ଓଡିଶା

odisha

ETV Bharat / sukhibhava

Horoscope: ଅକ୍ଟୋବର 10 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - କେମିତି କଟିବ ଆଜିର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Oct 10, 2023, 12:00 AM IST

ମେଷ: ମୁହଁରେ ଆବେଗ, ଚଞ୍ଚଳତା ସ୍ବଭାବ ରହିବ । ବିଦ୍ରୋହ ମନୋଭାବ, ଧୌର୍ଯ୍ୟବାନ ହେବା ଏବଂ ତୀବ୍ର ପ୍ରତିକ୍ରିୟା ଏବଂ ନିର୍ଣ୍ଣୟକୁ ନିଜ ଅଧିନରେ କରନ୍ତୁ । ଆପଣ ମାନସିକଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । କାର୍ଯ୍ୟାଳୟରେ କାମ ବଢିବ। ଶାରୀରିକ ପୀଡା ଅନୁଭବ କରିବେ ।

ବୃଷ: ଆପଣଙ୍କର ଆତ୍ମବିଶ୍ୱାସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ । ଗତକାଲିର ଉଜ୍ୱଳ ଗ୍ରହ ପକ୍ଷ ବାସ୍ତବିକ ସୌଭାଗ୍ୟଶାଳୀ ଅଟେ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ, ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତା ପାଇବେ । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଛାତ୍ରମାନଙ୍କ ପାଇଁ ଏହା ଏକ ମହାନ୍‍ ସମୟ।

ମିଥୁନ: ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଅନୁମତି ଦିଆଯାଉଛି । ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀ ମାନେ ଲାଭାନ୍ୱିତ ଏବଂ ଉପଯୋଗୀ ହେବେ କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ । ଆପଣଙ୍କ ସହୋଦର କିମ୍ୱା ପଡୋଶୀଙ୍କର ଅଶିଷ୍ଟ ବ୍ୟବହାର ଯୋଗୁଁ ଆପଣଙ୍କୁ ଆଘାତ ଲାଗିବ । ଯଦି ସମ୍ଭବ ହେଉଛି ବିବାଦରୁ ଦୂରେଇ ରହନ୍ତୁ । କିଛି ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ । କୌଣସି ଅବିଶ୍ୱାସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।

କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ। ଆପଣଙ୍କ ଶାରୀରିକ ମାନସିକ ସ୍ୱାସ୍ଥ୍ୟର କାର୍ଯ୍ୟ ରୁପେ ଏକ ବାଧା ଅଟେ। ଯଦି ଆପଣଙ୍କର ପ୍ରିୟଜନ ଠାରୁ କିଛି ଆଘାତ ପାଇଛନ୍ତି କିମ୍ୱା ଧୈର୍ଯ୍ୟଚ୍ୟତ ହୋଇଛନ୍ତି ତେବେ ନିରବ ରୁହନ୍ତୁ। ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି। ଯାହା ଦ୍ବାରା ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ। କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ୱା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ। ତଥାପି ନିରାଶ ହୁଅନ୍ତୁ ନାହିଁ।

ସିଂହ: ଆପଣ ସ୍ୱଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ। ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ ଏବଂ କ୍ଷିପ୍ର ଗତିରେ ନେଉଥିବା ଦୃଢ ନିଶ୍ଚୟ ସମତଳ ହୋଇପାରେ। ମା ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ। ବର୍ତ୍ତମାନ ଶ୍ରଦ୍ଧା ଏବଂ ସମାଜରେ ମର୍ଯ୍ୟଦା ରୂପେ ଉପରକୁ ଉଠିବା କାର୍ଡରେ ରହିଛି। ତେବେ କଠୋରତା ସହ ଆପଣଙ୍କର ଅଂହକାରକୁ ଦୂର କରନ୍ତୁ। ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ।

କନ୍ୟା: ବହୁତ ଅଧିକ ଉପରକୁ ନପହଁଞ୍ଚିବା ପାଇଁ ଖବରଦାର ରୁହନ୍ତୁ। ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ। ନଚେତ୍‍ ଅସୁବିଧା ଭୋଗି ପାରନ୍ତି। ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୂଳଭାବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ। ଆପଣ ତରତର ଭାବେ କାର୍ଯ୍ୟ କରିବେ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କହିବେ। ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ୱ ଉପରେ ଚିନ୍ତାର କାରଣ ହୋଇପାରେ। ନିଜକୁ ଦୋଷୀ ଅନୁଭବ କରିବେ, ତେଣୁ ସାବଧାନତା ରୁହନ୍ତୁ।

ତୁଳା: ଭାଗ୍ୟଶାଳୀ ଦିନ ଭଳି ମନେହେଉଛି। ଆଜି ଯାହା କରିଲେ ମଧ୍ୟ ଭଲ ଫଳ ମିଳିବ। ବନ୍ଧୁ ସାକ୍ଷାତ ହୋଇପାରେ। ବନ୍ଧୁମାନଙ୍କ ସହ ବୁଲିଯିବା ପାଇଁ ଅଥବା ସେଠାରେ ମଧ୍ୟାନ୍ନ ଭୋଜନ ପାଇଁ ଯୋଜନା କରିପାରନ୍ତି। ବାନ୍ଧବୀଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ। ଗ୍ରହ ଆପଣଙ୍କର ଅର୍ଥ ଓ ସମ୍ପର୍କ ସପକ୍ଷରେ ରହିବ। ସ୍ତ୍ରୀଙ୍କ ସହ ମଧୁର ସମ୍ପର୍କ ରହିବ।

ବିଛା: ଗୃହସ୍ଥ ଜୀବନ ବର୍ତ୍ତମାନ ଠାରୁ ଉଜ୍ୱଳ ଅଟେ। ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନ ସଥି ସହ ଭଲ ସମ୍ପର୍କ ହେବ। ପିତା ମାତା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ। ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ। ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ। ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ଏବଂ ଆପଣ ପ୍ରଶଂସା, ଲାଭବାନ, ପଦୋନ୍ନତି ପାଇପାରନ୍ତି। ଧନ ଧାନ୍ୟ ପାଇଁ ସମୟ ଉପକୂଳ ଅଟେ।

ଧନୁ: ପୁରାପୁରି ଭାବରେ ଠିକ୍‍ ରହିବ ନାହିଁ। ଶାରୀରିକ ପିଡା ଓ ଆଳସ୍ୟ ଲାଗିବ। ଶାନ୍ତି ମିଳିବା ଆଶା କମ କରାଯାଉଥିବା ବେଳେ ଦୁଃଚିନ୍ତା ବଢିବ। ସାବଧାନତାର ସହ କାମ କରନ୍ତୁ। ଉଚ୍ଚ ପଦସ୍ଥମାନଙ୍କ ସହ ମନୋମାଲିନ୍ୟ ହେବାର ସମ୍ଭାବନା ଅଧିକ ଯଥା ସମ୍ଭବ ନିଜ ପ୍ରତିଯୋଗି ତଥା ଶତୃମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ।

ମକର: ସବୁ କାର୍ଯ୍ୟ ଠିକ୍‍ ଠାକ୍‍ ଚାଲିଥିବା ସତ୍ୱେ ଆପଣ ସନ୍ତୁଷ୍ଟ ମନେ କରିବେ ନାହିଁ। ନକାରାତ୍ମକ ଚିନ୍ତା ଛାଡନ୍ତୁ। ଅସହାୟ ନହୋଇ ସମସ୍ତଙ୍କ ସହ ସହଯୋଗ ବଜାୟୀ ରଖନ୍ତୁ । କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟାଳୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଜନ୍ତ୍ରଣା ଅନୁଭବ ହେବ । ତେଣୁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜ ବ୍ୟବସାୟୀ ସାଥି ସହିତ ଶତୃତା ହୋଇପାରେ।

କୁମ୍ଭ: ଆଜି ପରିସ୍ଥିତି ଅନୁସାରେ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣଙ୍କ ପ୍ରିୟ ଜନ ସହ ସୁଖରେ ସମୟ କାଟିବେ । ବସ୍ତ୍ର , ଖାଦ୍ୟ , ଭ୍ରମଣ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଆପଣ ଖୁସି ରହିବେ । ବୈବାହିକ ଜୀବନ ସୁଖମୟ ହେବ । ଅନ୍ୟମାନେ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟ ଓ ବନ୍ଧୁତ୍ୱରୁ ଉପକୃତ ହେବେ। କାର୍ଯ୍ୟ ପାଇଁ ଦିନଟି ଭଲ କଟିବ।

ମୀନ: ଆପଣଙ୍କୁ ଗ୍ରହମାନଙ୍କ ଉପସ୍ଥିତି ଉତ୍ସାହିତ କରିବ। ଯଦି ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ। ଆଜି କୌଣସି ଏକ କାର୍ଯ୍ୟକୁ ନେଇ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଅନ୍ୟକୁ ବଞ୍ଚାଇବା ପାଇଁ ନିଜର ବଳ ପ୍ରୟୋଗ କରନ୍ତୁ ନାହିଁ। ଶତୃକୁ ଜଗିରଖି ଚଳନ୍ତୁ। ଘରେ ସବୁ ସମ୍ପର୍କ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ମାଙ୍କ ଠାରୁ ସୁଖବର ପାଇବେ।

ABOUT THE AUTHOR

...view details