ସହିତ ଉପଭୋଗ କରିବାକୁ ଚାହୁଁଛନ୍ତି କି? ତାହେଲେ ନଜର ପକାନ୍ତୁ ଭାରତୀୟ ଜଳଖିଆ ଉପରେ

Vada Pav

ପିଆଜ ପକୁଡି:ବର୍ଷା ଋତୁରେ ପ୍ରାୟତଃ ସମସ୍ତେ ପିଆଜ ପକୁଡି କରିଥାଆନ୍ତି। ବର୍ଷା ପାଗରୁ ପକୁଡିର ମଜା ହିଁ ଅଲଗା ଥାଏ। ଏହି ଭାରତୀୟ ସ୍ନାକ୍ସ ତିଆରି କରିବା ପାଇଁ ବେସନ, ସରୁସରୁ କଟା ହୋଇଥିବା ପିଆଜ ଆବଶ୍ୟକ ପଡିଥାଏ। ଗରମ ମସାଲା ଚାହା ସହ ଗରମ ପକୁଡି ସମସ୍ତଙ୍କର ପସନ୍ଦ ହୋଇଥାଏ।

Moong Dal Pakora

ସମୋସା:ବର୍ଷା ଋତୁରେ ସାମୋସା ଭଲ ଲାଗେ। କ୍ରଞ୍ଚି ସହ ମସାଲା ଯୁକ୍ତ ସମୋସା ସମସ୍ତଙ୍କର ପରସନ୍ଦ ହୋଇଥାଏ। ମଇଦା, ଆଳୁ ମସଲା ଆବଶ୍ୟକ ହୋଇଥାଏ। ଏକ କପ୍ ଗରମ ଚା ସହିତ ଏହାକୁ ଉପଭୋଗ କରିପାରିବେ।

Bread Pakora

ଏହା ମଧ୍ୟ ପଢନ୍ତୁ: International Day in Support of Victims of Torture: ଜାଣନ୍ତୁ ଦିବସ ପାଳନ ପଛର ଉଦ୍ଦେଶ୍ୟ

ବ୍ରେଡ ପକୁଡି:ପାକୋଡା କେବଳ ବର୍ଷା ଋତୁରେ ଖିଆଯାଇଥାଏ। କିନ୍ତୁ ଏହି ସୁସ୍ୱାଦୁ ବ୍ରେଡ ପାକୋଡା ଠାରୁ କ’ଣ ଭଲ ହୋଇପାରେ? ଗରମ ପାକୋରା ପ୍ରସ୍ତୁତ କରନ୍ତୁ ଏବଂ ରସୁଣ-ଟମାଟୋ ଚଟନି ସହିତ ପରସି ଦିଅନ୍ତୁ।

Samosa

ଏହା ମଧ୍ୟ ପଢନ୍ତୁ: Crying Benefits: ହସିବା ସହ କାନ୍ଦିବା ମଧ୍ୟ ଶରୀର ପାଇଁ ହୋଇପାରେ ଫାଇଦା, ରିସର୍ଚ୍ଚରେ ଖୁଲାସା

ମୁଗଡାଲି ପକୁ଼ଡି:ପକୁ଼ଡିରେ ମୁଗଡାଲି ବ୍ୟବହାର କରିବା ଦ୍ବାରା ଏହା ଆହୁରି ସଫ୍ଟ ବା ନରମ ହୋଇଥାଏ। ପୁଦିନା ଚଟଣି ସହ ଗରମ ଚା'ର ମଜା ନେଇପାରିବେ।

Onion Pakora

ବଡାପାଓ:ସାଧାରଣତଃ ବର୍ଷା ଋତୁରେ ଗରମ ଗରମ ବଡାପାଓ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି। ଆଳୁ ବଡାପାଓ ତିଆରି କରିବା ପାଇଁ ସଝା ଆଳୁ ଏବଂ ବେସନ ଆବଶ୍ୟକ ହୋଇଥାଏ। ଏହାସହ ଆଳୁ ପୁର ରଖିବା ପାଇଁ ଦୁଇଟି ବଡାପାଓ ଆବଶ୍ୟକ ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details