ହାଇଦ୍ରାବାଦ:ଗବେଷକମାନେ କହିଛନ୍ତି ଯେ ମହାମାରୀ ହୃତପିଣ୍ଡ ଉପରେ ପ୍ରଭାବ ପକାଉଛି । ଯେଉଁ ବ୍ୟକ୍ତିଙ୍କ ପୂର୍ବରୁ କୌଣସି ପ୍ରକାର ହୃତପିଣ୍ଡ ଜନିତ ସମସ୍ୟା ରହିନଥିଲା ସେମାନେ ଭାଇରସ କବଳରେ ଆସିବା ପରେ ସେମାନଙ୍କ ଠାରେ ମଧ୍ୟ ହୃତପିଣ୍ଡ ଜନିତ ସମସ୍ୟା ଦେଖାଯାଉଛି । ଏ ସମ୍ପର୍କରେ 'Nature Medicine' ପ୍ରତ୍ରିକାରେ ପ୍ରକାଶିତ ହୋଇଛି । ଏହାଦ୍ବାରା ହାର୍ଟ ଅଚଳ ସହିତ ପ୍ରାୟ ୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି ।
ଯେଉଁ ବ୍ୟକ୍ତିମାନେ କୋଭିଡ଼ ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ହୃତପିଣ୍ଡ ପ୍ରଭାବିତ ହେବାର ଆଶଙ୍କା ପ୍ରାୟ ୭୨ ପ୍ରତିଶତ ଅଧିକ ରହୁଥିବା ବେଳେ ୬୩ ପ୍ରତିଶତ ଲୋକଙ୍କ ହାର୍ଟ ଆଟାକ୍(Heart Attack), ୫୨ ପ୍ରତିଶତ ଲୋକଙ୍କ ହାର୍ଟ ଷ୍ଟ୍ରୋକ(Heart Stroke) ଭଳି ସମସ୍ୟା ଦେଖାଦେଉଛି । ଏହି ମହାମାରୀ ଗଭୀର ମାତ୍ରାରେ କୋର୍ଡିଓ ଭାସ୍କୁଲାର ସମସ୍ୟା ଦେଖାଦେଇପାରେ ବୋଲି ଏହି ପ୍ରତ୍ରିକାରେ ଗବେଷକମାନେ କହିଛନ୍ତି ।