ଓଡିଶା

odisha

ETV Bharat / sukhibhava

ଗର୍ଭାବସ୍ଥାରେ କୋଭିଡ ସଂକ୍ରମଣ ଜନ୍ମିତ ପୁତ୍ର ସନ୍ତାନର ମସ୍ତିଷ୍କ ବିକାର ସହ ଜଡିତ

ଅନୁସନ୍ଧାନ ଅନୁସାରେ, ଗର୍ଭବତୀ ଥିବା ସମୟରେ ଯେଉଁ ମାଆମାନେ କୋଭିଡରେ ସଂକ୍ରମିତ ହୋଇଥିଲେ, ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କର ମସ୍ତିଷ୍କ ବିକାର ସମସ୍ୟା ରହିପାରେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 25, 2023, 6:14 PM IST

ନ୍ୟୁୟର୍କ:କୋଭିଡ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଆସିଲା ଆଉ ଏକ ଉଦ୍‌ବେଗଜନକ ରିପୋର୍ଟ । ଗର୍ଭାବସ୍ଥାରେ ଯଦି ମାଆ କୋଭିଡରେ ସଂକ୍ରମିତ ହୋଇଥିବେ, ତେବେ ଜନ୍ମିତ ଶିଶୁର ମସ୍ତିଷ୍କ ବିକାର ସମସ୍ୟା ରହିପାରେ । ଅନୁସନ୍ଧାନ ଅନୁସାରେ, ଜନ୍ମ ହୋଇଥିବା ପିଲା ପ୍ରସବର ପ୍ରଥମ 12 ମାସରେ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍‌ଅର୍ଡର ଭଳି ନ୍ୟୁରୋଡ୍ ଡେଭେଲପମେଣ୍ଟାଲ୍ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଜେଏଏଏମଏ ନେଟୱାର୍କ ଓପନ୍‌ରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:-କେବଳ ପୁତ୍ର ସନ୍ତାନମାନଙ୍କୁ ହେଉଥିବା DMD କ'ଣ, କାହିଁକି ଏହା ଭୟାନକ ଜାଣନ୍ତୁ

ଅନୁସନ୍ଧାନ ଅନୁସାରେ, ଗର୍ଭାବସ୍ଥାରେ ଯେଉଁ ମାଆମାନେ କୋଭିଡରେ ସଂକ୍ରମିତ ହୋଇଥିଲେ, ସେମାନଙ୍କ ଠାରୁ ଜନ୍ମିତ ପୁତ୍ର ସନ୍ତାନଙ୍କର ଜନ୍ମର ବର୍ଷକ ମଧ୍ୟରେ ନ୍ୟୁରୋଡ୍ ଡେଭେଲପମେଣ୍ଟାଲ୍ ଡାଇଗ୍ନୋସିସ୍‌ର ପ୍ରାୟ ଦୁଇଗୁଣ ଅଧିକ ସମ୍ଭାବନା ସହିତ ଜଡିତ ଥିଲା । ସେହିପରି 18 ମାସରେ, ଏହାର ପ୍ରଭାବ ଅଧିକ ଥିଲା । ତେବେ ଏହି ବିପଦ କନ୍ୟା ସନ୍ତାନଙ୍କ ଠାରେ ଦେଖାଯାଇନଥିଲା ବୋଲି ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ୍ (MGH)ର ଅନୁସନ୍ଧାନକାରୀମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-International Day of the Unborn Child: ସଚେତନ ରହିଲେ ହ୍ରାସ ପାଇବ ଗର୍ଭସ୍ଥ ଶିଶୁ ମୃତ୍ୟୁହାର

ଅନୁସନ୍ଧାନର ସହଯୋଗୀ ପ୍ରଫେସର ତଥା ମାତୃ-ଭ୍ରୂଣ ଚିକିତ୍ସା ବିଶେଷଜ୍ଞ କହିଛନ୍ତି ଯେ, ଗର୍ଭାବସ୍ଥାରେ ମାଆମାନଙ୍କର କୋଭିଡ ସଂକ୍ରମଣ ସମସ୍ୟା ଜନ୍ମିତ ପୁତ୍ର ସନ୍ତାନମାନଙ୍କର ନ୍ୟୁରୋ ଡେଭେଲପମେଣ୍ଟାଲ୍ ବିପଦ ସହ ଅଧିକ ଜଡିତ ରହିଛି । ଅଧ୍ୟୟନ ପାଇଁ, ଟିମ୍ କୋଭିଡ ମହାମାରୀ ସମୟରେ 18,355 ଜୀବନ୍ତ ଜନ୍ମ ହୋଇଥିସା ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କିଥିଲେ । ଏଥିରେ 883 ଜଣ ମହିଳା ଗର୍ଭଧାରଣ ସମୟରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏମାନଙ୍କ ଠାରୁ ଜନ୍ମିତ ଶିଶୁଙ୍କ ମଧ୍ୟରୁ 26 ଜଣ ଜୀବନର ପ୍ରଥମ 12 ମାସରେ ଏକ ନ୍ୟୁରୋ ଡେଭଲ୍ପମେଣ୍ଟାଲ୍ ଡାଏଗ୍ନୋସିସ୍ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-Pineapple Water: ସପୁରୀ ପାଣି ପିଇଲେ ଦୂରହୁଏ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ପ୍ରଭାବିତ ହୋଇନଥିବା ପିଲାମାନଙ୍କ ମଧ୍ୟରେ 317 ଜଣ ଏପରି ରୋଗ ନିର୍ଣ୍ଣୟ କରିଥିଲେ । ଏହି ଅନୁସନ୍ଧାନକୁ ବ୍ୟାଖ୍ୟା କରିବା ପାଇଁ ଅଧିକ ଅଧ୍ୟୟନର ଆବଶ୍ୟକତା ଥିବା ଅନୁସନ୍ଧାନକାରୀ କହିଛନ୍ତି । ଏହାସବ ଟୀକାକରଣ ଏହି ସମସ୍ୟାକୁ ହ୍ରାସ କରିପାରୁଛି କି ନାହିଁ, ସେ ବାବଦରେ ମଧ୍ୟ ଅନୁସନ୍ଧାନ ଚାଲିଛି । ବର୍ତ୍ତମାନ ଅଳ୍ପ ସଂଖ୍ୟକ ଟୀକାକୃତ ହୋଇଥିବା ଗର୍ଭବତୀ ମହିଳାଙ୍କ ଉପରେ ଅନୁସନ୍ଧାନ ଚାଲିଛି ।

ABOUT THE AUTHOR

...view details