ଓଡିଶା

odisha

ETV Bharat / sukhibhava

Crying Benefits: ହସିବା ସହ କାନ୍ଦିବା ମଧ୍ୟ ଶରୀର ପାଇଁ ହୋଇପାରେ ଫାଇଦା, ରିସର୍ଚ୍ଚରେ ଖୁଲାସା - କାନ୍ଦିବା ମଧ୍ୟ ଶରୀର ପାଇଁ ଉପକାରୀ

ବେଳେବେଳେ ହସିବା ସହ କାନ୍ଦିବା ମଧ୍ୟ ଶରୀର ପାଇଁ ଉପକାରୀ ହୋଇଥାଏ। ଅଧିକ ପଢନ୍ତୁ

Crying Benefits
Crying Benefits

By

Published : Jun 23, 2023, 10:36 PM IST

ହାଇଦ୍ରାବାଦ:ଯେପରି ଖୋଲାଖୋଲି ହସିବା ସ୍ୱାସ୍ଥ୍ୟ ପାଇଁ ଭଲ, ସେହିଭଳି ହୃଦୟ ଖୋଲି କାନ୍ଦିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। କିନ୍ତୁ ସମଗ୍ର ବିଶ୍ୱରେ କାନ୍ଦିବା ବିଷୟରେ ଏକ ବିଶ୍ୱାସ ସୃଷ୍ଟି ହୋଇଛି ଯେ କାନ୍ଦିବା ଦୁର୍ବଳତାର ସଙ୍କେତ ଅଟେ ଏବଂ ଯେଉଁମାନେ ହୃଦୟରୁ ଦୁର୍ବଳ ରହିଥାଆନ୍ତି ସେମାନେ ହିଁ କାନ୍ଦିଥାଆନ୍ତି। କୁହାଯାଏ ଏହି କାରଣ ଯୋଗୁଁ ପୁରୁଷମାନେ କାନ୍ଦିବା ଠାରୁ ଦୂରେଇ ରୁହନ୍ତି। ମହିଳାମାନେ ପ୍ରାୟତଃ କାନ୍ଦନ୍ତି, ତେଣୁ ସେମାନଙ୍କୁ ଅଧିକ ଭାବପ୍ରବଣ ଏବଂ ଦୁର୍ବଳ ବିବେଚନା କରାଯାଏ। କିନ୍ତୁ ଏନେଇ ବିଜ୍ଞାନରେ ଆଉ କିଛି କୁହାାଇଛି। ବିଜ୍ଞାନରେ କୁହାଯାଇଛି ଯେ, ବେଳେବେଳେ ମନଭରି କାନ୍ଦିବା ସ୍ବାସ୍ଥ୍ୟ ପାଇଁ ଭଲ ଅଟେ। ହସିବା ପରି କାନ୍ଦିବାର ମଧ୍ୟ ଅନେକ ଫାଇଦା ରହିଛି। ବିଜ୍ଞାନରେ କୁହାଯାଇଛି ଯେ, କାନ୍ଦିବା ଭାବପ୍ରବଣ ହେବାର ସଙ୍କେତ ହୋଇପାରେ କିନ୍ତୁ ଦୁର୍ବଳ ହେବାର ନୁହେଁ। ଜାଣନ୍ତୁ କାନ୍ଦିବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ?

କଣ କୁହେ ରିସର୍ଚ୍ଚ:2021 ମସିହାରେ ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ ଆମେରିକୀୟ ମହିଳା ଏବଂ ପୁରୁଷଙ୍କ ଉପରେ ଏକ ଅନୁସନ୍ଧାନ କରିଥିଲା। ​​ଯେଉଁଥିରେ ମହିଳାମାନେ ପ୍ରତି ମାସରେ 3ରୁ 5 ଥର କାନ୍ଦୁଥିବାବେଳେ ଆମେରିକୀୟ ପୁରୁଷମାନେ ପ୍ରତି ମାସରେ ପ୍ରାୟ 1ରୁ 9 ଥର କାନ୍ଦିଥାଆନ୍ତି। ଅନୁସନ୍ଧାନକାରୀ ବିଶ୍ବାସ କରିଥିଲେ ଯେ ଲୋକମାନେ କେବଳ ଦୁଃଖରେ ଲୁହ ଢାଳନ୍ତି ନାହିଁ ବରଂ ଅଧିକ ଖୁସି ହେଲେ ନିଜ ଭାବନାକୁ ପ୍ରକାଶ କରିବା ବେଳେ ମଧ୍ୟ ଆଖିକୁ ଲୁହ ଆସିଯାଇଥାଏ।

ପ୍ରତି ଲୁହ ଅଲଗା ହୋଇଥାଏ:ବିଶେଷଜ୍ଞମାନେ ଲୁହକୁ ତିନୋଟି ଭିନ୍ନ ଶ୍ରେଣୀରେ ବିଭକ୍ତ କରିଛନ୍ତି। ରିଫ୍ଲେକ୍ସ ଟିୟର, କଣ୍ଟିନିଓସ ଟିୟର ଏବଂ ଇମୋସନାଲ ଟିୟର୍ସ। ରିଫ୍ଲେକ୍ସ ରିୟର୍ସ ଏବଂ କଣ୍ଟିନିଓସ ଟିୟର ଆଖିରୁ ଧୂଳି ଏବଂ ମଇଳା ବାହାର କରିବାରେ ଏବଂ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ। ଲୁହରେ ପ୍ରାୟ 98% ଜଳ ଥାଏ।

କାନ୍ଦିବାର ଫାଇଦା

ଚାପ ହ୍ରାସ କରିବାରେ ସାହାଯ୍ୟକାରୀ:କାନ୍ଦିବାବେଳେ ଶରୀରରେ କର୍ଟିସୋଲ ନାମକ ଏକ ହରମୋନର ସ୍ତର କମିଯାଏ। ଯାହାଫଳରେ ଚାପ ହ୍ରାସ ପାଇଥାଏ। ଏହାସହ ମାନସିକ ଉତ୍ତେଜନା କମିଯାଏ।

ଭାବପ୍ରବଣତା:କାନ୍ଦିବାବେଳେ ଭାବନା ପ୍ରକାଶ ପାଇଥାଏ। ଏହା ମନକୁ ଶାନ୍ତ କରିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ହାର୍ଟ ପାଇଁ ଲାଭଦାୟକ:କାନ୍ଦିବା ଦ୍ବାରା ଶିରାରେ ରକ୍ତ ସଞ୍ଚାଳନକୁ ବଢିଥାଏ ଏବଂ ଆମ ହୃଦୟକୁ ସୁସ୍ଥ ରଖେ। ଏହା ସହିତ କାନ୍ଦିବା ଦ୍ୱାରା ହୃଦସ୍ପନ୍ଦନ ସ୍ଥିର ହୋଇଯାଏ ଏବଂ ରକ୍ତଚାପ କମିଥାଏ।

ଭଲ ନିଦ ହୋଇଥାଏ:ମାନସିକ ଅସ୍ଥିରତା ହେତୁ କିଛି ଲୋକ ରାତିରେ ଶୋଇପାରୁନାହାଁନ୍ତି। ଏପରି ପରିସ୍ଥିତିରେ କାନ୍ଦିବା ଦ୍ବାରା ରାତିରେ ଭଲ ନିଦ ହୋଇଥାଏ। କାରଣ କାନ୍ଦିବା ଦ୍ବାରା ମନକୁ ଶାନ୍ତି ମିଳିଥାଏ।

ଆଖି ପାଇଁ ଲାଭଦାୟକ:କାନ୍ଦିବା କେବଳ ମସ୍ତିଷ୍କ ପାଇଁ ନୁହେଁ ବରଂ ଆଖିର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟ। କାନ୍ଦିବା ସମୟରେ ଲୁହ ଆକାରରେ ଅନେକ ଜୀବାଣି ଆଖିରୁ ବାହାରି ଆସିଥାଏ, ଯାହା ଆଖିକୁ ଅନେକ ରୋଗରୁ ରକ୍ଷା କରିଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତାମତ ନୁହେଁ। ଏହା ଏକ ରିପୋର୍ଟ ଆଧାରରେ ପ୍ରକାଶିତ ଖବର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details