ହାଇଦ୍ରାବାଦ: ଆଜିକାଲି ହୃଦଘାତ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଗଲାଣି । ଦିନକୁ ଦିନ ବୃଦ୍ଧି ପାଉଛି ହୃଦରୋଗୀଙ୍କ ସଂଖ୍ୟା । ଆଜିକାଲି ବୟସ ହେତୁ ହୃଦଘାତ ବଦଳରେ ଜିମ୍ କିମ୍ବା ନୃତ୍ୟ ସମୟରେ ଯୁବପିଢି ଅଧିକ ହୃଦଘାତର ଶିକାର ହେଉଛନ୍ତି । ତେବେ ଏକ ମିଡିଆ ରିପୋର୍ଟ ଅନୁସାରେ, ଗୁଜରାଟରେ ଗରବା କରିବା ସମୟରେ 24 ଘଣ୍ଟାରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାରବା ସମୟରେ ହୃଦଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଆପଣ ଜାଣନ୍ତି କି ଗରବା କରିବା ସମୟରେ କାହିଁକି ହୃଦଘାତ ବୃଦ୍ଧି ପାଉଛି ଏବଂ କଣ ଏହାର କାରଣ
ଗରବା ସମୟରେ ବୃଦ୍ଧି ପାଉଛି ହୃଦଘାତ: ରିପୋର୍ଟ ଅନୁଯାୟୀ, ହୃଦଘାତ ଯୋଗୁଁ ଜଣେ 17 ବର୍ଷର ବାଳକର ମୃତ୍ୟୁ ଘଟିଛି। ବରୋଦା ଠାରେ ଜଣେ 13 ବର୍ଷର ବାଳକ ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଛି । ଅହମ୍ମଦାବାଦରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଲୋକେ ଗର୍ବା ଖେଳିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।
କାହିଁକି ହୁଏ ହୃଦଘାତ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦଘାତ କିମ୍ବା ହୃଦଘାତ ଜନିତ ରୋଗର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ । ବାହାରେ ଜଙ୍କ୍ ଫୁଡ କିମ୍ବା ତେଲିଆ ଖାଦ୍ୟ ଖାଇଭା ଦ୍ବାରା ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ।
ହାଇଡ୍ରେଟ ରଖିବା ଜରୁରୀ: ଆଜିକାଲି ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଏଭଳି ପରିସ୍ଥିତିରେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି । ବହୁତ ଲୋକ ଅଛନ୍ତି ଯେଉଁମାନେ ସଠିକ୍ ଭାବରେ ପାଣି ପିଉ ନାହାଁନ୍ତି। ଶରୀର ଅନୁସାରେ ପାଣି ପିଇବା ଉଚିତ । ଦୈନିକ 3 ଲିଟରରୁ ଅଧିକ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ । କିନ୍ତୁ ପାଣିର ମାତ୍ରା କମ ଯୋଗୁଁ ହୃଦଘାତ ବୃଦ୍ଧି ପାଉଛି ।