ଓଡିଶା

odisha

ETV Bharat / sukhibhava

ଯୋଗମୁଦ୍ରା ସାହାଯ୍ୟରେ ବୃଦ୍ଧି କରନ୍ତୁ ରୋଗ ପ୍ରତିରୋଧକ ଶକ୍ତି - କୋଭିଡ ନ୍ୟୁଜ

ପୁଣି କଡ ଲେଉଟାଉଛି କୋରୋନା, ଯୋଗମୁଦ୍ରା ସାହାଯ୍ୟରେ କିପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବେ ଜାଣନ୍ତୁ(Try these Yoga asanas to boost immunity)...

Yoga asanas to boost immunity
Yoga asanas to boost immunity

By

Published : Dec 24, 2022, 10:39 AM IST

ହାଇଦ୍ରାବାଦ: ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତାକୁ ହୃଦୟଙ୍ଗମ କରାଇପାରିଛି କୋରୋନା । କାରଣ ଇମ୍ୟୁନିଟି ବା ପ୍ରତିରକ୍ଷା ପ୍ରଣାଳୀ ଦୃଢ ଥିଲେ ରୋଗ ବିପଦ କମ୍ ଥାଏ । ଏଥିପାଇଁ ଖାଦ୍ୟର ଆବଶ୍ୟକତା ନିଶ୍ଚିତ ରହିଛି । ହେଲେ ଜାଣନ୍ତି କି ? କେତେକ ଯୋଗ ମୁଦ୍ରା ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ, ଜାଣନ୍ତୁ ଏହିସବୁ ଯୋଗମୁଦ୍ରା କଣ...

ସୂର୍ଯ୍ୟ ନମସ୍କାର, ଯୋଗ ଓ ପ୍ରାଣାୟମ ଦ୍ବାରା ଶରୀରରେ ଏକ ଉର୍ଜା ଉତ୍ପନ୍ନ ହୁଏ ଯାହା ଭୂତାଣୁ ପ୍ରବେଶ କରିବାରେ ବାଧା ଦେଇଥାଏ ବୋଲି ଯୋଗ ପ୍ରଶିକ୍ଷକ ମତ ଦେଇଛନ୍ତି । ସେହିପରି କପାଳ ଭାରତୀ, ସୂର୍ଯ୍ୟଭେଦୀ, ଅନୁଲୋମ-ବିଲୋମ, ଅର୍ଦ୍ଧମୁଖାସନ, ଭୁଜାସନ, ଧନୁରାସନ, ସେତୁବନ୍ଧାସନ ଭଳି ପ୍ରାଣାୟମ କରିବା ଦ୍ବାରା ଶରୀରର ଭିତର ଭାଗରେ ଉର୍ଜା ତିଆରି ହୋଇଥାଏ । ଏହାଦ୍ବାରା ଦେହର ଭିତରେ ଥିବା ଭୂତାଣୁ ଆପେ ଆପେ ନଷ୍ଟ ହୋଇଯାଏ ।

ଏହିସବୁ ସରଳ ଆରାମଦାୟକ ଆସାନ ରୋଗ ପ୍ରତିରୋଧକ ବୃଦ୍ଧି ସହ ଚାପ, ଥକ୍କାପଣକୁ ହ୍ରାସ କରିଥାଏ ଏବଂ ମନୋବଳକୁ ଦୃଢ କରିଥାଏ । ଧନୁରାସାନା ଶରୀରରେ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏହି ବ୍ୟାୟାମ ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୁଏ । ସେହିପରି ଭୁଜଙ୍ଗସାନା ଫୁସଫୁସ ସ୍ବାସ୍ଥ୍ୟକୁ ଭଲ ରଖିଥାଏ, ମେରୁଦଣ୍ଡକୁ ମଜବୁତ କରିଥାଏ ଏବଂ ଶକ୍ତି ବଢାଇଥାଏ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଏବଂ ଯକୃତ ଉପରେ ଥିବା ଚାପରୁ ମୁକ୍ତି ଦେଇଥାଏ, ଯାହାଦ୍ୱାରା ପ୍ରତିରକ୍ଷା ପ୍ରଣାଳୀରେ ଭାର କମିଯାଏ ।

ତେବେ କହି ରଖୁଛୁ ଯେ, ଗତ 6 ସପ୍ତାହ ମଧ୍ୟରେ ବିଶ୍ବରେ ଦୈନିକ କୋଭିଡ ସଂକ୍ରମଣ 5 ଲକ୍ଷରୁ ଊର୍ଦ୍ଧ୍ବ ରହୁଛି । ଚୀନରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସର୍ବାଧିକ ରହିଛି । ସେଠାରେ ପ୍ରତିଦିନ 5 ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା ବେଳେ ଦିନକୁ ସଂକ୍ରମିତ ହେଉଛନ୍ତି 10 ଲକ୍ଷ । ଏହାକୁ ଦୃଷ୍ଟିରେ ରଖି ଆମ ଦେଶରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିପାଇଁ ନିଜକୁ ହିଁ ସତର୍କ ରହିବାକୁ ପଡିବ ।

ABOUT THE AUTHOR

...view details