ଓଡିଶା

odisha

ETV Bharat / sukhibhava

ସୁସ୍ଥ ଭବିଷ୍ୟତ ପାଇଁ କର୍ଡ ବ୍ଲଡ୍ ସଂରକ୍ଷଣର ଆବଶ୍ୟକତା - What Is The Need Of Cord Blood?

ପ୍ୟାରେଟିଂ ରେ କର୍ଡ ବ୍ଲଡ୍ ସଂରକ୍ଷଣର ଆବଶ୍ୟକତା ବହୁ ଆହ୍ବାନମୂଳକ ହୋଇଥାଏ । ଏଥିପାଇଁ କେତେ ଗୁଡିଏ ନିଷ୍ପତି ନେବାକୁ ପଡିଥାଏ । ଏଥି ମଧ୍ୟରୁ ଗୋଟିଏ ହେଲା ନିଜ ଛୁଆର ଭବିଷ୍ୟତ ସ୍ବାସ୍ଥ୍ୟ ପାଇଁ ଗର୍ଭନଳା ବା ଅମ୍ବିଲିକାଲ୍ କର୍ଡର ରକ୍ତ ସଂରକ୍ଷଣ । କର୍ଡ ବ୍ଲଡ୍ କାହିଁକି ଆବଶ୍ୟକ ? କେମିତି ସଂଗୃହୀତ ହୁଏ ଗର୍ଭନଳା ରକ୍ତ ? ଅଧିକ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

ସୁସ୍ଥ ଭବିଷ୍ୟତ ପାଇଁ କର୍ଡ ବ୍ଲଡ୍ ସଂରକ୍ଷଣର ଆବଶ୍ୟକତା
ସୁସ୍ଥ ଭବିଷ୍ୟତ ପାଇଁ କର୍ଡ ବ୍ଲଡ୍ ସଂରକ୍ଷଣର ଆବଶ୍ୟକତା

By

Published : Jul 30, 2020, 3:45 PM IST

ପ୍ୟାରେଟିଂ ରେ କର୍ଡ ବ୍ଲଡ୍ ସଂରକ୍ଷଣର ଆବଶ୍ୟକତା ବହୁ ଆହ୍ବାନମୂଳକ ହୋଇଥାଏ । ଏଥିପାଇଁ କେତେ ଗୁଡିଏ ନିଷ୍ପତି ନେବାକୁ ପଡିଥାଏ । ଏଥି ମଧ୍ୟରୁ ଗୋଟିଏ ହେଲା ନିଜ ଛୁଆର ଭବିଷ୍ୟତ ସ୍ବାସ୍ଥ୍ୟ ପାଇଁ ଗର୍ଭନଳା ବା ଅମ୍ବିଲିକାଲ୍ କର୍ଡର ରକ୍ତ ସଂରକ୍ଷଣ । ଅମ୍ବିଲିକାଲ କର୍ଡ ମାଆ ସହ ଗର୍ଭସ୍ଥ ଶିଶୁକୁ ସଂଯୋଗ କରିଥାଏ । ଯଦି ଭବିଷ୍ୟତରେ ଆପଣଙ୍କ ଶିଶୁ ବ୍ଲଡ କ୍ୟାନସର, ଆପଲାଷ୍ଟିକ୍‌ ଆନେମିଆ ବା ଥାଲାସେମିଆ ଭଳି ବିଭିନ୍ନ ରକ୍ତଜନିତ ରୋଗରେ ପୀଡିତ ହୁଏ, ତାହା ହେଲେ ସଂରକ୍ଷିତ ଗର୍ଭନଳା ରକ୍ତ ଚିକିତ୍ସାରେ ବେଶ୍ ସହାୟକ ହେବ ।

କର୍ଡ ବ୍ଲଡ୍ କାହିଁକି ଆବଶ୍ୟକ ?

ପ୍ରତିବର୍ଷ ଜୁଲାଇ ମାସ ରକ୍ତ ସଚେତନତା ମାସ ଭାବେ ପାଳନ କରାଯାଏ । ଆଜି ଆମେ କର୍ଡ ବ୍ଲଡ୍ ବା ଗର୍ଭନଳାର ଗୁରୁତ୍ବ ଓ ଆବଶ୍ୟକତା ଉପରେ ଆଲୋଚନା କରିବା । ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ରେଣୁକା ଗୁପ୍ତା କହନ୍ତି ଯେ, ଛୁଆ ଜନ୍ମ ହେଲା ପରେ ଶିଶୁର ଅମ୍ବିଲିକାଲ୍ କର୍ଡ ବା ଗର୍ଭନଳାରେ ଜମା ଥିବା ରକ୍ତରେ ସ୍ପେଶାଲ ଷ୍ଟେମ ସେଲ୍ ରହିଥାଏ । ସମୟକ୍ରମେ ଏହି ଷ୍ଟେମ ସେଲଗୁଡିକ ରକ୍ତ କୋଷିକାରେ ବିକଶିତ ହୁଏ । ରକ୍ତ କୋଷିକାଗୁଡିକ ଶରୀରରେ ସଂକ୍ରମଣର ମୁକାବିଲା ସହ ରକ୍ତ ଜମାଟ ଆକାରରେ ଶରୀରକୁ ଅକ୍ସିଜେନ୍‌ ପରିବହନ କରିବାରେ ସାହାଯ୍ୟ କରନ୍ତି ।

ଗର୍ଭନଳା ରକ୍ତ ବା କର୍ଡ ବ୍ଲଡ୍ ସଂରକ୍ଷଣ ବାବଦରେ ଅନେକ ଅବଗତ ନାହାନ୍ତି । ଡକ୍ଟର ରେଣୁକାଙ୍କ ମତରେ, ମାତ୍ର ଅଳ୍ପ କିଛି ମାମଲାରେ ହିଁ ସଂରକ୍ଷିତ କର୍ଡ ବ୍ଲଡ୍ ବିଭିନ୍ନ ରକ୍ତଜନିତ ରୋଗ ଓ ଷ୍ଟେମ ସେଲ୍ ପ୍ରତିରୋପଣରେ ବ୍ୟବହାର ହୋଇଛି । ଏଥିପାଇଁ ଦୁଇଟି କାରଣକୁ ଦାୟୀ କରାଯାଇପାରେ । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଓ ସଂରକ୍ଷଣ କେନ୍ଦ୍ରରୁ ରକ୍ତ କୋଷିକା ବାହାର କରି ଚିକିତ୍ସା ପାଇଁ ଆଣିବା ମଧ୍ୟରେ ରହୁଥିବା ଖୁବ୍ କମ ସମୟକୁ ଦାୟୀ କରନ୍ତି ଡକ୍ଟର ରେଣୁକା ।

ଡକ୍ଟର ରେଣୁକା ଆହୁରି ବି ସୂଚନା ଦେଇଛନ୍ତି ଯେ, ଅମ୍ବିଲିକାଲ କର୍ଡ ନେଇ ଏବେ ବି ଗବେଷଣା ଜାରି ରହିଛି । ଅବଶ୍ୟ ଏବେ କିଛି ସୀମିତ ରୋଗ ପାଇଁ ହିଁ ଗର୍ଭନଳା ବା ଅମ୍ବିଲିକାଲ କର୍ଡ ରକ୍ତ ଉପଯୋଗୀ ହୋଇପାରୁଛି । ତେବେ, ଡାକ୍ତର ଓ ବୈଜ୍ଞାନିକମାନେ ଦାବି କରନ୍ତି ଯେ, ଅନବରତ ଗବେଷଣା ଓ ଚିକିତ୍ସା ବିଜ୍ଞାନରେ ଆଧୁନିକତା ଦ୍ବାରା ଅମ୍ବିଲିକାଲ କର୍ଡ ବ୍ଲଡ୍ ବା ଗର୍ଭନଳା ରକ୍ତ କୋଷିକା ବିଭିନ୍ନ ଗୁରୁତର ରକ୍ତ ଜନିତ ରୋଗ, ସେରେବ୍ରାଲ୍‌ ପାଲସି, ଟାଇପ୍ ୧ ଡାଇବେଟିସ୍ , ହାଇଡ୍ରୋସିଫୁଲାସ ଭଳି ରୋଗର ଚିକିତ୍ସାରେ ସହାୟକ ହୋଇପାରିବ ।

କେମିତି ସଂଗୃହୀତ ହୁଏ ଗର୍ଭନଳା ରକ୍ତ ?

ଡକ୍ଟର ରେଣୁକା କହନ୍ତି ଯେ, ଯେତେବେଳେ ଅମ୍ବିଲିକାଲ କର୍ଡ କଟା ହୁଏ, ଡାକ୍ତରମାନେ ଅମ୍ବିଲିକାଲ ଶିରାରୁ ରକ୍ତ ବାହାର କରି ନିଅନ୍ତି । ଏକ ସ୍ବତନ୍ତ୍ର ମୁଣିରେ ଏହି ରକ୍ତକୁ ରଖାଯାଏ । ଏହି ତ୍ବରିତ ପ୍ରକ୍ରିୟାରେ ୬୦ ରୁ ୧୫୦ ମିଲିଲିଟର ରକ୍ତ ସଂଗ୍ରହ କରାଯାଇଥାଏ । ପରେ ଏହାକୁ ୪୮ ଘଣ୍ଟା ମଧ୍ୟରେ ବ୍ଲଡ ବ୍ୟାଙ୍କ ଲାବାରୋଟେରୀକୁ ପଠାଯାଏ । ସେଠାରେ ଏହି ରକ୍ତର ପ୍ରକ୍ରିୟାକରଣ କରାଯାଇ ସଂରକ୍ଷିତ କରାଯାଏ । ସାଧାରଣତଃ ୨୧ ବର୍ଷ ସଂରକ୍ଷିତ ହୋଇ ରହିଥାଏ ଏହି ରକ୍ତ ।

ବିଶ୍ବବ୍ୟାପୀ କର୍ଡ ବ୍ଲଡ୍ ଷ୍ଟେମ ସେଲ ଗୁଡିକ ଦୁଃସାଧ୍ୟ ରୋଗ ଗୁଡିକର ଚିକିତ୍ସା ପାଇଁ ବ୍ୟବହାର ହେଉଛି । ଏ ଦୃଷ୍ଟିରୁ ବାପାମାଆମାନେ ଛୁଆଙ୍କ ଅମ୍ବିଲିକାଲ୍ କର୍ଡ ବ୍ଲଡ୍ ବା ଗର୍ଭନଳା ରକ୍ତର ସଂରକ୍ଷଣ ସଂପର୍କରେ ସଚେତନ ହେବା ଦରକାର ।

ABOUT THE AUTHOR

...view details