ମେଷ: ଆଜି ଆପଣଙ୍କର ଅନୁକୂଳ ମନୋଭାବ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କ ଠାରୁ ଭଲ ଖବର ଆଶା କରିବେ । ଆର୍ଥିକ ଲାଭ ହୋଇପାରେ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସମସ୍ତ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ଭନ୍ଧୀୟ ସମସ୍ୟା ଆପଣ ଅନୁଭବ କରିପାରନ୍ତି । ଆପଣ ଏବଂ ଆପଣଙ୍କ ପ୍ରିୟଜନ ମାନଙ୍କ ସହ ମତଭେଦ ସୃଷ୍ଟି ହେବ, ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳନ ରଖିପାରେ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।
ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆୟ ଅନୁସାରେ ବ୍ୟୟ କରିବା ପାଇଁ ଚେଷ୍ଟା କରନ୍ତୁ । ସମସ୍ତ କ୍ଷେତ୍ରରୁ ଲାଭ ମିଳିପାର । ଅଫିସରେ ପ୍ରଶଂସା ପାଇବେ ଏବଂ ପ୍ରିୟପାତ୍ର ହୋଇପାରନ୍ତି । ଆପଣ ଏକ ବଡ ଧରଣର ପ୍ରକଳ୍ପ ପାଇବାର ସମ୍ଭାବନା ରହିଛି କିମ୍ୱା ଏକ ରାଜିନାମା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।
କର୍କଟ: ଆପଣଙ୍କ ପାଇଁ ଆଜି ହେଉଛି ଏକ ସହଜ ଏବଂ ଖୁସୀର ଦିନ । ସବୁ ଜିନିଷ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲାଭ ସହଜରେ ପ୍ରବାହିତ ହେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।
ସିଂହ: ଆଜି, ଆପଣଙ୍କ ପାଇଁ ମଧ୍ୟମ ଭାବରେ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍ରୁ ଆପଣ ଲାଭ ପ୍ରାପ୍ତ ହେବ । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରନ୍ତି ଏବଂ କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରନ୍ତି । ଧର୍ମକାର୍ଯ୍ୟ କରନ୍ତୁ ।