ଓଡିଶା

odisha

ETV Bharat / sukhibhava

ବୈଜ୍ଞାନିକଙ୍କ ବଡ ଖୁଲାସା, ମାନବକୃତ ଥିଲା କୋରୋନା ଭାଇରସ୍ - କୋଭିଡ ଅପଡେଟ୍ ନ୍ୟୁଜ

ମାନବକୃତ ଥିଲା କୋରୋନା ଭାଇରସ୍ । ଶେଷରେ ସନ୍ଦେହ ହେଲା ସତ । କୋଭିଡ ମହାମାରୀକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ତା'ର ଖୁଲାସା ହୋଇଛି । ଚୀନର ଉହାନ ଲାବୋରଟୋରୀରେ ହିଁ କୋଭିଡ ଭୂତାଣୁକୁ ପ୍ରସ୍ତୁତ କରାଯାଇଥିବା ସ୍ପଷ୍ଟ କରିଛନ୍ତି ସେହିଠାରେ କାର୍ଯ୍ୟରତ ଥିବା ଜଣେ ବୈଜ୍ଞାନିକ(Covid Was Man-Made Virus, Says Wuhan Lab Scientist) । ଅଧିକ ପଢନ୍ତୁ

ବୈଜ୍ଞାନିକଙ୍କ ବଡ ଖୁଲାସା, ମାନବକୃତ ଥିଲା କୋରୋନା ଭାଇରସ୍
ବୈଜ୍ଞାନିକଙ୍କ ବଡ ଖୁଲାସା, ମାନବକୃତ ଥିଲା କୋରୋନା ଭାଇରସ୍

By

Published : Dec 5, 2022, 4:20 PM IST

Updated : Dec 5, 2022, 4:31 PM IST

ବେଜିଂ: ସମଗ୍ର ବିଶ୍ବରେ ମୃତ୍ୟୁର ବିଭିଷିକା ରଚିଥିବା କୋରୋନା ମାନବକୃତ । ଅର୍ଥାତ୍ କୋଭିଡ ଭାଇରସ୍ ପ୍ରାକୃତିକ ନୁହେଁ ଏହାକୁ ବିଜ୍ଞାନଗାରରେ ପ୍ରସ୍ତୁତ କରାଯାଇଥିବା ମାନିଛନ୍ତି ବୈଜ୍ଞାନିକ(Covid Was Man-Made Virus, Says Wuhan Lab Scientist) । ଚୀନର ଯେଉଁ ସହର ଉହାନରୁ ଏହି ଭୂତାଣୁ କାୟା ବିସ୍ତାର କରିଥିଲା ସେହି ସହରରେ ଥିବା ସାଇନ୍ସ ଲାବୋରଟୋରୀରେ ହିଁ କୋରୋନାକୁ ତିଆରି କରାଯାଇଥିଲା ।

ଚାଇନାର ଉହାନ ଲ୍ୟାବରେ କାର୍ଯ୍ୟ କରୁଥିବା ଜଣେ ପୂର୍ବ ବୈଜ୍ଞାନିକ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, COVID-19 ଭୂତାଣୁ ମନୁଷ୍ୟ ଦ୍ୱାରା ନିର୍ମିତ ଏବଂ ଏହି ଲ୍ୟାବରୁ ଏହା ଲିକ୍ ହୋଇଛି । 'ନ୍ୟୁୟର୍କ ପୋଷ୍ଟ' ବ୍ରିଟିଶ ଖବରକାଗଜ 'ଦି ସନ୍'ରେ ଆମେରିକା ଭିତ୍ତିକ ଅନୁସନ୍ଧାନକାରୀ ଆଣ୍ଡ୍ରିୟୁ ହଫଙ୍କ ପୁସ୍ତକରେ ଲେଖାଥିବା କୋଭିଡ ଆବିଷ୍କାର ପଛରେ ଥିବା ସତ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ହୋଇଛି ଯେ, ଦୁଇ ବର୍ଷ ପୂର୍ବେ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (Wuhan Institute of Virology, WIV) ରୁ କୋଭିଡ୍ ଲିକ୍ ହୋଇଥିଲା । ଏହି ଲ୍ୟାବ ଚୀନ୍ ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ଅନୁଦାନ ପ୍ରାପ୍ତ ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟରେ କୁହାଯାଇଛି, ମହାମାରୀ ବିଶେଷଜ୍ଞ ଆଣ୍ଡ୍ରିୟୁ ହଫ ତାଙ୍କର ନୂତନ ପୁସ୍ତକ 'ଦି ଟ୍ରୁଥ୍ ଏବାଉଟ୍ ଉହାନ'(The Truth About Wuhan) ରେ ଏହି ଦାବି କରିଛନ୍ତି । ହଫ ଦାବି କରିଛନ୍ତି ଯେ, ଚାଇନାରେ କୋରୋନା ଭାଇରସ ଅନୁସନ୍ଧାନ ପାଇଁ ଆମେରିକା ସରକାରଙ୍କ ଆର୍ଥିକ ଅନୁଦାନ ଯୋଗୁଁ ଏହି ମହାମାରୀ ଘଟିଛି । ବ୍ରିଟିଶ ଖବରକାଗଜ 'ଦି ସନ୍'ରେ ହଫ୍‌ଙ୍କ ପୁସ୍ତକର କିଛି ଅଂଶ ପ୍ରକାଶ ପାଇଛି ।

'ଦି ସନ୍' ରିପୋର୍ଟ ଅନୁସାରେ, ହଫ୍ ନ୍ୟୁୟର୍କର ଏକ ଅଣ-ଲାଭ ସଂଗଠନ ଇକୋହେଲ୍‌ଥ ଆଲାଇନ୍ସ(EcoHealth Alliance)ର ପୂର୍ବତନ ଉପସଭାପତି ଥିଲେ । ଏହି NGO ସଂକ୍ରାମକ ରୋଗ ଉପରେ ଅଧ୍ୟୟନ କରେ । ସେ ତାଙ୍କ ପୁସ୍ତକରେ ଦାବି କରିଛନ୍ତି ଯେ, ଚୀନ୍‌ର gain-of-function ପରୀକ୍ଷଣ ସମ୍ପୂର୍ଣ୍ଣ ନିରାପତ୍ତା ସହିତ କରାଯାଇ ନାହିଁ, ଯାହା ଉହାନ ଲ୍ୟାବରେ ଲିକ୍ ହୋଇଯାଇଥିଲା ।

ପୂର୍ବରୁ ମଧ୍ୟ କୋଭିଡ ଭାଇରସ ମନୁଷ୍ୟ ଦ୍ୱାରା ତିଆରି ଏବଂ ଉହାନ ଲ୍ୟାବରୁ ବିସ୍ତାର ହୋଇଥିବାର ଦାବି କରାଯାଇଛି । ତେବେ ଚୀନ୍ ସରକାର ଏବଂ ଲ୍ୟାବ କର୍ମଚାରୀ ଏହାକୁ ବାରମ୍ବାର ଖଣ୍ଡନ କରିଛନ୍ତି । ଅନୁସନ୍ଧାନକାରୀ ଆଣ୍ଡ୍ରିୟୁ ହଫ୍ ତାଙ୍କ ପୁସ୍ତକରେ ଦାବି କରିଛନ୍ତି ଯେ, ଲ୍ୟାବରେ ସଠିକ୍ ଜୈବ ନିରାପତ୍ତା ଏବଂ ବିପଦ ପରିଚାଳନା ବ୍ୟବସ୍ଥା ନଥିଲା, ଏହି କାରଣରୁ, ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଲାବୋରଟୋରୀରୁ କୋଭିଡ୍ ଭୂତାଣୁ ଲିକ୍ ହୋଇଥିଲା । ଚୀନ୍ ଲ୍ୟାବକୁ ବିପଜ୍ଜନକ ବାୟୋଟେକ୍ନୋଲୋଜି ସ୍ଥାନାନ୍ତର କରିବାରେ ଆମେରିକା ସରକାର ଦାୟୀ ବୋଲି ହଫ୍ ଦାବି କରିଛନ୍ତି ।

ତେବେ କହିରଖୁଛୁ ଯେ, 2020 ମାର୍ଚ୍ଚରେ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିଲା କୋଭିଡ ମହାମାରୀ । ଏହି କାରଣରୁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିଲା । ପ୍ରଥମେ ଚୀନର ଉହାନ୍ ସହରରେ ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା । ଏହି କାରଣକୁ ଉହାନ ଲାବୋରଟୋରୀରେ କୋଭିଡ ଭାଇରସର ପ୍ରସ୍ତୁତ ହୋଇଥିବା କୁହାଯାଉଥିଲା । ଆମେରିକା ସରକାର ଏଥିପାଇଁ ବାରମ୍ବାର ଚୀନକୁ ଦାୟୀ କରିଆସୁଥିଲେ । ଶେଷରେ ଉହାନ ଲ୍ଯାବରେ କାମ କରିଥିବା ବୈଜ୍ଞାନିକ ହଫ୍ ଏହି ସତର ଖୁଲାସା କରିଛନ୍ତି ।

Last Updated : Dec 5, 2022, 4:31 PM IST

ABOUT THE AUTHOR

...view details