ହାଇଦ୍ରାବାଦ: ଲୋକଙ୍କ ମଧ୍ୟରେ ଏକ ସାଧାରଣ ଭ୍ରାନ୍ତ ଧାରଣା ରହିଛି ଯେ ଓଟମିଲ୍(oatmeal) ବା ଦଲିଆ(Dallia) କେବଳ ଅସୁସ୍ଥ ଲୋକଙ୍କ ଖାଦ୍ୟ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏହା ସୁସ୍ଥ ଲୋକଙ୍କ ପାଇଁ ମଧ୍ୟ ଉପଯୁକ୍ତ ଅଟେ । ମୁମ୍ବାଇରେ ରହୁଥିବା ପୁଷ୍ଟିକର ବିଶେଷଜ୍ଞ ତଥା ଡାଏଟିସିଆନ୍ ଡକ୍ଟର ନତାଶା ଶକ୍ୟା କହିଛନ୍ତି ଯେ ବ୍ୟବହୃତ ଶସ୍ୟକୁ ବାଦ ଦେଲେ ଦଲିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ନିୟମିତ ବ୍ୟବହାର ଅନେକାଂଶରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ବିଶେଷ ଭାବରେ ଜଳଖିଆରେ ଏହାର ବ୍ୟବହାର ଦିନସାରା ଶରୀରରେ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ ।
କ'ଣ ରହିଛି ଉପଯୋଗିତା ?
ଓଜନ ନିୟନ୍ତ୍ରଣ(Weight Loss):-
ପ୍ରତିଦିନ ଗୋଟିଏ ପାତ୍ର ଦଲିଆ ଖାଇବା ଦ୍ବାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ କାରଣ ଏହା ଫାଇବରରେ ଭରପୁର ହୋଇଥିବା ବେଳେ ଏଥିରେ କ୍ୟାଲୋରୀରେ କମ୍ ରହିଥାଏ । ଅନ୍ୟପଟେ ଓଟମିଲରେ ଥିବା ପ୍ରୋଟିନ୍ ହଜମ କରିବାକୁ ବହୁତ ସମୟ ନେଇଥାଏ, ଯାହା ଭୋକକୁ ହ୍ରାସ କରିଥାଏ ଏବଂ ଓଜନକୁ ଆହୁରି ହ୍ରାସ କରିଥାଏ ।
ସୁସ୍ଥ ହଜମ ପ୍ରକ୍ରିୟା(Digestive Health):-
ଏହାର ବ୍ୟବହାର କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ହଜମ ପ୍ରକ୍ରିୟାରେ ସମ୍ବନ୍ଧୀୟ ସମସ୍ୟା ବିରୋଧରେ ଉପକାରୀ ହୋଇଥାଏ । ଯଦିଓ ଏହାକୁ ହଜମ କରିବାକୁ କିଛି ସମୟ ଲାଗେ, ଏହା ହଜମ ହେବା ସହଜ ଏବଂ ଆମର ହଜମ ପ୍ରକ୍ରିୟାକୁ ବହୁତ ପରିଶ୍ରମ କରିବାକୁ ପଡେ ନାହିଁ । ଏହି କାରଣରୁ ବୃଦ୍ଧ ଏବଂ ଅସୁସ୍ଥତା ଭୋଗୁଥିବା ଲୋକଙ୍କୁ ଦଲିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । ଏହା ପେଟରେ ଯନ୍ତ୍ରଣା, ଗ୍ୟାସ୍, ବାନ୍ତି, ଫୁଲିବା ଇତ୍ୟାଦି ସମସ୍ୟାରେ ମଧ୍ୟ ଆରାମ ଦେଇଥାଏ । ଏହାସହିତ ଶରୀରର ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ ।
ଆନେମିଆ(Anemia):-
ଓଟମିଲ୍ ଆଇରନର ଏକ ଉତ୍ତମ ଉତ୍ସ, ଯାହା ଶରୀରରେ ପର୍ଯ୍ୟାପ୍ତ ପରିମାଣର ହେମୋଗ୍ଲୋବିନ୍ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଲୌହର ଅଭାବ ହେମୋଗ୍ଲୋବିନର ସ୍ତରକୁ ହ୍ରାସ କରିପାରେ, ଯାହା ପରବର୍ତ୍ତୀ ସମୟରେ ଥକାପଣ ଏବଂ ଦୁର୍ବଳତା ସୃଷ୍ଟି କରିଥାଏ । ଓଟମିଲର ନିୟମିତ ଖାଇବା ଦ୍ବାରା ଏଭଳି ସମସ୍ୟା ଦୂର ହୋଇପାରେ ଏବଂ ରକ୍ତହୀନତାରେ ଆରାମ ମିଳିଥାଏ ।