ୱାଶିଂଟନ:ପୁଣି ଆମେରିକାରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ(Covid-19 hospitalisations rise again in US) । ସଂକ୍ରମଣ ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ(CDC) ର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ନଭେମ୍ବର ଶେଷ ସପ୍ତାହରେ ଦେଶରେ ଦୈନିକ ପ୍ରାୟ 4,200 କୋଭିଡ-19 ମାମଲା ଚିହ୍ନଟ ହୋଇଛି, ଯେଉଁମାନେ କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଏହି ସଂକ୍ରମଣ ଗୋଟିଏ ସପ୍ତାହ ପୂର୍ବ ମାମଲା ଅପେକ୍ଷା 17.6 ପ୍ରତିଶତ ବୃଦ୍ଧି ବୋଲି Xinhua ନ୍ୟୁଜ୍ ଏଜେନ୍ସି ତଥ୍ୟ ପ୍ରକାଶ କରିଛି । ୱାଶିଂଟନ୍ ପୋଷ୍ଟ ଡାଟା ଟ୍ରାକିଂ ଅନୁଯାୟୀ ଗତ ସପ୍ତାହରେ କୋଭିଡ୍ ହସ୍ପିଟାଲରେ ତିନି ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ଏବଂ 35,000 ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିଲେ ।