ଓଡିଶା

odisha

ETV Bharat / sukhibhava

Horoscope: ଏହି ରାଶିର ବ୍ୟକ୍ତି କାର୍ଯ୍ୟରେ ସଫଳତା ପାଇବେ, ବଢିବ ଦାୟିତ୍ବ !

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Sep 29, 2023, 12:00 AM IST

ମେଷ: ଆଜି ଦିନଟିରେ ଆପଣ ପ୍ରଫୁଲ୍ଲ ରହିବେ। ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଉତ୍ସାହ ଆସିବ। ଆପଣଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ମିଳିବ। ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ। ଏକ ସାମାଜିକ ଉତ୍ସବରେ ଏକତ୍ର ହୋଇପାରନ୍ତି। ନିଜର ମାଆଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ।

ବୃଷ: ଆଜି ଦିନ ସାଧାରଣ ରହିବ। ସ୍ୱାସ୍ଥ୍ୟ ପ୍ରଭାବିତ ହେବ ନାହିଁ ଏବଂ ମାନସିକ ଅବସ୍ଥା ସହଜ ଏବଂ ଶାନ୍ତ ରହିବ। ଆପଣ ଘରେ ବନ୍ଧୁମାନଙ୍କ ସହିତ ଏକ ବନ୍ଧୁତ୍ୱ ପୁର୍ଣ୍ଣ ଏବଂ ହସ ଉଲ୍ଲାସର ସମୟ ବିତାଇବେ । କାର୍ଯ୍ୟ ନିୟନ୍ତ୍ରଣାଧୀନ ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବେଶ ଖୁସିମୟ ଏବଂ ସ୍ୱାଗତମୟ ରହିବ।

ମିଥୁନ: ଆଜି ଦିନଟିରେ ବହୁଦିଗରୁ ଲାଭବାନ ହୋଇପାରନ୍ତି। ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ। ଆର୍ଥିକ ଉନ୍ନତି ଘଟିପାରେ। ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟିକୁ ମଧୁରମୟ କରିପାରନ୍ତି। ଆପଣଙ୍କ ପୁତ୍ର ଓ ଧର୍ମପତ୍ନୀ ଆପଣଙ୍କ ପାଇଁ ହିତକାରୀ ହୋଇପାରନ୍ତି। ସୁଖାଦ୍ୟ ସେବନର ତୃପ୍ତି ମିଳିପାରେ। ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି। ଆପଣଙ୍କ କାର୍ଯ୍ୟରେ ଓ ବ୍ୟବସାୟରେ ପ୍ରଚୁର ଅର୍ଥ ଲାଭ ହୋଇ ପୁଞ୍ଜି ବଢାଇପାରେ। ଆଜି ଏହି ଭାଗ୍ୟଶାଳୀ ଦିନଟିକୁ ମନଭରି ଉପଭୋଗ କରନ୍ତୁ।

କର୍କଟ: ଆଜି ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ। ଆଜି ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ଏବଂ ସେମାନେ ଆପଣଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷ ପ୍ରକାଶ କରିବେ। ପଦୋନ୍ନତି ମିଳିପାରେ। ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟିକୁ କାଟିବେ ଏବଂ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେଷ୍ଟା କରିବେ। କାର୍ଯ୍ୟାଳୟର କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ମାଆଙ୍କ ସଙ୍ଗେ ସମ୍ପର୍କ ଦୃଢୀଭୂତ ହେବ। ସରକାରୀ କାର୍ଯ୍ୟରେ ଲିପ୍ତ ରହି ସୁବିଧା ସୁଯୋଗ ହାସଲ କରିପାରନ୍ତି।

ସିଂହ: ଆଜି ଦିନଟି ଆପଣ ଧାର୍ମୀକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପାରନ୍ତି ଏବଂ ଏକ ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଆଜି ଆପଣ ନିଜର କ୍ରୋଧ ସମ୍ୱରଣ କରିବା ପାଇଁ ପରାମର୍ଶ ଦିଆଯାଉଛି। ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇବେ। ଆଜି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟରେ କିଛି ବାଧାବିଘ୍ନ ଆସିପାରେ, ତେଣୁ ଆପଣ ମନଧ୍ୟାନ ଦେଇ କାର୍ଯ୍ୟଟିକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ଆପଣ ମାନସିକ ଅଶାନ୍ତି ଭୋଗିପାରନ୍ତି।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ। ଆଜିର ଦିନ ସପକ୍ଷରେ ଯିବ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏବଂ ପେଶାଗତ କ୍ଷେତ୍ରରେ ଆପଣଙ୍କ ପାଇଁ ପୁରସ୍କାର ଗଚ୍ଛିତ ଅଛି। ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ନକ୍ଷତ୍ର ମାନଙ୍କର ସେହି ବଦାନ୍ୟତା ନମ୍ରତାର ସହିତ ଗ୍ରହଣ କରନ୍ତୁ ।

ତୁଳା: ଉତ୍ତମ ସ୍ୱାସ୍ଥ୍ୟ, ପରିବାର ଦୃଷ୍ଟିକୋଣରୁ ଖୁସୀମୟ ସମୟ ଏବଂ ବ୍ୟବସାୟରେ ବିପୁଳ ଅର୍ଥ ଲାଭ ଆଜି ଆପଣଙ୍କ ଅପେକ୍ଷାରେ ଅଛି । ପରିବାର ସହିତ ହସ ଉଲ୍ଲାସରେ ସମୟ ବିତାଇବେ ଏବଂ ପାଟ୍‌ର୍ଣ୍ଣର ଏବଂ ସହକର୍ମୀ ସହିତ ସୁସମ୍ପର୍କ ରହିବ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅଧିକ ସଂଘର୍ଷ କରିବାକୁ ପଡିବ ନାହିଁ।

ବିଛା: ଅଯଥାରେ କାହା ସଙ୍ଗରେ ବଚସା କରନ୍ତୁ ନାହିଁ। ସନ୍ତାନମାନଙ୍କ ଚିନ୍ତାରେ ମନ ଭାରାକ୍ରାନ୍ତ ହେବ। ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ। ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ। ଯଦି ହୁଏ ଭ୍ରମଣକୁ ସ୍ଥଗିତ ରଖନ୍ତୁ। ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରିବା ପାଇଁ ଆଜି ଏକ ଶୁଭଦିନ ଅଟେ। କଠିନ ପରିଶ୍ରମକଲେ ସଫଳତା ମିଳେ। ତେଣୁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦିଆଯାଉଛି।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ। ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି। ତେଣୁ ଆଜି ଗୃହ ପରିବେଶ ଅଶାନ୍ତ ରହିବ। ସମ୍ପତ୍ତି ସମ୍ପର୍କୀୟ କୌଣସି ଘଟଣାରେ ନିଜକୁ ଜଡିତ କରନ୍ତୁ ନାହିଁ। ଆର୍ଥିକ ଅନାଟନ ଲାଗିରହିବ। ନିଜେ ଅପମାନିତ ହେବା ସ୍ଥାନଠାରୁ ନିଜକୁ ଦୂରେଇ ରଖନ୍ତୁ। ନିଜର ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ବିଚଳିତ କରିବ।

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ। କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି। ନିଜର ସମ୍ପତ୍ତି ସମ୍ପର୍କିତ ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ। ବୃତ୍ତିଧାରୀ ଓ ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ। ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ନିର୍ବାସିତ କରିପାରିବେ। ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ। ଅର୍ଥାଗମ ହେବାର ଶୁଭ ସୂଚନା ରହିଛି। ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଅଟେ।

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସଙ୍ଗେ ଝଗଡା ଲାଗିପାରେ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ। ଅଳ୍ପ ସମୟ ମଧ୍ୟରେ ଆପଣଙ୍କପାଇଁ ସଫଳତା ଦ୍ୱାରଦେଶରେ ପହଞ୍ଚିଯିବେ।

ମୀନ: ଆପଣଙ୍କ ପାଇଁ ଆଜି ହେଉଛି ଏକ ଭାଗ୍ୟଶାଳୀ ଦିନ। ସାରାଦିନ ଆପଣଙ୍କ ପାଖରେ ଥିବା ଆଗ୍ରହ ଏବଂ ମଜଭୁତ ଶକ୍ତି ବାସ୍ତବରେ ଆପଣଙ୍କୁ ବିକାଶ ପଥରେ ଆଗେଇ ନେବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ। ବ୍ୟବସାୟିକ-ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ABOUT THE AUTHOR

...view details