ଓଡିଶା

odisha

କାଶର ଶବ୍ଦ କୋଭିଡର ସ୍ଥିତିକୁ ଚିହ୍ନଟ କରିଥାଏ: ରିସର୍ଚ୍ଚ

By ETV Bharat Odisha Team

Published : Sep 22, 2023, 11:43 AM IST

Updated : Sep 22, 2023, 11:50 AM IST

କାଶର ଶବ୍ଦ କୋଭିଡର ସ୍ଥିତିକୁ ଚିହ୍ନଟ କରିଥାଏ ବୋଲି ଏକ ରିସର୍ଚ୍ଚରେ ଖୁଲାସା ହୋଇଛି । ଅଧିକ ପଢନ୍ତୁ

covid research
covid research

ହାଇଦ୍ରାବାଦ:କୋଭିଡ-19..ଏହି ନାଁ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଛନକା ଆସେ । ତେବେ କୋଭିଡରୁ ସୁସ୍ଥ ହେବା ପରେ ମଧ୍ୟ ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି କିଛି ରିପୋର୍ଟରେ ଦର୍ଶାଯାଇଛି । କୋଭିଡରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଏ ଏବଂ କିଛି ଦିନ ପରେ ସୁସ୍ଥ ହୋଇଥାଏ । ଅନ୍ୟପଟେ SARS-CoV-2 ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ଠାରେ ସୁସ୍ଥ ହେବା ପରେ ମଧ୍ୟ ଲକ୍ଷଣ ଦେଖାଯାଉଛି । ଯାହାକି ଚିନ୍ତାର କାରଣ ପାଲଟିଛି । କେତେକ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତି ଅଧିକ ଗୁରୁତର ହେବା ସହ ନିମୋନିଆରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ରେଡିଓଗ୍ରାଫି, ଅଲଟ୍ରାସାଉଣ୍ଡ ଏବଂ ସିଟି ସ୍କାନର ସହାୟତା ନିଆଯାଉଛି । ତେବେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହଂ ହୃଦରୋଗ ଏବଂ ଚର୍ମ ରୋଗ ବୃଦ୍ଧି ପାଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ପୂର୍ବରୁ ଦୂରୋରୋଗରେ ପୀଡ଼ିତ ରୋଗୀମାନେ କୋଭିଡ୍‌ ସଂକ୍ରମଣ ହେଲେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନୂଆ ଉପକରଣର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । ଫଳରେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଘରେ ରଖି ଚିକିତ୍ସା କରାଯାଇ ପାରିବ ।

ତେବେ କାଶ ଶବ୍ଦ କୋଭିଡ ସ୍ଥିତିକୁ ଚିହ୍ନଟ କରୁଥିବା ନେଇ ଏକ ଅଧ୍ୟୟନରୁ ଜଣାପଡ଼ିଛି । ଆଇବିଇସି ଏବଂ ହସ୍ପିଟାଲ୍ ଡେଲ ମାର୍‌ଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଟିମ୍‌ ୟୁନିଭର୍ସିଟିଟ୍ ପଲିଟିକନିକା ଡି. କାଟାଲୁନିୟା (UPC), CIBER-BBN ଏବଂ CIBERESର ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ କାଶ ଶବ୍ଦର ବିଶ୍ଳେଷଣ ଏବଂ ବ୍ୟାଖ୍ୟା ଉପରେ ଆଧାର କରି ଏକ ଅଧ୍ୟୟନ କରାଯାଇଥିଲା । ଏହି ପ୍ରକ୍ରିୟା ଦ୍ବାରା ସଂକ୍ରମଣ ବିଷୟରେ ସହଜରେ ଜାଣି ହେବ ବୋଲି କୁହାଯାଇଥିଲା । ତେବେ ଗବେଷଣ ପାଇଁ SARS-CoV-2 ସଂକ୍ରମିକ 70 ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ସେମାନଙ୍କର କାଶିବା ଶବ୍ଦକୁ ରେକର୍ଡିଂ କରାଯାଇଥିଲା । ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେବାର 24 ଘଣ୍ଟା ପରେ ଏହି ଶବ୍ଦ ରେକର୍ଡ୍‌ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Covid Virus Found In Tears: ଆଖି ସମସ୍ୟା ନଥିଲା, ଲୁହରୁ ମିଳିଲା କୋଭିଡ ଭାଇରସ

ତେବେ ସେଥିରୁ ଜଣାପଡ଼ିଥିଲା ଯେ, ସଂକ୍ରମିତଙ୍କ ମଧ୍ୟରୁ କେତେଜଣ ଶ୍ବାସକ୍ରିୟା ସମସ୍ୟାରେ ପୀଡ଼ିତ ହୋଇଥିବା ବେଳେ ଆଉ କିଛି ଜଣଙ୍କର ଅମ୍ଳଜାନର ଆବଶ୍ୟକତା ରହିଥିବା ନେଇ ଜଣାପଡ଼ିଥିଲା । କୋଭିଡ ରୋଗୀଙ୍କ ସଂକ୍ରମଣ ପ୍ରାଥମିକ, ମଧ୍ୟମ ଅଥବା ଅଧିକ ସଙ୍ଗୀନ ସ୍ଥିତିରେ ରହିଛି ସେନେଇ ମଧ୍ୟ ଅକ ନୂତନ ଅଧ୍ୟୟନରୁ ଜଣାପଡ଼ିଥିଲା । ହସ୍ପିଟାଲ ଡେଲ ମାର୍‌ରେ 2020 ମସିହାର ଏପ୍ରିଲରୁ 2021 ମେ' ମଧ୍ୟରେ ଏହି ସର୍ଭେ କରାଯାଇଥିବା ନେଇ ଜର୍ଣ୍ଣାଲ ଓପନ ରିସର୍ଚ୍ଚରେ ପ୍ରକାଶିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2023, 11:50 AM IST

ABOUT THE AUTHOR

...view details