ହାଇଦ୍ରାବାଦ:କୋରୋନା ଟିକାକୁ ନେଇ ଅନେକଙ୍କ ମନରେ ରହିଛି ଭୟ । ଏହି ଟିକା ଶରୀରରେ ପ୍ରଜନନ କ୍ଷମତା ହ୍ରାସ କରୁଛି ବୋଲି ମଧ୍ୟ କିଛି ଲୋକ ବିଶ୍ବାସ କରୁଛନ୍ତି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଆମେରିକାର ବୋଷ୍ଟନ ୟୁନିଭର୍ସିଟି ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ(BUSPH) ଗବେଷକ । ଟିକା ନେବା ଦ୍ବାରା ପ୍ରଜନନ କ୍ଷମତା ଉପରେ କୌଣସି ପ୍ରକାର ପ୍ରଭାବ ପଡୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଯେଉଁ ପୁରୁଷ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଉଛି ସେମାନଙ୍କ କ୍ଷେତ୍ରରେ କିଛି ମାତ୍ରାରେ ଏହି ସମସ୍ୟା ଦେଖା ଦେଉଛି ବୋଲି ଗବେଷକ କହିଛନ୍ତି ।
ଏହି ୟୁନିଭର୍ସିଟିର ରିପୋର୍ଟ ଅନୁସାରେ ଏକ ଦମ୍ପତି ଟିକା ନେବା ଦ୍ବାରା ସେମାନଙ୍କ ପ୍ରଜନନ କ୍ଷମତା ଉପରେ ପଡୁଥିବା ପ୍ରଭାବକୁ ନେଇ ଆଲୋଚନା କରିଥିଲେ । ଟିକା ନେବା ଦ୍ବାରା ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପଡୁଛି ବୋଲି ସେ ବିଶ୍ବାସ କରୁଥିଲେ । ଏହାପରେ ଏହାକୁ ନେଇ ଗବେଷଣା ହୋଇଥିଲା । ମାତ୍ର ଗବେଷଣାରୁ ଏପରି ହେଉନଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ପୁରୁଷଙ୍କ ପ୍ରଜନନ କ୍ଷମତା କିଛି ମାତ୍ରାରେ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ ।
ଏହା ବି ପଢନ୍ତୁ: ଅଧିକ ସମୟ ମାସ୍କ ପିନ୍ଧିବା ଶ୍ବାସ ରୋଗୀଙ୍କ ପାଇଁ ହାନିକାରକ, ନିଅନ୍ତୁ ମାସ୍କ-ବ୍ରେକ୍