ହାଇଦ୍ରାବାଦ:ଆଜିକାଲି ଦୈନନ୍ଦିନ ଜୀବନରେ କାର୍ଯ୍ୟ ଚାପ ବୃଦ୍ଧି ହେତୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମହିଳାମାନେ ଘର ଏବଂ ଅଫିସ୍ ଦାୟିତ୍ୱକୁ ଏକତ୍ର କରୁଥିବାରୁ ସେମାନେ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି । ଏଭଳି ପରିସ୍ଥିତିରେ ଅବହେଳା ହେତୁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି । ସ୍ୱାସ୍ଥ୍ୟ ବ୍ୟତୀତ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ମହିଳାମାନେ ପ୍ରାୟତ ଚର୍ମ ସମ୍ବନ୍ଧୀୟ ସମସ୍ୟାର ଶିକାର ହୁଅନ୍ତି । ସେଥିମଧ୍ୟରୁ ଗୋଇଠି ଫଟା ଏକ ବଡ଼ ସମସ୍ୟା ।
ପାଦର ଯତ୍ନର ଅଭାବ ହେତୁ ଫାଟିଯାଇଥିବା ଗୋଇଠି ଆପଣଙ୍କୁ ସମସ୍ୟାରେ ପକାଇପାରେ । ଏହା କେବଳ କଷ୍ଟ ଦିଏ ନାହିଁ କେତେକ କ୍ଷେତ୍ରରେ ଲଜ୍ଜିତ ମଧ୍ୟ କରିଥାଏ । କେବଳ ଏତିକି ନୁହେଁ ଗୋଇଠି ଫାଟିଯିବା କାରଣରୁ ଯନ୍ତ୍ରଣା ମଧ୍ୟ ଅଧିକ ହୋଇଥାଏ । ଜାଣନ୍ତୁ କେଉଁ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇବେ ।
ଗୋଇଠି ଫାଟିବାର କାରଣ:
- ଚଟାଣରେ ଅଧିକ ସମୟ ଠିଆ ହେବା
- ପଛ ଫାଙ୍କ ଥିବା ଜୋତା ପିନ୍ଧିବା
- ଗୋଇଠିରେ ମୋଟା ଚର୍ମ
- ମେଦବହୁଳତା, ଯାହାକି ଗୋଇଠି ଉପରେ ଅଧିକ ପ୍ରଭାବ ପକାଏ
ଘରେ ଫୁଟ କ୍ରିମ ତିଆରି ପାଇଁ ଉପାଦାନ
- ମହମବତୀ
- ଦୁଇ ଚାମଚ ଆଲୋଭେରା ଜେଲ
- ଗୋଟିଏ ଚାମଚ ସୋରିଷ ତେଲ
ଏହା ମଧ୍ୟ ପଢନ୍ତୁ: Day of Innocent Children Victims of Aggression: ଶିଶୁ ଅତ୍ୟାଚାରକୁ ରୋକିବା ପାଇଁ ଦିନଟିଏ