ହାଇଦ୍ରାବାଦ:କୋରୋନା ମହାମାରୀ ଯୋଗୁଁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି । ଏହାରି ଭିତରେ ଆଉ ଏକ ଅଧ୍ୟୟନର ରିପୋର୍ଟ ସାମ୍ନାକୁ ଆସିଛି । SARS CoV-2 ଦ୍ବାରା ହେଉଥିହା କୋରୋନା ଯୋଗୁଁ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ରହିଥାଏ । ଅର୍ଥାତ କୋରୋନା ଯୋଗୁଁ ଉଚ୍ଚ ରକ୍ତଚାପର ଆଶଙ୍କା 1.5 ପ୍ରତିଶତ ଅଧିକ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । 45 ହଜାରରୁ ଅଧିକ ଲୋକଙ୍କ ଇଲେକ୍ଟ୍ରୋନିକ୍ ମେଡିକାଲ୍ ରେକର୍ଡର ବିଶ୍ଳେଷଣ ଉପରେ ଆଧାର କରି ଏକ ନୂତନ ରିପୋର୍ଟ ପ୍ରକାଶ ପାଇଛି ।
ପୂର୍ବରୁ ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କ କ୍ଷେତ୍ରରେ COVID-19 ସାଧାରଣତଃ ଅଧିକ ଗୁରୁତର ଅଟେ ବୋଲି ନ୍ୟୁୟର୍କ ସହରର ଆଲବର୍ଟ ଆଇନଷ୍ଟାଇନ୍ କଲେଜ୍ ଅଫ୍ ମେଡିସିନ୍ ଏବଂ ମଣ୍ଟେଫିଓର୍ ହେଲଥ୍ ସିଷ୍ଟମର ରେଡିଓଲୋଜି ପ୍ରଫେସର ଟିମ୍ କ୍ୱ ଡୁଙ୍ଗ୍ କହିଛନ୍ତି । ହାଇପରଷ୍ଟେଲନ୍ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଏହି ଅଧ୍ୟୟନରେ କୋଭିଡ-19 ସହିତ ଜଡ଼ିତ ଉଚ୍ଚରକ୍ତଚାପ ଏବଂ ଏହାର ବିପଦ ଉପରେ ପରୀକ୍ଷା କରାଯାଇଥିଲା । ଉଚ୍ଚ ରକ୍ତଚାପକୁ ଉପର ଏବଂ ତଳ ସଂଖ୍ୟାଗୁଡିକ 130/80 mm Hgଠାରୁ ଅଧିକ କିମ୍ବା ସମାନ ବୋଲି ଶ୍ରେଣୀଭୁକ୍ତ କରାଯାଇଛି । ଏହି ଅଧ୍ୟୟନରେ COVID-19 ଥିବା 45,398 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁମାନେ ମାର୍ଚ୍ଚ 1, 2020ରୁ ଫେବୃଆରୀ 20, 2022 ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: Covid-19: କୋରୋନାର ନୂଆ ଭାରିଆଣ୍ଟ ନେଇ ସତର୍କ କରାଇଲା କେନ୍ଦ୍ର, ନଜର ରଖିବାକୁ ପରାମର୍ଶ