ଓଡିଶା

odisha

ETV Bharat / sukhibhava

Horoscope: ଅକ୍ଟୋବର 14 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - କେମିତି କଟିବ ଆଜିର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Oct 14, 2023, 12:01 AM IST

ମେଷ: ମାଆ ମହାଲକ୍ଷ୍ମୀଙ୍କ କରୁଣାରୁ ଆର୍ଥିକ ଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ। ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ । କମ୍ପ୍ୟୁଟର ତଥା ନେଟ ଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ।

ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ। ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୂହ ଆଲୋ଼ଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ । ପେଟ ଯନ୍ତ୍ରଣା କରିବେ । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ।

ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋ଼ଚନା ଆଜି କରନ୍ତୁ ନାହିଁ। ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଶୁଭଦିନ ନୁହେଁ ।

କର୍କଟ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହିତ ଆଲୋଚନା କରିବେ । ସୌନ୍ଦର୍ଯ୍ୟ ସ୍ଥଳକୁ ବୁଲି ଯିବେ । ଆର୍ଥିକ ଅବସ୍ଥା ସୁଧୁରିବ। ଶାରୀରିକ ସ୍ତରରେ ସୁସ୍ଥତା ରହିବେ ।

ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ । ଭାଙ୍ଗି ନପଡି କାର୍ଯ୍ୟ କରି ଚାଲନ୍ତୁ । କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରନ୍ତୁ ।

କନ୍ୟା: ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ। ଦୂର ଯାତ୍ରା ମଙ୍ଗଳ ଦାୟକ ହେବ। ଦିନଟିକୁ ଉପଭୋଗ କରନ୍ତୁ ।

ତୁଳା: କଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାରିକୁ ମର୍ମାହତ କରନ୍ତୁ ନାହିଁ। ଆଖିରେ ପୀଡା ଅନୁଭବ କରିବେ । ଭଲ ସମୟ ପାଇଁ ପ୍ରାର୍ଥନା କରନ୍ତୁ।

ବିଛା: ନୂତନ କାର୍ଯ୍ୟରେ ଲିପ୍ତ ରହିବେ। ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ। ମଧୁର କାମକୁ ଉପଭୋଗ କରନ୍ତୁ। ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। ତାରକା ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ। କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ। ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ।

ଧନୁ: ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି। ପିତାଙ୍କ ପକ୍ଷରୁ ସହଯୋଗର ସୁଅ ଛୁଟିପାରେ। ନିଜ କାର୍ଯ୍ୟ୍ୟରେ ଉପରିସ୍ଥ ହାକିମ ଆପଣଙ୍କୁ ଭଲ ପାଇବେ। ବ୍ୟବସାୟ ସଂକ୍ରାନ୍ତୀୟ ସାକ୍ଷାତକାର ଜଣେ ସଫଳ ପ୍ରତିପତ୍ତିଶାଳୀ ଧନାଧ୍ୟ ବ୍ୟବସାୟୀଙ୍କ ସଙ୍ଗେ ହୋଇପାରେ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ। ଆପଣ ନିଜର କାମକୁ ସଫଳତାର ସହ ସାରିବା ପରେ ଆମୋଦ ପ୍ରମୋଦରେ ସମୟ କାଟିବାକୁ ଯଥେଷ୍ଟ ସମୟ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କର ମନୋବଳ ଦୃଢ ହେବ।

ମକର: ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଅନ୍ୱେଷଣ କରିବେ। ତେବେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଆଜି ପ୍ରଶଂସା ମିଳିବ।ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡିବେ। ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ। ଆଶ୍ୱସ୍ଥ ହେବେ। ବ୍ୟସ୍ତ ହୁଅନ୍ତୁ ନାହିଁ।

କୁମ୍ଭ: ଆଜି ଆପଣ ଅତ୍ୟଧିକ ଚିନ୍ତା ମୁଣ୍ଡରେ ଭର୍ତ୍ତି କରିବାରୁ ନିଜକୁ ଦୁର୍ବଳ ଓ ଅସହାୟ ମନେକରିବେ। ତେଣୁ ମନକୁ ଶାନ୍ତ ରଖନ୍ତୁ , ଚିନ୍ତା ମୁକ୍ତ ରୁହନ୍ତୁ ନଚେତ୍‍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ। ଅନୈତିକ ବିଦ୍ରୋହାତ୍ମକ କାର୍ଯ୍ୟ୍ୟକଳାପ କିମ୍ୱା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଗୃହରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ। ମାତ୍ର ଆପଣଙ୍କର ମନ ଭଲ ନ ଥିବାରୁ ମୌଜ କରିପାରିବେ ନାହିଁ। ଧ୍ୟାନ ଓ ପ୍ରାର୍ଥନା ଆପଣଙ୍କୁ ଶାନ୍ତି ପ୍ରଦାନ କରିପାରେ।

ମୀନ: ଆଜି ଆପଣଙ୍କ ସହଯୋଗୀମାନେ ଆପଣଙ୍କୁ ହଇରାଣ କରିପାରନ୍ତି। ଅନ୍ୟମାନଙ୍କ ଦ୍ବାରା ପ୍ରେରିତ ହୋଇ କାର୍ଯ୍ୟ କରିବେ। ବହୁ ଦିନର ବାଦବିବାଦ ଆଜି ଶେଷ ହେବ। ବିଦେଶରୁ ଶୁଭ ଖବର ମିଳିପାରେ।

ABOUT THE AUTHOR

...view details